SUNSTARTV
ସନଷ୍ଟାର ଟିଭି ବ୍ୟୁରୋ:ଗତ କିଛି ଦିନ ହେବ ଅଭିନେତା ତଥା ସାସଂଦ ଅନୁଭବ ମହାନ୍ତିଙ୍କୁ ନେଇ ଲାଗି ରହିଛି ଚର୍ଚ୍ଚା । କେତେବେଳେ ରାଜନିତୀରେ ତାଙ୍କ ସ୍ଥିତିକୁ ନେଇ ଉଠୁଛି ପ୍ରଶ୍ନ ତ ଆଉ କେତେବେଳେ ବ୍ୟକ୍ତିଗତ ଜୀବନକୁ ନେଇ ହେଉଛି ଆଲୋଚନା । ନିକଟରେ ବିଜେଡି ଛାଡି ବିଜେପିରେ ପାଦ ଥାପିଥିବା ଅନୁଭବଙ୍କୁ ଦଳ କୌଣସି ଟିକେଟ ଦେଇ ନଥିବା ବେଳେ ବର୍ତ୍ତମାନ ତାଙ୍କ ବ୍ୟକ୍ତିଜୀବନକୁ ନେଇ ଏକ ରୋଚକ ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ଅଡୁଆରେ ସାଂସଦ ଅନୁଭବ ମହାନ୍ତି ।
ବିଜୁ ଜତନା ଦଳରୁ ନିଜ ରାଜନୀତି କ୍ୟାରିୟର ଆରମ୍ଭ କରିଥବା ଅନୁଭବ ରାଜ୍ୟ ରାଜନିତୀରେ ଏକ ଚର୍ଚ୍ଚିତ ଚେହେରା ଥିଲେ । ସେ ୨୦୧୯ ମସିହାରେ ବିଜେଡି ପକ୍ଷରୁ କେନ୍ଦ୍ରାପଡା ସାଂସଦ ହୋଇଥିଲେ । କିନ୍ତୁ ପାରିବାରିକ କଳହ ଅନୁଭବଙ୍କ ରାଜନୀତି ଜୀବନ ସହ ବ୍ୟକ୍ତିଗତ ଜୀବନକୁ ମଧ୍ୟ ବଦଳାଇ ଦେଲା । ଫଳରେ ଚଳିତ ନିର୍ବାଚନରେ ଟିକେଟ୍ ପାଇବା ଆଶାରେ ଦଳ ଡିଆଁ ମାରିଥିଲେ ଅଭିନେତା ଅନୁଭବ । କିନ୍ତୁ ଭାଜପା ନାଁ ତାଙ୍କୁ ଟିକେଟ୍ ନାଁ ଅନ୍ୟ କିଛି ଗୁରୁ ଦାୟିିତ୍ୱ କେବଳ ଷ୍ଟାର ପ୍ରଚାରକ ଭାବେ ତାଙ୍କୁ ଭୁଲାଇ ଦେଲା । ଶାସକ ଦଳରେ ସାଂସଦ ଥିବା ନେତା ବିରୋଧୀରେ ନିଜ ସତ୍ତା ହଜାଇବସିଲେ । ଯାହାକୁ ନେଇ ରାଜନୀତି ମହଲେରେ ସୃଷ୍ଟି ହୋଇଛି ଆଲୋଡନ । କିନ୍ତୁ ଏହିସବୁ ଘଟଣା ଭିତରେ ଅନୁଭବଙ୍କ ନିକଟକୁ କୋଟର ନୋଟିସ ଆସିବା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ଦୀର୍ଘ ୫ ବର୍ଷର ପାରିବାରିକ କଳି ନିକଟରେ ସମାଧାନ ହୋଇଥିଲା । ଉଭୟ ପତି ପତ୍ନୀ ପରସ୍ପର ଠାରୁ ବିଚ୍ଛେଦ ହେବା ସହ ବୈବାହିକ ସମ୍ପର୍କରେ ମଧ୍ୟ ପଡିଥିଲା ପୂର୍ଣ୍ଣଚ୍ଚେଦ । କିନ୍ତୁ ସବୁପରେ ମଧ୍ୟ ଅଭିନେତା ଅନୁଭବଙ୍କ ପିଛା ଛାଡୁନି ସମସ୍ୟା । ଗୋଟିଏ ପରେ ଗୋଟିଏ ଚିନ୍ତା ବର୍ତ୍ତମାନ ଅନୁଭବଙ୍କୁ ଜାବୁଡି ଧରିଛି ।
