SUNSTARTV
ସନଷ୍ଟାର ଟିଭି ବ୍ୟୁରୋ:ସେ କେବଳ ଜଣେ ନାରୀ ନୁହଁନ୍ତି ବରଂ ସମସ୍ତଙ୍କ ପାଇଁ ସେ ପ୍ରେରଣା ଉତ୍ସ । ନିଜର ସ୍ୱପ୍ନକୁ ସେ ଦେଇଛନ୍ତି ବାସ୍ତବର ରୂପ । ସେ ତାଙ୍କ କାର୍ଯ୍ୟ ମାଧ୍ୟମରେ ହିଁ ନିଜ ନାଁକୁ ନୂଆ ପରିଚୟ ଦେଇଛନ୍ତି । ଯାହାକୁ ଆଜି ସାରା ଭାରତ ଆଇସ୍କ୍ରିମ ମହିଳା ଭାବେ ଜାଣେ । ଆପଣମାନେ ଭାବୁଥିବେ କିଏ ସେହି ମହିଳା ଆଉ କାହିଁକି ତାଙ୍କୁ ଆଇସ୍କ୍ରିମ ମହିଳା କୁହାଯାଉଛି । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଭାରତର ଆଇସ୍କ୍ରିମ ମହିଳାଙ୍କ ସଫଳତାର କାହାଣୀ ବିଷୟରେ ।
ତେବେ ଭାରତରେ ଆଇସ୍କ୍ରିମ ମହିଳା ଭାବେ ପରିଚିତ ଥିବା ମହିଳାଙ୍କ ପ୍ରକୃତ ନାମ ହେଉଛି ରଜନୀ ବେକ୍ଟର । ଯିଏକି ଆଜି ସାରା ଭାରତ ବର୍ଷରେ ଖୁବ ପରିଚିତ । ତେବେ ରଜନୀ ବେକ୍ଟର ମାତ୍ର ୫୦୦ ଟଙ୍କାରୁ ତାଙ୍କର ଏକ ଛୋଟ ବ୍ୟବସାୟ ଆରମ୍ଭ କରିଥିଲେ । କିନ୍ତୁ ତାଙ୍କ ମନର ଦୃଢ଼ତା ଏବଂ ପରିଶ୍ରମ ତାଙ୍କର ଏହି ଛୋଟ ବ୍ୟବସାୟକୁ ଆଜି ବହୁ କୋଟି ଉଦ୍ୟୋଗରେ ପରିଣତ ହୋଇଛି । ତେବେ ବ୍ୟବସାୟ ପାଇଁ ରଜନୀଙ୍କର ରାସ୍ତା ଯଦିଓ କଠିନ ନଥିଲା କିନ୍ତୁ – ତାଙ୍କୁ କଠୋର ପ୍ରତିଯୋଗିତା ତଥା ସାମାଜିକ ପ୍ରତିବନ୍ଧକକୁ ଅତିକ୍ରମ କରିବାକୁ ପଡିଥିଲା । ସେ ତାଙ୍କ କାର୍ଯ୍ୟରୁ କେବେ ବି ପଛଘୁଞ୍ଚା ଦେଇନଥିଲେ ଏବଂ ସେ ଅବିରତ ପରିଶ୍ରମ କରି ଚାଲିଥିଲେ । ରଜନୀ ତାଙ୍କ ଲୁଧିଆନା ଘରୁ ଆଇସ୍କ୍ରିମ୍ ଉତ୍ପାଦନ କରିବା ଆରମ୍ଭ କରିଥିଲେ । ଏହା ପରେ ବିସ୍କୁଟ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ କରି ତାଙ୍କର ବ୍ୟବସାୟକୁ ବିସ୍ତାର କରିଥିଲେ । ତା ପରଠାରୁ ଆଉ କେବେ ପଛକୁ ଚାହିଁ ନଥିଲେ ରଜନୀ । ଯାହାର ଫଳ ସ୍ୱରୂପ ଆଜି ସେ କୋଟି କୋଟି ଟଙ୍କାର ମଲକୀଆଣି ।
ଯେତେବେଳେ ମ୍ୟାକଡୋନାଲ୍ଡସ୍ ଶ୍ରୀମତୀ ବେକ୍ଟର୍ସ ଫୁଡ୍ ସ୍ପେସିଆଲିଟି ଲିମିଟେଡ୍ କୁ ଏହାର ସ୍ଥାୟୀ ବନ୍ ଯୋଗାଣକାରୀ ଭାବରେ ବାଛିଲେ, ଏହା ତାଙ୍କ କ୍ୟାରିୟରରେ ଭିନ୍ନ ଏକ ମୋଡ ଆଣିଥିଲା । ଏହା ତାଙ୍କ ପାଇଁ ଏକ ବଡ଼ ସୁଯୋଗ ଥିବାବେଳେ ଏହି ସୁଯୋଗକୁ ହାତ ଛଡା କରି ନଥିଲେ ରଜନୀ । ତାଙ୍କର ଉତ୍ପାଦର ଚାହିଦାକୁ ପୂରଣ କରିବା ପାଇଁ, ସେମାନେ ଗ୍ରେଟର ନୋଏଡା ସହ ଦେଶର ଅନେକ ସ୍ଥାନରେ ଉତ୍ପାଦନ ସୁବିଧା ଖୋଲିଥିଲେ ।
୨୦୨୩ ସୁଦ୍ଧା, ଶ୍ରୀମତୀ ବେକ୍ଟର୍ସ ଫୁଡ୍ ସ୍ପେସିଆଲିଟି ଲିମିଟେଡ୍ ର ବଜାର ମୂଲ୍ୟ 6681 କୋଟି ଟଙ୍କା ରହିଛି, ଯାହା ଏହାକୁ FMCG କ୍ଷେତ୍ରର ଅନ୍ୟତମ ସଫଳ କମ୍ପାନୀ ଭାବରେ ପରିଣତ କରିଛି । କମ୍ପାନୀ ଏକ ଆଇପିଓ ଲଞ୍ଚ କରିଛି ଏବଂ ଏହାର ଉତ୍ପାଦ ସମଗ୍ର ଦେଶରେ ବିକ୍ରି ହେଉଛି । ରଜନୀ ତାଙ୍କ ସଫଳତାରୁ ଏହା ଉପଲବ୍ଧି କରିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ତାଙ୍କ କର୍ମ ପାଇଁ ଥିବା ଉତ୍ସାହ ଏବଂ ଆକାଂକ୍ଷାକୁ ଅନୁସରଣ କରେ ତେବେ ସବୁକିଛି ସମ୍ଭବ ହୋଇପାରେ । ଏଥିସହିତ ସଫଳତା ମଧ୍ୟ ପାଦ ଛୁଇଁଥାଏ । ତେବେ ଲକ୍ଷ ଲକ୍ଷ ବ୍ୟବସାୟ ମାଲିକ ଯେଉଁମାନେ କର୍ପୋରେଟ୍ ଦୁନିଆରେ ସଫଳ ହେବାକୁ ଆଶା କରନ୍ତି, ସେମାନେ ରଜନୀ ବେକ୍ଟରଙ୍କ କାହାଣୀ ଦ୍ୱାରା ଅନୁପ୍ରାଣିତ । ସେ ଦର୍ଶାଇଛନ୍ତି ଯେ ସ୍ଥିରତା, କଠିନ ପରିଶ୍ରମ ଏବଂ ସୃଜନଶୀଳତା ସହିତ ସବୁକିଛି ହାସଲ କରାଯାଇପାରିବ ।