SunstarTV
ଆଜିଠୁ ବଦଳିବ ପାଗ । ଆଗାମୀ ୪ଦିନ ଯାଏ କାଳବୈଶାଖୀ ନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ। ୯ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ଝଡ଼ ତୋଫାନ ସହ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି। ୭ ଓ ୮ତାରିଖରେ ବର୍ଷାର ପରିମାଣ ଅଧିକ ରହିପାରେ। କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ପବନ ନେଇ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଦିନ ୨୦ଟି ଜିଲ୍ଲାରେ ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି । ଏହି ୨୦ଟି ଜିଲ୍ଲା ମଧ୍ୟରୁ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
କୋରାପୁଟ, ରାୟଗଡ଼ା, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ବର ଏବଂ ମୟୁରଭଞ୍ଜରେ ବର୍ଷା ହୋଇପାରେ ।
ଏହି ସମୟରେ ପବନର ବେଗ ୪୦ରୁ ୫୦ କି.ମି ବହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।
୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ ତୋଫାନ ସହ ବର୍ଷା ସମ୍ଭାବନା ରହିଛି । ତେବେ ତାତିର ଅସହ୍ୟ ହୋଇପଡିଥିବା ଲୋକଙ୍କୁ ଟିକିଏ ତ୍ରାହି ମିଳିବ ।