SunStarTV
ତାତିଲା କଡେଇରେ ସିଜୁଛି ଓଡ଼ିଶା । ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମପ୍ରବାହ । ସକାଳ ୭ଟାରୁ ଘରୁ ବାହାରିବା କଷ୍ଟକର ହେଇ ପଡୁଛି । ସୂଚନା ମୁତାବକ ଗତକାଲି ୪୪.୬ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଥିଲା । ତେବେ ଆଜିଠୁୁ ତାତି ପୁଣି ଖସିପରେ ।
କାଳବୈଶାଖୀ ପ୍ରଭାବରେ ଉପକୂଳରେ ତାତି ଖସିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟରେ କାଳବୈଶାଖୀ ଜନିତ ବର୍ଷା ସହ ବିଜୁଳି, ଘଡ଼ଘଡ଼ିର ଆଶଙ୍କା ଥିବା ପୂର୍ବାନୁମାନ କରିଛି ବିଭାଗ।ଏଥି ସହ ଆସନ୍ତା ମେ’ ୯ରୁ ୧୫ ତାରିଖ ମଧ୍ୟରେ ଓଡ଼ିଶାବାସୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିବା ନେଇ କହିଛି ବିଭାଗ। ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ କମ୍ ରହିବ। କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହେବାର ସମ୍ଭାବନା ମଧ୍ୟ ରହିଛି।
ଗତକାଲି ୭ଟି ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତାଠାରୁ ଅଧିକ ଥିଲା । ଆଜି ମଧ୍ୟ ସେହିଭଳି ଝାଞ୍ଜି ବହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ତେବେ ଆଗାମୀ ଦିନେ ୨ଦିନ ପରେ ଉପକୂଳ ଓଡିଶାରୁ ହିଟ-ୱେଭ ରୁ ରକ୍ଷା ମିଳିବ ବୋଲି ଅନୁମାନ କରାଯାଉଛି । ୬ ତାରିଖ ପରେ ରାଜ୍ୟରୁ ଗ୍ରୀଷ୍ମ ପ୍ରବାହ କମିବ ବୋଲି ଆଶା କରାଯାଉଛି ।