Sunstar TV
ଭୁବନେଶ୍ୱର : ନିର୍ବାଚନ ବଣ୍ଡ ମାଧ୍ୟମରେ ଏହି ସରକାର ଘୋଟାଲା କରିଛି । ବିଜେପି ସରକାର ଇଡି, ସିବିଆଇକୁ ବ୍ୟବହାର କରି ବିଭିନ୍ନ କମ୍ପାନୀ ଠାରୁ ଜବରଦସ୍ତ ଚାନ୍ଦା ଆଦାୟ କରିଛି । ବିଭିନ୍ନ ଦଳକୁ ୧୬ ହଜାର କୋଟି ଟଙ୍କା ମିଳିଥିବା ବେଳେ ବିଜେପି ସରକାର ଆଠ ହଜାର କୋଟିରୁ ଅଧିକ ଟଙ୍କା ଚାନ୍ଦା ଆଦାୟ କରିଛି । ଲୋହିଆ ଏକାଡେମୀରେ ଲୋକଶକ୍ତି ଅଭିଯାନ ତରଫରୁ ଆୟୋଜିତ ସମ୍ମିଳନୀରେ ବିଜେପି ସରକାର ଉପରେ ଗର୍ଜିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ । ତାଙ୍କ କହିବା ମୁତାବକ ବିଜେପି ସରକାର ଚାନ୍ଦା ପାଇବା ପରେ ସେମାନଙ୍କୁ କୋଟି କୋଟି ଟଙ୍କାର ଠିକା ଦେଇଛିି । ବଣ୍ଡ ଜରିଆରେ କଳାଟଙ୍କା କାରବାର ବଢିଛି । ଔଷଧ କମ୍ପାନୀ ଠାରୁ ଟଙ୍କା ଆଣିବା ପରେ ନିମ୍ନାମାନର ଔଷଧ ତିଆରି ଉପରେ ଆଖି ବୁଜି ଦେଇଛନ୍ତି ଡ୍ରଗ କଣ୍ଟ୍ରୋଲ ଅଧିକାରୀ । ଏ ସବୁର ତଦନ୍ତ ପାଇଁ ଉଚ୍ଚନ୍ୟାୟାଳୟରେ ପୁଣି ଆବେଦନ ହୋଇଛି । ସେପଟେ ସୂଚନା ଅଧିକାର ଆନ୍ଦୋଳନର ନେତ୍ରୀ ଅଞ୍ଜଳି ଭରଦ୍ୱାଜ କହଛନ୍ତି ମୋଦୀ ସରକାର ସମସ୍ତ ସରକାରୀ ସଂସ୍ଥାଗୁଡ଼ିକର ସ୍ୱାଧୀନତାକୁ ହଟାଇ ନିଜ ଦଳୀୟ ସ୍ୱାର୍ଥ ଓ ବିରୋଧୀଙ୍କ ବିରୋଧରେ ବ୍ୟବହାର କରିଛନ୍ତି। ଏହାର ଜବାବ ଚଳିତ ନିର୍ବାଚନରେ ଭୋଟଦାତାମାନେ ଦେବାକୁ ସେ ନିବେଦନ କରିଛନ୍ତି।