SUNSTARTV
Shani Vakri 2024:ହିନ୍ଦୁ ଧର୍ମରେ ଅନେକ ଶାସ୍ତ୍ର ପୁରାଣ ରହିଛି । ସେଥିମଧ୍ୟରୁ ଜ୍ୟୋତିଷ ଶାସ୍ତ୍ର ସମ୍ପୂର୍ଣ୍ଣ ଭିନ୍ନ ଏବଂ ସ୍ୱତନ୍ତ୍ର । ଏହି ଶାସ୍ତ୍ର ଅନୁସାରେ ଜ୍ୟୋତିଷ ବିଶାରଦମାନେ ଗ୍ରହ ନକ୍ଷତ୍ରଙ୍କ ଗଣନା ଠାରୁ ଆରମ୍ଭ କରି ବ୍ୟକ୍ତିର ଭାଗ୍ୟ ଭବିଷ୍ୟ ବିଷୟରେ ମଧ୍ୟ ଅନେକ କିଛି ତଥ୍ୟ ଦେଇଥାନ୍ତି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନକ୍ଷତ୍ର ସେମାନଙ୍କ ରାଶି ଏବଂ ଗତି ପରିବର୍ତ୍ତନ କରିଥାନ୍ତି । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତି ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ । ତେବେ ପୂର୍ବରୁ ଅନେକ ଗ୍ରହ ସେମାନଙ୍କ ରାଶି ପରିବର୍ତ୍ତନ କରିଥିବା ବେଳେ ବର୍ତ୍ତମାନ ଗ୍ରହରାଜ ଶନି ମଧ୍ୟ ତାଙ୍କ ଗତି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଫଳରେ ଏହା ସମସ୍ତ ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇବ ।ଖାସ କରି ୫ଟି ରାଶି ଉପରେ ଏହା ଅଧିକ ପ୍ରଭାବ ପକାଇବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ୧୩୯ ଦିନ ପ୍ରର୍ଯ୍ୟନ୍ତ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହ ବିଭିନ୍ନ ପ୍ରକାର ବିପଦରେ ପଡିବାର ସମ୍ଭାବନା ରହିଛି ।
ତେବେ ଶନିଙ୍କ ସାଢେସାତି ଏବଂ ଦୋୟାକୁ ଯେଉଁମାନେ ମଜା ମସ୍ତିରେ ନେଉଥିଲେ ସେମାନେ ଆସନ୍ତା ଜୁନ୍ ୩୦ ତାରିଖରୁ ସକର୍ତ ହୋଇଯାଆନ୍ତୁ । କାରଣ ଏହି ସମୟରେ ୫ଟି ରାଶି ଉପରେ ଶନିଙ୍କ କୋପ ଦୃଷ୍ଟି ପଡିବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ୫ରାଶି ବିଷୟରେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର, କୁମ୍ଭ ଏବଂ ମୀନ ରାଶିରେ ଶନି ସାଢେସାତି ଚାଲିବାକୁ ଥିବା ବେଳେ କର୍କଟ ଏବଂ ବୃଷ ରାଶିରେ ଶନି ଦୋୟା ଚାଲିବାର ସମ୍ଭାବନା ରହିଛି । ତେଣୁ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ୩୦ ଜୁନ୍ ରୁ ନଭେମ୍ବର ୧୪ ତାରିଖ ଅର୍ଥାତ୍ ୧୩୯ ଦିନ ଅନ୍ୟନ୍ତ ଖରାପ ରହିଛି । ତେଣୁ ଏହି ସମୟରେ ଏହି ୫ ରାଶିର ବ୍ୟକ୍ତିମାନେ ଅନ୍ୟନ୍ତ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।
ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ରହିବ ଶନିଙ୍କ କୋପ ଦୃଷ୍ଟି:
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ୩୦ ଜୁନ୍ ରୁ ନଭେମ୍ବର ୧୪ ତାରିଖ ପ୍ରର୍ଯ୍ୟନ୍ତ କୁମ୍ଭ, ମକର, ମୀନ, ବୃଷ ଏବଂ କର୍କଟ ଏହି ୫ ରାଶିର ବ୍ୟକ୍ତି ତାଙ୍କର ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଚାକିରୀ,ବ୍ୟବସାୟ କ୍ୟାରିୟର ସମସ୍ତ ଦିଗ ପ୍ରତି ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।