SUNSTARTV
ଉତ୍ତରାଖଣ୍ଡ: କେଦାରନାଥ ମନ୍ଦିର ଉତ୍ତରାଖଣ୍ଡ ରାଜ୍ୟରେ ଅବସ୍ଥିତ, ଏହା ଏକ ପ୍ରାଚୀନ ଶୈବ କ୍ଷେତ୍ର ଅଟେ , ଦେବାଧିଦେବ ମହାଦେବଙ୍କ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଗୋଟିଏ ଏଠାରେ ସର୍ବଦା ବିଦ୍ୟମାନ ।କୁହାଯାଏ ବାବା କେଦାର ନାଥ ଜାଗ୍ରତ ମହାଦେବ, ଶୁଣିବାକୁ ମିଳେ କାଳବି ଭୟକରେ ମହାଦେବଙ୍କୁ, ତେଣୁ ସେ ମହାକାଳ, ସମୟକୁ କାବୁ କରି ତା ସହ ଖେଳିବା ଶକ୍ତି ମଧ୍ୟ ଅଛି ବାବା କେଦାର ନାଥଙ୍କ ପାଖରେ , କାହିଙ୍କି ନା କାଳକୁ କରାୟତ କରିବାର ଶକ୍ତି କେବଳ ମହାକାଳଙ୍କ ପାଖରେ ହିଁ ରହିଥାଏ। ଆଜି ଏମିତି ଏକ ଭକ୍ତର କଥା ଆମେ ଆପଣଙ୍କୁ କହିବୁ ଯାହାର ପ୍ରଗାଢ ଭକ୍ତି ଦେଖି ବାବା କେଦାର ନାଥ ମନ୍ଦିର ବାହାରକୁ ଚାଲି ଆସିଥିଲେ । ସମୟର ଗତିକୁ ମଧ୍ୟ ପରିବର୍ତ୍ତନ କରିଦେଇଥିଲେ ।
କଥା ଅନେକ ବର୍ଷ ତଳର ଯେବେ କୌଣସି ଗାଡି ମୋଟରର ସୁବିଧା ନଥିଲା । ଲୋକ ମାନେ ବଳଦ ଗାଡି, ଘୋଡା , ଗଧ କିମ୍ୱା ପାଦରେ ଚାଲି ଚାଲି ବାବାଙ୍କ ପାଖରେ ପହଞ୍ଚୁ ଥିଲେ । ସେ ସ୍ଥାନରେ ପହଞ୍ଚିବା ଅନେକଙ୍କ ପକ୍ଷେ ସମ୍ଭବପର ମଧ୍ୟ ନଥିଲା ସେଥିପାଇଁ କେଦାର ନାଥରେ କମ ଭକ୍ତ ପହଞ୍ଚିପାରୁଥିଲେ । ଥରେ ଜଣେ ଭକ୍ତ ବାବାଙ୍କ ଦର୍ଶନ ପାଇଁ ଚାଲି ଚାଲି ଘରୁ ବାହାରିଲା ସେ ଲୋକଟି ଖୁବ୍ ଗରିବ ଥିଲା । ହେଲେ ମନରେ ତାର ଅପାର ଶିବ ଭକ୍ତି ବାଟ ସାରା ଶିବ ନାମ ନେଇ ନେଇ ଚାଲୁଥାଏ ଘରୁ ବାହାରିଲା ବେଳେ ସେ ଜାଣି ନଥିଲା କେଦାରନାଥର ରାସ୍ତା, ହେଲେ ସେ ତା ମନରେ ବିଶ୍ୱାସ ଥିଲା ବାବା କେଦାରନାଥ ତାକୁ ବାଟ ବତାଇଦେବେ । ଆଉ ମହାଦେବ ତାକୁ ରାସ୍ତା ଦେଖାଇ ଚାଲିଲେ , ପାଖା ପାଖି ଦୁଇମାସ ଲାଗିଗଲା ତାକୁ କେଦାରନାଥରେ ପହଞ୍ଚିବାକୁ ।
