Sunstar TV
ଭୁବନେଶ୍ୱର : ଆଜିକାଲିକା ସମୟରେ ଯୁବପୀଢି ଷ୍ଟାଇଲ ମେଣ୍ଟନ ପାଇଁ ଯେଉଁଠି ଦେଖ ସେଇଠି ସିଗାରେଟ ଟାଣୁଛନ୍ତି । ତେବେ ସିଗାରେଟ ଟାଣିବା ମାୟାରେ ଏତେ ବାୟା ଯେ ଯୁବପୀଢି ସ୍ଥାନକାଳପାତ୍ର ବି ଭୁଲିଗଲେ । ଅର୍ଥାତ ଜଣେ ବ୍ୟକ୍ତି ବିମାନ ବାର୍ଥରୁମରେ ବି ସିଗାରେଟ ଟାଣିବା ଛାଡିନଥିଲେ । ଯାହାଫଳରେ ତାଙ୍କୁ କ୍ରୁ ସଦସ୍ୟ ଅଟକ ରଖି ସୁରକ୍ଷା ପର୍ଯ୍ୟବେକ୍ଷକଙ୍କୁ ସୂଚନା ଦେଇଥିଲେ । ତେବେ ଘଟଣାଟି କଣ ଚାଲନ୍ତୁ ପୁରା ଜାଣିବା । ସୂଚନାନୁସାରେ ଗତ ସୋମବାର ରାତି ୧୧ଟା ୫୬ ମିନିଟରେ ଓମାନର ରାଜଧାନୀ ମସ୍କଟରୁ ମୁମ୍ବାଇ ଅଭିମୁଖେ ଭିସ୍ତାରାର ୟୁକ୍ରେ ୨୩୪ ବିମାନ ଉଡାଣ ଭରିଥିଲା । ଏଥିରେ ତାମିଲନାଡୁର କନ୍ୟାକୁମାରୀ ବାସିନ୍ଦା ବାଲକୃଷ୍ଣ ରାଜୟନ ନାମକ ବ୍ୟକ୍ତି ଉକ୍ତ ବିମାନରେ ଯାଉଥିଲେ । ତେବେ ବିମାନରେ କିଛି ସମୟ ବସିବା ପରେ ସେ ବିମାନର ଶୌଚାଳୟକୁ ଯାଇଥିଲେ । ଆଉ ସେଠାରେ ସେ ତାଙ୍କ ପକେଟରୁ ସିଗାରେଟ ପ୍ୟାକେଟ ବାହାର କରି ସେଥିରେ ନିଆଁ ଲଗାଇ ସିଗାରେଟ ଟାଣିଥିଲେ । ହେଲେ ବିମାନ ବାର୍ଥରୁମରେ ସ୍ମୋକ ଡିଟେକ୍ଟରର ଲାଗିଥିବାରୁ ତାହା ଧରାପଡିଯାଇଥିଲା । ପରେ ବିମାନ ସଦସ୍ୟର କ୍ରୁ ଆସି ତାଙ୍କୁ ଅଟକ ରଖି ପଚରାଉଚୁରା କରିଥିଲେ । ହେଲେ କିଛି ସମୟ ଯାଏଁ ବ୍ୟକ୍ତିଜଣକ ତାଙ୍କ ଦୋଷ ମାନିନଥିଲେ । ପରେ ବାର୍ଥରୁମର ବେସିନରେ ପଡିଥିବା ସିଗାରେଟ ଗୁଣ୍ଡରୁ ଜଣାପଡିଥିଲା । ଏହାପରେ ବିମାନଟି ମୁମ୍ବାଇ ସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସୁରକ୍ଷା ପର୍ଯ୍ୟବେକ୍ଷକଙ୍କ ପାଖକୁ ନିଆଯାଇଥିଲା । ସେଠାରେ ବ୍ୟକ୍ତିଙ୍କ ନାଁରେ ଏଫଆଇଆର ରୁଜୁ କରାଯାଇଛି ।