Sunstar TV
ଭୁବନେଶ୍ୱର : ଚାମ୍ପିଆନ ଟ୍ରଫି ଆଣିବା ପାଇଁ ପାକିସ୍ତାନ ଯିବ ଟିମ୍ ଇଣ୍ଡିଆ । ଆସନ୍ତା ବର୍ଷରେ ପାକିସ୍ତାନରେ ହେବାକୁ ଥିବା ୫୦ ଓଭର ବିଶିଷ୍ଟ ଚାମ୍ପିଆନ ଟ୍ରଫି ଖେଳିବା ପାଇଁ ଟିମ୍ ଇଣ୍ଡିଆ ଯିବ ପାକିସ୍ତାନ । ଟିମ୍ ଇଣ୍ଡିଆକୁ ପଠାଇବ ବିସିସିଆଇ । ତେଣୁ ଯଦି କେନ୍ଦ୍ର ସରକାର ଅନୁମତି ଦେବେ ତେବେ ଟିମ୍ ଇଣ୍ଡିଆକୁ ପାକିସ୍ତାନ ପଠାଇବା ପାଇଁ ବିସିସିଆଇ ନେବ ପଦକ୍ଷେପ । ଆସନ୍ତା ଫେବୃଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଚାମ୍ପିଆନ ଟ୍ରଫି ଖେଳାଯିବ । ଏହାକୁ ନେଇ ଟିମ୍ ଇଣ୍ଡିଆ ବେଶ୍ ଉତ୍ସାହିତ ଅଛନ୍ତି । ଆଉ ଯାହାକୁ ନେଇ ଏଥର ବିସିସିଆଇ ବି ଚାହୁଁଛନ୍ତି ଟିମ୍ ଇଣ୍ଡିଆ ଏଥର ପାକିସ୍ତାନରେ ଖେଳ ପ୍ରଦର୍ଶନ କରୁ । ଯଦି କେନ୍ଦ୍ର ସରକାର ରାଜି ହୁଅନ୍ତି ତେବେ ନିଶ୍ଚିନ୍ତ ଟିମ୍ ଇଣ୍ଡିଆ ଖେଳିବାକୁ ପାକିସ୍ତାନ ଯିବ । ତେଣୁ ଏହା ସମ୍ପୂର୍ଣ୍ଣ ନିର୍ଭର କରେ କେନ୍ଦ୍ର ସରକାରଙ୍କ ଉପରେ ବୋଲି ବିସିସିଆଇ କହିଛି । ୨୦୧୩ରୁ ପାକିସ୍ତାନ ଓ ଭାରତର କୌଣସି ଦ୍ୱିପାକ୍ଷିକ ଖେଳ ହୋଇନି । ଆଉ ଏସବୁ ଭିତରେ ଭାରତ ଚାମ୍ପିଆନ ଟ୍ରଫି ପାଇଁ ପାକିସ୍ତାନ ଯିବ କି ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି । ଗତବର୍ଷ ପାକିସ୍ତାନ ଏସିଆ କପର ଆୟୋଜନ କରିଥିଲା । ହେଲେ ବିସିସିଆଇ ଟିମ୍ ଇଣ୍ଡିଆକୁ ପଠାଇ ନଥିଲା । ଫଳରେ ଭାରତ ତାର ସବୁ ମ୍ୟାଚ ଶ୍ରୀଲଙ୍କାରେ ଖେଳିଥିଲା । ବାକି କିଛି ଦେଶର ଖେଳାଳୀ ପାକିସ୍ତାନରେ ଖେଳିଥିଲେ । ତେଣୁ ଏଥର ଯଦି ପାକିସ୍ତାନ ଯିବାକୁ ଟିମ୍ ଇଣ୍ଡିଆକୁ ବିସିସିଆଇ ମନା କରିବ ତାହାଲେ ଆଇସିସି ହାଇବ୍ରିଡ ମଡେଲ ଆପଣାଇପାରେ ।