କିନ୍ତୁ ପହଞ୍ଚିବା ପରେ ସେ ଦେଖିଲା ଚାରିଆଡେ ଶୁନ୍ ଶାନ୍ ଅଛି, ମନ୍ଦିର ଓ ଘର ଗୁଡିକ ଉପରେ ବରଫ ଜମିଯାଇଛି। କିଛି ଦେଖା ଯାଉନି। କେହି ବି ଶ୍ରଦ୍ଧାଳୁ ମଧ୍ୟ ଦେଖା ଯାଉ ନାହାଁନ୍ତି। ମନ ଟିକେ ଉଣା କଲା । ଟିକେ ଆଗକୁ ବଢି ଦେଖିଲା ବରଫରେ ଢଙ୍କା ହୋଇଥିବା ଗୋଟେ ବିଶାଳ ମନ୍ଦିର। ମନ୍ଦିରର କବାଟ ଅଧା ଦେଖା ଯାଉଛି । ତାର ଟିକେ ବିଶ୍ୱାସ ହେଲ , ସେ ଦେଖିଲା ପୂଜାରୀ ମନ୍ଦିରକୁ ବନ୍ଦକରି ଘରକୁ ଫେରୁଥିଲେ । ସେ ତାଙ୍କ ପାଖକୁ ଦୌଡିକି ଯାଇ ପଚାରିଲା ପୂଜାରୀ ମହାଶୟ ମୁଁ ବାବା କେଦାରନାଥଙ୍କ ଦର୍ଶନ ପାଇଁ ଆସିଛି । ଆପଣ ଯେତେବେଳେ ମନ୍ଦିର ଖୋଲିବେ ମୋତେ ଦର୍ଶନ କରିବାର ଅଛି ।
ପୂଜାରୀ କହିଲେ ଆରେ ତମେ ତ ଡେରୀ କରିଦେଲ ଭକ୍ତଟି କହିଲା ମାନେ ପୂଜାରୀ କହିଲେ ତୁମକୁ ବୋଧେ ୟାର ନିୟମ ଜଣା ନାହିଁ, ଏ ମନ୍ଦିର ବର୍ଷରେ ୬ ମାସ ଖୋଲା ୬ ମାସ ବନ୍ଦ ରହେ। ଦୀପାବଳୀ ପରଦିନ ମନ୍ଦିରକୁ ୬ ମାସ ପାଇଁ ବନ୍ଦକରିଦିଆ ଯାଏ। ଏବେ ଏହି ମନ୍ଦିର ପୁଣି ୬ ମାସ ପରେ ଏପ୍ରିଲ୍ ମେ ମାସ ଆଡକୁ ଖୋଲା ହେବ ସେତେବେଳେ ଆସିବେ ବାବାଙ୍କ ଦର୍ଶନ କରିବେ । ଏବେ ଆପଣ ଫେରି ଯାଆନ୍ତୁ । ପୂଜାରୀଙ୍କ ଠାରୁ ଏସବୁ ଶୁଣି ଭକ୍ତଟି କାନ୍ଦିଲା। କହିଲା ପୂଜାରୀ ମହାଶୟ ମୁଁ ଦୁଇମାସ ହେଲା ଚାଲି ଚାଲି ଏଠାକୁ ଆସିଛି। ମୁଁ ଏଠୁ ଆଉ ଫେରିପାରିବିନି । ମୁଁ କେଦାରନାଥଙ୍କର ଦର୍ଶନ କରିବାକୁ ଚାହୁଁଛି। ମୋତେ ଖାଲି ଥରୁଟିଏ ଦର୍ଶନ କରାଇଦିଅନ୍ତୁ ଟିକେ ଦେଖି ଦେଇ ମୁଁ ଚାଲିଯିବି । ଟିକେ ଚି଼ଡିଯାଇ ପୂଜାରୀ କହିଲେ ମୁଁ ଏମିତି କରି ମନ୍ଦିରର ନିୟମ ଭାଙ୍ଗିପାରିବିନି । ଆପଣଙ୍କୁ ଦର୍ଶନ କରିବାକୁ ହେଲେ ୬ ମାସ ଅପେକ୍ଷା କରିବାକୁ ହେବ। ସେତେ ପର୍ଯ୍ୟନ୍ତ ଏଇଠି ରୁହନ୍ତୁ । କହିବାକୁ ଗଲେ ଏଠି ଗୋଟିଏ ରାତି ବି ବିତେଇପାରିବେନି। ଏଠାରେ ଏବେ ଯେଉଁ ଥଣ୍ଡା ପଡିବ ୟାକୁ ଆପଣ ସହିପାରିବେନି। ମୃତ୍ୟୁ ହେଇଯିବ। ମୋ କଥା ମାନନ୍ତୁ ଫେରି ଯାଆନ୍ତୁ ୬ ମାସ ପରେ ଆସିବେ। ଏମିତି କହି ପୂଜାରୀ ସେଠାରୁ ଚାଲିଗଲେ ।
