SunstarTV
ବାହାରେ ହେଉଥିବା ଉତ୍ତାପରେ ମଣିଷ ପୁରା କିଲବିଲ ହେଉଛନ୍ତିl ଏହା ପରେ ବାହାରକୁ ଯିବା ଆସିବା କରିବା ଦ୍ୱାରା ମୁହଁ କଳା ପଡିଯିବା ଗୋଟିଏ ସାଧାରଣ ସମସ୍ୟା l ଏବଂ ଏହି ଋତୁରେ ପ୍ରଦୂଷଣ ମଧ୍ୟ ଖୁବ ଦ୍ରୁତ ବେଗରେ ହୋଇଥାଏ l କିନ୍ତୁ ଏହି ସନ୍-ଟ୍ୟାନ କୁ ଆମେ କିଛିଟା ଘରୋଇ ଉପାୟକୁ ଆପଣାଇ ଖୁବ ସହଜ ରେ ଦୂର କରିପାରିବା l
ତେବେ ଆସନ୍ତୁ ଜାଣିବା…
ବେସନ ଓ ଦହିର ଗୋଟିଏ ପ୍ୟାକ ପ୍ରସ୍ତୁତ କରନ୍ତୁ ।କାରଣ ଏହା ଗୋଟିଏ ସୁନ୍ଦର ସନ୍-ଟ୍ୟାନ ରିମୁଭlଯାହା ପ୍ରତ୍ୟେକ ଘରେ ଉପଲବ୍ଧ l ବେସନ ଗୋଟିଏ ପ୍ରାକୃତିକ ସ୍କ୍ରବ ଓ ଏହା ଡେଡ ସେଲ ଗୁଡିକୁ ହଟାଇବାରେ ସାହାଯ୍ୟ କରିଥାଏ l ଏବଂ ଦହିରେ ଥିବା ଲାକଟିକ ଏସିଡ ତ୍ୱଚା କୁ ସଫା ରଖିବାରେ ସାହାଯ୍ୟ କରିଥାଏ l
ମହୁ ଓ ଚିନି ଗୋଟିଏ ଭଲ ସ୍କ୍ରବ ଭାବରେ କାର୍ଯ୍ୟ କରିଥାଏ, ଏହା ତ୍ୱଚାକୁ କୋମଳ କରିବା ସହିତ ସଫା କରିବାରେ ସାହାଯ୍ୟ କରିଥାଏ l ମହୁ ରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି ଯାହା ତ୍ୱଚା କୁ ପୋଷଣ ଦେଇଥାଏ ଓ ଚିନି ପ୍ରାକୃତିକ ସ୍କ୍ରବ ଭାବରେ କାର୍ଯ୍ୟ କରେ l ଗୋଟିଏ ପାତ୍ରରେ ଆବଶ୍ୟକ ମୁତାବକ ମହୁ ଓ ଚିନିକୁ ମିଶାଇ ଗୋଟିଏ ଗାଢ଼ ପେଷ୍ଟ ପ୍ରସ୍ତୁତ କରନ୍ତୁ l ଏବଂ ୫ରୁ ୧୦ ମିନିଟ ପର୍ଯ୍ୟନ୍ତ ତ୍ୱଚା ରେ ରଖି ଧୋଇ ଦିଅନ୍ତୁ l
ଏଲୋବେରା ଓ ଲେମ୍ବୁ ର ରସ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ l ଏଲୋଭେରା ରେ ଆଣ୍ଟିଇମ୍ଫ୍ଲମେଟ୍ରି ଗୁଣ ରହିଛି ଯାହା ତ୍ୱଚାକୁ ନରମ କରିଥାଏ ଏବଂ ଲେମ୍ବୁ ରସ ହେଉଛି ଗୋଟିଏ ପ୍ରାକୃତିକ ବ୍ଲିଚ ଏହା ତ୍ୱଚାକୁ ସଫା ରଖିବାରେ ସାହାଯ୍ୟ କରିଥାଏ l ଆପଣ ଏହାର ଏକ ପ୍ୟାକ ବ୍ୟବହାର କରି ପାରିବେl
ହଳଦୀ ଓ ଦୁଗ୍ଧ ର ଲେପ ତ୍ୱଚା କୁ କୋମଳ ଓ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ l ହଳଦୀ ଆଣ୍ଟି ସେପ୍ଟିକ ଗୁଣରେ ଭରପୁର , ଯାହାକି ବିଭିନ୍ନ ସଂକ୍ରମଣ ଠାରୁ ଦୁରେଇ ରଖିଥାଏ l ଦୁଗ୍ଧ ରେ ଥିବା ଲାକଟିକ ଏସିଡ ତ୍ୱଚା ର ଦାଗ ଦୂର କରିଥାଏ l