Sunstar Tv
Heat Wave: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ତାତି ପାଇଁ ସକାଳ ୮ଟା ପରୁ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ଜରୁରୀ କାମ ନ ଥିଲେ ଲୋକେ ବାହାରକୁ ଯିବା ପାଇଁ ମନ ବଳାଉ ନାହାଁନ୍ତି।
ଆଉ ଘରୁ ବାହାରକୁ ଯିବା ସମୟରେ ହାତରେ ପାଣି ବୋତଲ ଓ ଛତା ନବାକୁ ବି ଭୁଲୁ ନାହାଁନ୍ତି । ତେବେ, ଆଜି ମଧ୍ୟ ତାତିର ପ୍ରକୋପ ରାଜ୍ୟରେ ଜାରି ରହିଛି । ସକାଳୁ ସକାଳୁ ଅସହ୍ୟ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡି଼ଛନ୍ତି ରାଜ୍ୟବାସୀ।
ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଭବାନୀପାଟଣାରେ ୩୬.୨, ବଲାଙ୍ଗୀର ୩୫.୪, ମାଲକାନଗିରି ୩୫ , ଝାରସୁଗୁଡା ୩୪.୮ , ବାଲେଶ୍ଵର ୩୪.୬, ରାଉରକେଲା ୩୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସିଭିୟର ହିଟଓ୍ବେଭ୍ ନେଇ ଆଜି ୧୦ ଜିଲ୍ଲାକୁ ଏବଂ ଶୁକ୍ରବାର ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି । ତେବେ ଏହାରି ଭିତରେ ଗତକାଲି ହୋଇଥିବା କାଳ ବୈଶାଖୀ ସାମାନ୍ୟ ଆଶ୍ୱସ୍ତି ଆଣି ଦେଇଛି। କିନ୍ତୁ ଆଜି ମଧ୍ୟ ଖରା ପ୍ରକୋପ ଜାରି ରହିବ।
ଏହା ସତ୍ତ୍ଵେ ହିଟୱେଭ୍ ନେଇ ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ଓ ୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ୫ ତାରିଖ ପରେ ରାଜ୍ୟରେ ଦିନ ତାପମାତ୍ରା ୨ରୁ ୫ଡିଗ୍ରୀ ସେଲସିୟସ୍ ଖସିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।
ପାଣିପାଗର କେନ୍ଦ୍ରର ସୂଚନାଅନୁସାରେ ନୟାଗଡ଼, ବୌଦ୍ଧ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର ଓ ଝାରସୁଗୁଡ଼ାରେ ଟାଣ ଖରା ହେବ । ଏଥିପାଇଁ ଏହି ଜିଲ୍ଲାକୁଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।