ତେବେ ରାଜନୀତିରେ ବର୍ତ୍ତମାନ ଅନୁଭବ ତାଙ୍କ ସ୍ଥିତି ହରାଇବାକୁ ଯାଉଥିବା ବେଳେ ପୁଣି ଥରେ ତାଙ୍କ ପାରିବାରିକ କଳହ ସାମ୍ନାକୁ ଆସିଛି । ଯାହାକି ଚଳିତ ନିର୍ବାଚନରେ ଅନୁଭବଙ୍କ ଉପରେ ଅନେକ ପ୍ରଭାବ ପକାଇବ ବୋଲି ରାଜନୀତି ସମିକ୍ଷକମାନେ ଆକଳନ କରୁଛନ୍ତି । ସୂଚନାରୁ ପ୍ରକାଶ ଯେ, ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅନୁଭବଙ୍କ ପୂର୍ବ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ କରାଯାଇଥିବା ଘରୋଇ ହିଂସା ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟ । ଅନୁଭବଙ୍କ ବିରୋଧରେ କଟକ ପୁରୀଘାଟ ଥାନରେ ଅଭିଯୋଗ କରିଥିଲେ ସାସଂଦଙ୍କ ପୂର୍ବ ପତ୍ନୀ ବର୍ଷା ପ୍ରିୟଦର୍ଶନୀ । ଏହି ମାମଲା ଏବେ କୋର୍ଟରେ ବିଚାରଧୀନ ଅଛି । ଏହି ମାମଲାରେ ଅନୁଭବଙ୍କ ଡିସଚାର୍ଜ ଆବଦେନର ଗତକାଲି ଶୁଣାଣି ହୋଇଥିଲା । ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।ଅନ୍ୟପଟେ ଦଳଡିଆଁ ମାରିଥିବା ଅନୁଭବଙ୍କୁ ବର୍ତ୍ତମାନ କୌଣସି ଟିକେଟ ମିଳିନଥିବା ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।ଗୋଟେ ପଟେ ଟିକେଟ ନ ମିଳିବା ନେଇ ଅଭିନେତାରୁ ନେତା ସାଜିଥିବା ଅନୁଭବ ଚିନ୍ତାରେ ଥିବା ବେଳେ ବର୍ତ୍ତମାନ କୋର୍ଟ ତାଙ୍କୁ ଆଉ ଏକ ଝଟକା ଦେଇଛି ।
ଅନ୍ୟ ପକ୍ଷରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଜେଡି ବଡ଼ଚଣାରୁ ଟିକେଟ ଦେଇ ସରପ୍ରାଇଜ୍ ଦେଇଛି । ଏହି ଟିକେଟ ଦେବାର ମାତ୍ର ୨ ଦିନ ପୂର୍ବରୁ ହିଁ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ ବର୍ଷା ପ୍ରିୟଦର୍ଶିନୀ । ଏହାପରେ ସେ ଟିକେଟ ପାଇ ନିଜର ପ୍ରଚାରକୁ ଜୋରଦାର କରିଥିବା ବେଳେ ଚିନ୍ତାରେ ଅଛନ୍ତି ପଦ୍ମ ପୋଖରୀରେ ବୁଡ ମାରିଥିବା ଅନୁଭବ ।