SunstarTV
ବଦଳିଛି ପାଗ ତାତିରୁ ମିଳିଛି ଆଶ୍ବସ୍ତି। ଆସନ୍ତା ୩-୪ ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା ରହିଛି। ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ସାରା ରାଜ୍ୟକୁ ଆଲର୍ଟ ଜାରି ହୋଇଛି । କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ। ଏନେଇ ଆଜି ଝଡ଼ ବର୍ଷା ନେଇ ୭ ଜିଲ୍ଲା ଅନୁଗୋଳ, କେନ୍ଦୁଝର, ରାୟଗଡ଼ା, କନ୍ଧମାଳ, ମୟୂରଭଞ୍ଜ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣିଂ ଜାରି ହୋଇଛି ।
ସେହିପରି ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲେ ସତର୍କତା। ୯ ତାରିଖରେ ମଧ୍ୟ ରହିବ କାଳବୈଶାଖୀ ପ୍ରଭାବ । ୧୦ ତାରିଖ ପରେ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି। କାଳବୈଶାଖୀର ପ୍ରଭାବରେ ରାଜଧାନୀ ଭୁବନେଶ୍ଵର ଓ କଟକରେ ପାଗ ପରିବର୍ତ୍ତନ ହୋଇଛି । ସକାଳେ ସକାଳେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା । ପରେ କିଛି ସ୍ଥାନରେ ପ୍ରବଳ ବର୍ଷିଥିଲା।
ଏମିତି ପାଗ ଆଗକୁ ଲାଗି ରହିବ ବୋଲି ଜଣାପଡ଼ିଛି । ଅଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୮ରୁ ୯ ଡିଗ୍ରୀ ଯାଏ ପାରଦ ଖସିଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଦକ୍ଷିଣ ଝାଡଖଣ୍ଡରୁ ଉତ୍ତର ଓଡ଼ିଶା ଦେଇ ରାଜସ୍ଥାନ ଯାଏ ଏକ ଟ୍ରପ୍ ଲାଇନ୍ ଲମ୍ବିଛି। ଯାହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଫଳରେ ଖରା ତାତି ଓ ଅହସ୍ୟ ଗରମରୁ ଆଶ୍ଵସ୍ତି ମିଳିଛି । ଆଜି ରାଜ୍ୟରେ ୨୦ ସହରରେ ତାପମାତ୍ରା ୩୫ ଡିଗ୍ରୀ ତଳକୁ ଖସିଛି। ବଲାଙ୍ଗିର ଓ ଟିଟିଲାଗଡ଼ରେ ଦିନର ତାପମାତ୍ରରେ ସର୍ବାଧିକ ୧୦ ଡିଗ୍ରୀ ସେଲସିୟସ୍ ଯାଏ ହ୍ରାସ ପାଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୮ରୁ ୯ ଡିଗ୍ରୀ ଯାଏ ଖସିଛି ତାତି । ଆସନ୍ତା ୫ ଦିନ ଯାଏ ଏଭଳି ପାଗ ରହିବ।