ହେଲେ ଭକ୍ତଟିର ମନ ବୁଝୁଛି କେଉଁଠୁ । ସେ ସେଠାରେ ସେମିତି ବସି ରହିଲା । ନା ତା ପାଖରେ କିଛି ଖାଦ୍ୟ ଥିଲା ନା ତା ପାଖରେ ଘୋଡିହେବାକୁ ଚାଦର ଥିଲା । ପ୍ରଚଣ୍ଡ ଥଣ୍ଡା ଶୀତ ଦାଉରୁ ନିଜରୁ ରକ୍ଷା କରିବା ତା ପକ୍ଷେ ସମ୍ଭବ ନଥିଲା । ଧିରେ ଧିରେ ଦିନ ଗଡି ସଞ୍ଜ ହେଲା କୋହଲା ପବନ ସାଙ୍ଗରେ ବରଫ ପାତ ରାତିକୁ ଯେମିତି କାଳ ରାତି କରିଦେଲା । ତା ଦେହ ଏମିତି ଥରୁ ଥିଲା କେତେବେଳେ ବି ପ୍ରାଣ ଛାଡିଯିବ । ସେ ସେଠାରେ ବସି ପଡିଲା । ବାବା କେଦାର ନାଥଙ୍କୁ ଧ୍ୟାନ କରିବାକୁ ଲାଗିଲା। ଆଖିରୁ ଧିରେ ଧିରେ ଲୁହବହିବାକୁ ଲାଗିଲା । ସେ ଏମିତି ଧ୍ୟାନରେ ମଗ୍ନଥିଲା ଯେ , ସେ ଅଧା ବରଫରେ ପୋତି ହୋଇଗଲାଣି , ସେ ଧ୍ୟାନ ତାର ନଥିଲା । ସେତେବେଳେ ବରଫ ଭିତରୁ ବାହାରି ଜଣେ ବାବା ଆସିଲେ । ମୁଣ୍ଡରେ ଜଟା ବେକରେ ରୁଦ୍ରାକ୍ଷ.. ଆଖି ଦିଟା ଯେମିତି ଗରମ୍ ଲୁହା ପରି ଲାଲ୍ ଦେଖାଯାଉଥାଏ, ଦେହରେ ବାଘଛାଲ, ହାତରେ ତ୍ରୀଶୁଳ ଧରିଥିଲେ । ବାବା ଜଣକ ଭକ୍ତର ପାଖକୁ ଆସି କହିଲେ ତୁମେ ବହୁତ ଥକି ଯାଇଛ, ଏମିତି କହି ପାଖରେ ନିଆଁ ଟିକେ ଜାଳିଲେ , ତାକୁ ଖାଇବାକୁ ମଧ୍ୟ ଦେଲେ । ସେଇ ଭକ୍ତ ଜଣକ ବାବା ଦେଇଥିବା ଖାଦ୍ୟ ଖାଇଲା, ବାବାଙ୍କୁ କହିଲା ପୂଜାରୀ କହିଲେ ମନ୍ଦିର ୬ ମାସ ପରେ ଖୋଲିବ, କେମିତି ଟିକେ ଆପଣ ଦର୍ଶନ କରେଇଦିଅନ୍ତେନି, ବାବା କେଦାରନାଥ ଆପଣଙ୍କର ମଙ୍ଗଳ କରିବେ। ସେ ବାବା ଜଣକ କହିଲେ ତୁମେ ଦର୍ଶନ କରିବ ବ୍ୟସ୍ତ ହୁଅନ୍ତି, ଆଗ ଏ ଖାଦ୍ୟ ଖାଅ, ସେ ଭକ୍ତଟି ବାବା ଦେଇଥିବା ଖାଦ୍ୟଖାଇ ସେଇଠି ଶୋଇପଡିଲା ।
