SunstarTV
ନେଇଛନ୍ତି କି କରୋନ ଟିକା ତେବେ ଜାଣନ୍ତୁ କଣ ପଡୁଛି ଏହାର ପ୍ରତିକ୍ରିୟା । କରୋନା ଟିକା କୋଭିସିଲ୍ଡ ଆମ ପାଇଁ ସମ୍ପୂର୍ଣ୍ଣ ନିରାପଦ ନୁହେଁ । କରୋନା ଟିକା କୋଭିସିଲ୍ଡର ରହିଛି ଗୁରୁତର ପାର୍ଶ୍ୱପ୍ରତିକ୍ରିୟା ଯାହା ଏବେ ରିସର୍ଚ୍ଚରୁ ଖୁଲାସା ହୋଇଛି ।
ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ଓ ବ୍ଲକ ପ୍ଲାଟେଲେଟ କାଉଣ୍ଟ କମିଯାଉଥିବାର ସୂଚନା ମିଳୁଛି । ୟୁକେ କୋର୍ଟଙ୍କୁ ଟିକା ନିର୍ମାଣକାରୀ କଂପାନୀ ଆଷ୍ଟ୍ରାଜେନେକା ଜଣାଇଥିବା ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି ।
କରୋନା ମହାମାରୀ ସମୟରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପକ୍ଷରୁ ମିଳିତଭାବେ ଏହି ଟିକା ପ୍ରସ୍ତୁତ କରାଯାଇଥିଲା । ଏହି ଟିକା ବହୁ ସଂଖ୍ୟାରେ ବିକ୍ରି ମଧ୍ୟ ହୋଇଛି । ବ୍ରିଟେନର ଏକ କୋର୍ଟରେ ସତ୍ୟପାଠ ଦାଖଲ କରି ଏହା ସ୍ୱୀକାର କରିଛି ନିର୍ମାଣକାରୀ କମ୍ପାନୀ।
ଭାରତରେ ପୁନେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ସହ ମିଶି ଏହି କଂପାନି ଟିକା ଉତ୍ପାଦନ କରିଥିଲା । କରୋନା ଟିକା କୋଭିଶିଲ୍ଡ ବିଷୟରେ ବଡ ଖବର ସାମ୍ନାକୁ ଆସିଛି । ଆଷ୍ଟ୍ରାଜେନେକା ଏକ ଗୁରୁତ୍ୱପୂର୍ଣ୍ଣ ଦିଗରେ ପ୍ରଥମଥର ପାଇଁ କୋର୍ଟ ଡକ୍ୟୁମେଣ୍ଟରେ ସ୍ୱୀକାର କରିଛି ଯେ, ତାଙ୍କ କୋଭିଡ୍-୧୯ଟିକାରେ ପାର୍ଶ୍ୱ ପ୍ରତିକ୍ରିୟା ଥାଇପାରେ ।
ତେବେ ଫାର୍ମାସ୍କ୍ୟୁଟେଚିକାଲ୍ କମ୍ପାନୀକୁ କ୍ଲାସ-ଆକ୍ସନ୍ ମାମଲାର ସାମ୍ନା କରିବାକୁ ପଡୁଛି, ଯେଉଁଥିରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ସହଯୋଗରେ ବିକଶିତ ତାଙ୍କ ଟିକାରୁ ଗଭୀର ସାଇଡ ଇଫେକ୍ଟ ଓ ମାଆ ମାନଙ୍କର ଅଭିଯୋଗ ଲାଗିଛି ।