SUNSTARTV
ଭୁବନେଶ୍ୱର: ଭୁବନେଶ୍ୱର ଉପଜିଲ୍ଲାପାଳ ଅଫିସ୍ ସମ୍ମୁଖ ସରୁ ରାସ୍ତାରେ ଶତାଧିକ ବାଇକ୍ ପାର୍କିଂ ହେଉଛି । ଅଫିସ ଭିତରେ ନୋଟାରି ବସିଛନ୍ତି । ପାହାଚ ଅନ୍ଧାର, ଅଫିସ ପରିସର ବି ସୀମିତ । ଏହି ଅଫିସରେ ୩ ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀପତ୍ର ଦାଖଲ ହେବ । ତେଣୁ ନାମାଙ୍କନ ସମୟରେ ଏକ ସଙ୍ଗେ ପ୍ରାର୍ଥୀ, କର୍ମୀ, ମିଡିଆ, ପୁଲିସ ଏତେ ଲୋକଙ୍କୁ ଏଠାରେ ଜାଗା ହେବ ତ । ନା ପୁରା ଉପଜିଲ୍ଲାପାଳ ଅଫିସରେ ଅଣନିଃଶ୍ୱାସୀ ସ୍ଥିତି ଉପୁଜିବ ।
ତେବେ ସୋମବାରଠୁ ବିଦ୍ଧିବଦ୍ଧ ଭାବେ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରଥମ ଦିନ ଫାଙ୍କା ଥିଲା । କିନ୍ତୁ ଆଜି ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରୁଛି । ବିଜେଡି, ବିଜେପି, କଂଗ୍ରେସ ଏବଂ ଆପ୍ ସମେତ ସ୍ୱାଧୀନ ପ୍ରାର୍ଥୀମାନେ ବିରାଟ ପଟୁଆରରେ ଆସି ନାମାଙ୍କନ ଦାଖଲ କରୁଛନ୍ତି । ତେବେ ଉପଜିଲ୍ଲାପାଳ ଅଫିସରେ ଏକାମ୍ର ଓ ଉତ୍ତର ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବାକୁ ବ୍ୟବସ୍ଥା ହୋଇଛି । ସେହି ଗୋଟିଏ କୋଠା ତହସିଲ ଅଫିସରେ ମଧ୍ୟ ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ନାମାଙ୍କନ ଭରିବେ । ଗୋଟିଏ ସିଢିରେ ୩ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଯିବାଆସିବା କରିବେ । ତେଣୁ ଠେଲାପେଲା ସ୍ଥିତି ଉପୁଜିବାର ଆଶଙ୍କା ଅଛି ।
ଜୟଦେବ ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ବ୍ଲକ ଅଫିସରେ ପ୍ରାର୍ଥୀପତ୍ର ଦାଖଲ କରିବେ । ହଜାର ହଜାର କର୍ମୀ ବିରାଟ ଶୋଭାଯାତ୍ରାରେ ଆସିବେ । ଉପ ଜିଲ୍ଲାପାଳ ଅଫିସ ସେହି ରାସ୍ତାରେ ପଡୁଥିବାରୁ ଅନ୍ୟ ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ଶୋଭାଯାତ୍ରାରେ ଆସିବାବେଳେ ସମସ୍ୟା ସୃଷ୍ଟି ହେବ । ସେହିପରି ୩ ତାରିଖରେ ଏକାମ୍ର ବିଜେଡି ଓ ବିଜେପି ପ୍ରାର୍ଥୀ ନାମାଙ୍କନ ଭରିବାର କାର୍ଯ୍ୟକ୍ରମ ରହିଛି । ଶୋଭାଯାତ୍ରାରେ ଆସି ସେମାନେ ଶକ୍ତି ପ୍ରଦର୍ଶନ କରିବେ । ସମୟ ଭିନ୍ନ ଥିଲେ ମଧ୍ୟ ନାମାଙ୍କନ ପ୍ରକ୍ରିୟା ସମୟ ସାପେକ୍ଷ ହୋଇଥିବାରୁ ପ୍ରାର୍ଥୀମାନେ ଶୀଘ୍ର ପହଞ୍ଚିବାକୁ ଚେଷ୍ଟା କରିବେ । ତେଣୁ ଯଦି ଉଭୟ ଦଳର କର୍ମୀ ଶୋଭାଯାତ୍ରାରେ ମୁହାଁମୁହିଁ ହେବେ, ତେବେ କିଏ ଦାୟୀ ରହିବ । ସୋମବାର ପୁରୀରେ ପ୍ରାର୍ଥିପତ୍ର ଦାଖଲ ବେଳେ ଦୁଇ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ସ୍ଥିତି ଉପୁଜିଥିଲା ।
ଜଟଣୀ ପାଇଁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ବ୍ୟବସ୍ଥା କରାଯାଇଛି । ରାଲି ବେଳେ ପାୱାର ହାଉସ ପଟୁ ଆସୁଥିବା ରାଲି ପାଇଁ ଟ୍ରାଫିକ୍ ଜାମ ରହିବ । ସେହିପରି ମାଉସୀ ମା ମନ୍ଦିର ପାଖରୁ ରାଲି ସୁଡା ଗଳି ଦେଇ ଉପଜିଲ୍ଲାପାଳଙ୍କ ଅଫିସକୁ ଯିବ । ଏପଟେ ଜୟଦେବ ରାଲି କଳ୍ପନା ଛକ ପଟୁ ଆସିଲେ ସ୍ଥିତି ଏକ ପ୍ରକାର ଅଣାୟତଃ ହେବ । ଏ ପରିସ୍ଥିତିରେ ପଲଟିକାଲ ଟ୍ରିଫିକ୍ ଉପୁଜିବ । ସେଥିରେ ପୁଣି କୋର୍ଟ ଖୋଲା ରହୁଥିବାରୁ ଜାମ ହେବ ।