ଦେଖନ୍ତୁ ଏହି ଭିଡିଓକୁ ରାସ୍ତା ଧସି ଯାଇଛି… ନିଆଁ ଜଳୁଛି.. ଚାରିଆଡେ ଲୋକଙ୍କ ବିକଳ ରଡି… ଏହି ଭିଡିଓ ହେଉଛି ଚିନ୍ ର , ପ୍ରକୃତି ଯେତେବେଳେ ଦାଉ ସାଧେ ସେତେବେଳେ ତାର କୋପକୁ ସମ୍ଭାଳିବା ବହୁତ କଷ୍ଟ। ଏ ଦୃଶ୍ୟ ହେଉଛି ଚିନ୍ ର ।
ଦକ୍ଷିଣ ଚୀନରେ ଲଗାଣ ବର୍ଷା ଯୋଗୁଁ ଏକ ୬ ଲେନ୍ ବିଶିଷ୍ଟ ଜାତୀୟ ରାଜପଥର ପ୍ରାୟ ୬୦ ଫୁଟ ଦୀର୍ଘ ଅଂଶ ଭୁଶୁଡ଼ି ପଡ଼ିଛି। ଏଥିରେ ୪୮ ଜଣଙ୍କ ମୃତ୍ୟୁ ଘଟିଥିବା ମେଇଝୁ ସିଟି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ଭୋର ୨ଟାରେ ଏହି ଦୁର୍ଘଟଣା ଘଟିଥିଲା। ରାଜପଥର ୫୮.୭ ଫୁଟ ରାସ୍ତା ଧୋଇ ହୋଇଯାଇଥିଲା। ସେହି ସମୟରେ ରାସ୍ତାରେ ଥିବା ୨୩ଟି ଗାଡ଼ିମୋଟର ଏଥିରେ କ୍ଷତିଗ୍ରସ୍ତ ହୋଇଥିଲା। ବର୍ଷାଯୋଗୁଁ ମାଟିଗୋଡ଼ି ଖସୁଥିବାରୁ ଉଦ୍ଧାର କାର୍ଯ୍ୟ ଆଶାନୁରୂପ ଆଗେଇ ପାରିନାହିଁ। ମଧ୍ୟାହ୍ଣ ସୁଦ୍ଧା ୩୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଆଉ କେତେକ ମୃତଦେହକୁ ଉଦ୍ଧାର କରାଯାଇଛି। ୩୦ଜଣ ଆହତଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ଦିଆଯାଇଛି।
Update on highway collapse in China's Guangdong Province- visuals courtesy of @AFP pic.twitter.com/6lcGzq6isY
— AlgoaFMNews (@AlgoaFMNews) May 2, 2024