SUNSTARTV
Heart Attack Risk: ଆଜିକାଲିର ବ୍ୟସ୍ତବହୁଳ ଜୀବନ ଶୈଳୀ ଏବଂ ଅସ୍ୱାସ୍ଥ୍ୟକର ପରିବେଶ କାରଣରୁ ଅନେକ ଲୋକେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଖାସ କରି ମେଦବହୁଳତା, ମଧୁମେୟ, ହୃଦଘାତ ଜନିତ ରୋଗ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ତେବେ ଏହି ସବୁ ରୋଗ ମଧ୍ୟରୁ ହୃଦଘାତ ଜନିତ ରୋଗ ବର୍ତ୍ତମାନ ଏକ ଗମ୍ଭିର ସମସ୍ୟା ରୂପେ ଛିଡା ହୋଇଛି ।
ଗତ କିଛି ବର୍ଷ ହେବ ଦେଶରେ ହୃଦଘାତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାର ଲାଗିଛି । ଖାସ କରି ଯୁବ ବର୍ଗଙ୍କୁ ଏହି ରୋଗ ଅଧିକ ମାତ୍ରାରେ ହେଉଥିବା ଜଣାପଡିଛି । ଏହି ହୃଦଘାତ ଜନିତ ରୋଗକୁ କୁ ନେଇ ବିଶେଷଜ୍ଞମାନେ ଅନେକ ସମୟରେ କିଛି ନା କିଛି ଗବେଷଣା କରିଥାନ୍ତି । କିନ୍ତୁ ପ୍ରତିଥର ହୃଦଘାତ ରୋଗର କିଛି ନୂଆ କାରଣ ନଜରକୁ ଆସିଥାଏ । ଏଥର ମଧ୍ୟ ହାର୍ଟ ଆଟାକ୍ କୁ ନେଇ ଏକ ସର୍ବେ ହୋଇଥିଲା । ଯାହାର ତଥ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି । ପ୍ରତି ଥର ପରି ଏଥର ମଧ୍ୟ ଏହି ହୃଦଘାତ ରୋଗର କାରଣ କିଛି ନୂଆ । ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ନିକଟରେ ଜର୍ନାଲ ସକ୍ରୁଲେସନ ରିସର୍ଚ୍ଚରେ ପ୍ରକାଶିତ ଏକ ଷ୍ଟଡିରେ ଟ୍ରାଫିକ ସାଉଣ୍ଡ ଏବଂ ହୃଦଘାତ ମଧ୍ୟରେ ସମ୍ବନ୍ଧ ଥିବା ଜଣାପଡିଛି । ଅନ୍ତରଷ୍ଟ୍ରୀୟ ବିଶେଷଜ୍ଞମାନେ ବିଭିନ୍ନ ପ୍ରକାର ରୋଗର କାରକଗୁଡିକ ବିଷୟରେ ଅନୁସନ୍ଧାନ କରିଥିଲେ । ଯାହାର ଫଳ ସ୍ୱରୁପ ଟ୍ରାଫିକର ଶବ୍ଦ ହାଟ୍ ସମ୍ବନ୍ଧିୟ ରୋଗକୁ ବୃଦ୍ଧି କରୁଥିବା ଜଣାପଡିଛି ।
ଶବ୍ଦର ତିବ୍ରତା ସହିତ ବଢୁଛି ହୃଦସ୍ପନ୍ଦନ:
ଅନୁସନ୍ଧାନରୁ ଜଣାପଡିଛି ଯେ,ରାସ୍ତାରେ ଯିବା ଆସିବା ସମୟରେ ପ୍ରତ୍ୟେକ ୧୦ ଡେସିବିଲ ଶବ୍ଦର ବୃଦ୍ଧି ଦ୍ୱାରା ହୃଦରୋଗର ବିପଦ ୩.୨ ପ୍ରତିଶତ ବୃଦ୍ଧି ପାଇଥାଏ । ତେଣୁ ଏହି ପରିସ୍ଥିତିରେ ଟ୍ରାଫିକ ଶବ୍ଦକୁ କମ କରିବା ପାଇଁ ଉପାୟ ବାହାର କରିବା ନିତ୍ୟାନ୍ତ ଜରୁରୀ । ଏକ୍ସପର୍ଟମାନେ ଆହୁରି ମଧ୍ୟ କହିଛନ୍ତି ଖାସ କରି ରାତିରେ ଯାତାୟତ କରୁଥିବା ଗାଡି ଶବ୍ଦ ବ୍ୟକ୍ତିର ନିଦ ଉପରେ ପ୍ରଭାବ ପକାଇଥାଏ । ଫଳରେ ଏହା ରକ୍ତ ବାହିକାରେ ଚିନ୍ତା ଜନକ ହରମୋନକୁ ବଢାଇଦିଏ । ଯାହାର ଫଳ ସ୍ୱରୂପ ଶରୀର ଫୁଲିବା ସହ ରକ୍ତବାହୀ ରୋଗର ସମସ୍ୟା ଦେଖାଦେଇଥାଏ । ତେଣୁ ହୃଦଘାତ ଜନିତ ରୋଗ ପାଇଁ ଟ୍ରାଫିକର ଶବ୍ଦ ହିଁ ମୁଖ୍ୟ କାରଣ ବୋଲି ଜଣାପଡିଛି ।