SUNSTARTV
ସନଷ୍ଟାର ଟିଭି ବ୍ୟୁରୋ:ଅକ୍ଷୟର ଅର୍ଥ କେବେ ବି କ୍ଷୟ ହେବ ନାହିଁ । ତେଣୁ ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାକୁ ବହୁତ ଶୁଭ ବେଲି ବେବିଚନା କରାଯାଏ । ଏହି ଦିନ ସୁନା କିମ୍ବା ରୁପା କିଣିବା ଦ୍ୱାରା ଏହା ଘରେ ଅନେକ ଶୁଭ ଫଳ ଆଣିଥାଏ । ଏଥିସହିତ ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଫଳରେ ଘରେ ସୁଖ ସମୃଦ୍ଧି ସର୍ବଦା ରହିଥାଏ । ତେବେ ହିନ୍ଦୁ ପାଞ୍ଜିକା ଅନୁସାରେ ଚଳିତମାସ ୧୦ ତାରିଖରେ ପାଳନ ହେବ ଅକ୍ଷୟ ତୃତୀୟା । ଏହି ଦିନ ଅନେକ ବ୍ୟକ୍ତି ଧାର୍ମିକ କାର୍ଯ୍ୟ କରିବା ସହ ଦାନ ମଧ୍ୟ କରିଥାନ୍ତି । ଫଳରେ ତାଙ୍କର ପୁଣ୍ୟ କେବେ ବି କ୍ଷୟ ହୋଇନଥାଏ । ଅକ୍ଷୟ ତୃତୀୟା ଦିନ କରାଯାଇଥିବା ଦାନ ପୁଣ୍ୟର ବିଶେଷ ମହତ୍ୱ ରହିଛି । ଖାସ କରି ଏପରି କିଛି ଜିନିଷ ଅଛି ଯାହାକୁ ଏହି ଦିନ ହିଁ ଦାନ କରାଯାଇଥାଏ ।
ଧାର୍ମିକ ମାନ୍ୟତା ଅନୁସାରେ ଏପରି କିଛି ଜିନିଷ ରହିଛି ଯାହାକୁ ଅକ୍ଷୟ ତୃତୀୟା ଦିନ ଦାନ କରିବା ଦ୍ୱାରା ଜୀବନରେ କେବେ ବି ଧନ ସମ୍ପତ୍ତିର ଅଭାବ ହୋଇ ନଥାଏ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା ଦିନ କେଉଁ ସବୁ ଜିନିଷ ଦାନ କରାଯାଇଥାଏ ।
ମାଠିଆ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅକ୍ଷୟ ତୃତୀୟା ଦିନ ପାଣି ମାଠିଆ ଦାନ କରିବା ଅତ୍ୟନ୍ତ ଫଳପ୍ରଦ ହୋଇଥାଏ । ପ୍ରକୃତରେ ଏପରି କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ ।
ବସ୍ତ୍ର ଦାନ: ଶାସ୍ତ୍ରମତରେ ଯଦି ଘରେ ଅନେକ ଦିନ ଧରି ଆର୍ଥିକ ସମସ୍ୟା ଲାଗି ରହେ ତାହାଲେ ଅକ୍ଷୟ ତୃତୀୟା ଦିନ କୌଣସି ଦୁଃଖୀ ରଙ୍କିଙ୍କୁ ବସ୍ତ୍ର ଦାନ କରିବା ଆବଶ୍ୟକ । ଏପରି କରିବା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଦୂର ହେବା ସହ ଋଣରୁ ମଧ୍ୟ ମୁକ୍ତି ମିଳିଥାଏ ।
ଗୁଡ, ଲୁଣ ଦାନ: ଅକ୍ଷୟ ତୃତୀୟା ଦିନ ଘିଅ, ଚାଉଳ, ଡାଲି, ଲୁଣ ଏଭଂ ଗୁଡ ଦାନ କରିବା ନିହାତି ଜରୁରୀ । ଏପରି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିଥାଏ । ଏତିସହିତ ଘରେ କେବେ ବି କୌଣସି ପ୍ରକାର ଜିନିଷର ଅଭାବ ରହି ନଥାଏ ।
ସିନ୍ଦୁର ଦାନ: ଜ୍ୟୋତିଷ ଶାସ୍ତ୍ର ମତରେ ଅକ୍ଷୟ ତୃତୀୟା ଦିନ ବିବାହିତା ମହିଳାଙ୍କ ପ୍ରତିକ କୁହାଯାଉଥିବା ସିନ୍ଦୁର ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାକୁ ଦାନ କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବଢିଥାଏ । ଏଥିସହିତ ବୈବାହିକ ଜୀବନ ମଧ୍ୟ ଶାନ୍ତିପୂର୍ଣ୍ଣ ଏବଂ ସୁଖ ଦାୟକ ହୋଇଥାଏ ।