SUNSTARTV
ଓଟାୱା: ମନୁଷ୍ୟ ବନାଇ ଥିବା ପ୍ଲାଷ୍ଟିକ ପ୍ରଦୂଷଣ ଏବେ ମନୁଷ୍ୟ ପାଇଁ ମୁଣ୍ଡବିନ୍ଧା ପାଲଟିଛି। ପ୍ରତି ଦିନ ପ୍ରାୟ ୨ ହଜାର ଟ୍ରକ୍ ଆବର୍ଜନା ମହାସାଗର, ନଦୀ ଏବଂ ହ୍ରଦରେ ଫୋପଡ଼ା ଯାଉଛି। ତେବେ ଶହ ଶହ ବର୍ଷ ପର୍ଯ୍ୟନ୍ତ ନଷ୍ଟ ନ ହେଉଥିବାରୁ ସମସ୍ୟା ହେଉଛି। ଏବେ ଏହାର ପ୍ରାକୃତିକ ସମାଧାନ ମିଳିଯାଇଛି। ‘ୱାକ୍ସ ୱାର୍ମ’ ନାମକ ଏକ ପୋକ ପାଖରେ ପ୍ଲାଷ୍ଟିକକୁ ଖାଇବାର କ୍ଷମତା ରହିଛି। ଏହି ପୋକ କିଛି ସପ୍ତାହ ମଧ୍ୟରେ ପ୍ଳାଷ୍ଟିକକୁ ଖାଇ ସେଥରୁ ମଦ ବନାଇ ଦେଉଛି। କାନାଡ଼ାର ବ୍ରେଣ୍ଡନ ୟୁନିଭର୍ସିଟିର ଗବେଷକମାନେ ଏହି ପୋକ ଉପରେ ଗବେଷଣା ଜାରି ରଖିଛନ୍ତି।
ସୂଚନା ଅନୁଯାୟୀ ଗେଲେରିଆ ମେଲୋନେଲା ନାମକ ମାଥ୍ର ଲାର୍ଭାକୁ ‘ୱାକ୍ସ ୱାର୍ମ’ କୁହାଯାଇଥାଏ। ଏହା ମହୁମାଛି ବସା ନିକଟରେ ରହିଥାଏ। ଏହା ପଲିଥିନ ମଧ୍ୟ ଖାଇଥାଏ। ୨୦୧୭ରେ ପ୍ରଥମେ ଏ ବିଷୟରେ ସୂଚନା ମିଳିଥିଲା। କାନାଡ଼ା ଗବେଷକମାନେ ଏହି କୀଟକୁ ଅନେକ ଦିନ ପର୍ଯ୍ୟନ୍ତ କେବଳ ପଲିଥିନ ଖାଇବାକୁ ଦେଇଥିଲେ। ଏହା ଖାଇବାରୁ କୀଟର ମଳ ବଦଳି ଯାଇ ତରଳ ହୋଇ ଯାଇଥିଲା। ସେଥିରୁ ମଦରେ ବ୍ୟବହୃତ ଗ୍ଲାଇକୋଲ ଥିବା ଜଣାପଡ଼ିଥିଲା। ଗବେଷକମାନେ କୀଟକୁ ସପ୍ତାହରୁ କମ୍ ସମୟରେ ୩୦ ସ୍କୋୟାର ସେମିର ପ୍ଲାଷ୍ଟିକ ବ୍ୟାଗ ଖାଇବାକୁ ଦେଇଥିଲେ। ଯଦି ଏହି ଗବେଷଣା ଫଳପ୍ରଦ ହୁଏ ଖୁବ୍ କମ ଦିନ ଭିତରେ ବଜାରରେ ପ୍ଲାଷ୍ଟିକ୍ ମଦ ମିଳିପାରେ