Sunstar Tv
Election Campaign: ଆଜି ୪ ଜିଲ୍ଲାରେ ମାରାଥନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ଗଜପତିରେ ଜନସଭାକୁ ସମ୍ବୋଧନ କରିବେ ନବୀନ l
ପ୍ରଥମେ କୋରାପୁଟ ଗସ୍ତ କାର୍ଯ୍ୟକ୍ରମ ରହିଛି l ମୁଖ୍ୟମନ୍ତ୍ରୀ ସକାଳ ୧୦ଟା ୧୦ ମିନିଟରେ ଜୟପୁର ବିମାନବନ୍ଦରରେ ପହଞ୍ଚିଛନ୍ତି।
ସେଠାରୁ ହେଲିକ୍ୟାପ୍ଟର ଯୋଗେ କୋରାପୁଟ ଓଏମପିର ଓଏସଏପି ତୃତୀୟ ବାଟାଲିୟନ ପଡିଆରେ ପହଞ୍ଚିବେ l ସେଠାରେ ବିରାଟ ସାଧାରଣ ସଭାର ଆୟୋଜନ କରାଯାଇଛି l
ଏହି ସଭାରେ କୋରାପୁଟ ଜ଼ିଲ୍ଲାର ୫ ଗୋଟି ନିର୍ବାଚନ ମଣ୍ଡଳୀ ସମେତ ଲୋକସଭାର ପାଇଁ ପ୍ରଚାର କରିବେ ନବୀନ l
୫ ବିଧାନସଭା ପ୍ରାର୍ଥୀଙ୍କ ସମେତ ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା ଉପସ୍ଥିତ ରହିବେ l କୋରାପୁଟ ସଭା ସାରି ଦିନ ୧୧ଟା ୪୦ରେ ନବରଙ୍ଗପୁରରେ ପହଞ୍ଚିବେ ନବୀନ । ମାଝୀଗୁଡା ସ୍ଥିତ ପଡିଆରେ ଏକ ଜନସଭାକୁ ସମ୍ବୋଧନ କରିବେ ।
ସ୍ଥାନୀୟ PWD ଗେଷ୍ଟ ହାଉସରେ କିଛି ସମୟ ବିଶ୍ରାମ ନେବା ପରେ ନବରଙ୍ଗପୁର ଯିବେ। ନବରଙ୍ଗପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ ଓ ସବୁ ବିଧାନସଭା ପାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ ।
ନବରଙ୍ଗପୁରରେ ମଧ୍ୟାହ୍ନ ଭୋଜନ ଶେଷ କରି ରାୟଗଡ଼ାରେ ପହଞ୍ଚିବେ। ଟିକିରିର ମୁସୁରିପଲ୍ଲାର ଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବା କାର୍ଯ୍ୟକମ ରହିଛି।
ସେଠାରୁ ସଭା ଶେଷ କରି ପାରଳାଖେମୁଣ୍ଡି ଷ୍ଟାଡିୟମ୍ରେ ପହଞ୍ଚିବା ପରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧନ କରିବେ। କାର୍ଯ୍ୟକ୍ରମ ଶେଷ ପରେ ମୁଖ୍ୟମନ୍ତ୍ରୀ ସେଠାରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ କାର୍ତ୍ତିକ ପାଣ୍ଡିଆନ୍ ଉପସ୍ଥିତ ରହିବେ ବୋଲି ଜଣାପଡିଛି।
ନବରଙ୍ଗପୁରରେ ନିର୍ବାଚନ ପ୍ରଚାର ସାରି ସିଧା ରାୟଗଡା ଯିବେ। ରାୟଗଡା ଟିକିରିଠାରେ ସାଧାରଣ ସଭା କରିବାର କାର୍ଯ୍ୟକ୍ରମ ରହିଛି।
ରାୟଗଡା ଟିକିରିରୁ କାର୍ଯ୍ୟକ୍ରମ ସାରି ଗଜପତି ଯିବେ ମୁଖ୍ୟମନ୍ତ୍ରୀ । ସେଠାରେ ମଧ୍ୟ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l
କୋରାପୁଟ ଜ଼ିଲ୍ଲା ଥିଲା ଦିନେ କଂଗ୍ରେସ ର ଗଡ଼ କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ୫ ଗୋଟି ନିର୍ବାଚନ ମଣ୍ଡଳୀ ଭିତରୁ ୪ଟି ବିଜେଡ଼ି ହାତେଇ ଥିବା ବେଳେ ଗୋଟେ ମାତ୍ର ଆସନ ଜୟପୁର କଂଗ୍ରେସ ହାତେଇ ଥିଲାl ଆସନ୍ତା ସାଧାରଣ ନିର୍ବାଚନରେ ୫ ଗୋଟି ବିଧାନସଭା ସମେତ ଲୋକସଭା ଆସନ ବିଜେଡ଼ି ହାତେଇବା ତାର ରଣନୀତି ପ୍ରସ୍ତୃତ କରୁଛିl