ଯେତେବେଳେ ଆଖି ଖୋଲିଲାତ ଆଖି ଆଗରେ ଅନେକ ଶ୍ରଦ୍ଧାଳୁ ସମସ୍ତଙ୍କ ପାଟିରୁ ଗୋଟିଏ ଶବ୍ଦ ହର ହର ମହାଦେବ ହର ହର ମହାଦେବ ସେ କିଛି ବୁଝିବା ଆଗରୁ ଦେଖିଲା ସେଇ ପୂଜାରୀ ଯେ ଗତକାଲି କହିଥିଲେ ମନ୍ଦିର ୬ ମାସ ପରେ ଖୋଲିବ , ସେଇ ପୂଜାରୀ ଜଣକ ଆସୁଛନ୍ତି ମନ୍ଦିର ଆଡକୁ । ସେ ତାଙ୍କ ପାଖକୁ ଗଲା ପଚାରିଲା ପୂଜାରୀ ମହାଶୟ ମନ୍ଦିରକଣ ଆଜି ଖୋଲିବ ? ପୂଜାରୀ କହିଲେ ହଁ ମନ୍ଦିରତ ଖୋଲାଯିବ ଭକ୍ତଟି କହିଲା ଆପଣତକହୁଥିଲେ କାଲି ମନ୍ଦିର ୬ ମାସ ପରେ ଖୋଲିବ । କିନ୍ତୁ ଆଜି ଏ ନିୟମ କେମିତି ବଦଳିଲା । ତା କଥାଶୁଣି ପୂଜାରୀ ଚିଡିଗଲେ କହିଲେ , କଣ ଏମିତି ବାଜେ କଥା କହୁଛ, ମନ୍ଦିରରତ ୬ ମାସ ପରେ ଖୋଲୁଛି। ହଠାତ୍ ପୂଜାରୀଙ୍କର ମନେପଡିଗଲା, କହିଲେ ଆରେ ତମେ ତ ସେଇ ଲୋକ ଯିଏ ୬ ମାସ ତଳେ ଆସିଥିଲ । ଲୋକଟି ଆଶ୍ଟର୍ଯ୍ୟ ହେଲା କହିଲା ୬ ମାସ , କାଲି ଦେଖାହୋଇଥିଲା କହୁଛନ୍ତି ୬ ମାସ ରାତିରେ ଶୋଇଲି ଉଠିଲା ପରେ ଆପଣଙ୍କୁ ଦେଖୁଛି । ତା କଥାଶୁଣି ତା ହାତ ଧିରି ପକାଇଲେ ପୂଜାରୀ , କହିଲେ କଣ କହିଲ ? ତୁମ ସହ ଦେଖାହୋଇ ଗଲା ପରେ ଏଠି କଣ ହୋଇଥିଲା ?
ଭକ୍ତଟି ଅଘୋରୀ ବାବାଙ୍କ ବିଷୟରେ ସବୁ କଥା କହିଲା । କାନ୍ଦ କାନ୍ଦ ହୋଇଗଲେ ପୂଜାରୀ କହିଲେ , ତୁମେ ଧନ୍ୟ ,ଧନ୍ୟ ତୁମେ ଭକ୍ତ ନିଜେ ତୁମକୁ ବାବା କେଦାର ନାଥ ଦର୍ଶନ ଦେବାକୁ ଆସିଥିଲେ। ୬ ମାସର ସମୟ ଗୋଟିଏ ରାତିରେ ତୁମର କଟିଗଲା , ଏକଥା ତୁମକୁ ଜମା ଜଣା ପଡିଲାନି। ତୁମ ସହ ଚମତ୍କାର ହୋଇଛି। ତୁମେ ଗତ ବର୍ଷ ନଭେମ୍ୱରରେ ଶୋଇଥିଲ ଆଜି ଏପ୍ରିଲ୍ ମାସରେ ଉଠୁଛ ତମେ। ତୁମକୁ ଟିକେ ବି ଜଣା ପଡିଲାନି। ନିଜର ଭକ୍ତ ପାଇଁ ସମୟର ଚକ୍ରକୁ ବଦଳାଇ ଦେଲେ ଦେବାଧିଦେବ ମହାଦେବ। ଏହା କେବଳ ମହାକାଳହିଁ କରିପାରନ୍ତି । ବାବା କେଦାର ନାଥଙ୍କ ମନ୍ଦିର ଚଳିତ ବର୍ଷ ମେ ମାସ ୧୦ରେ ଖୋଲୁଛି । ବାବା କେଦାରନାଥଙ୍କ ଦର୍ଶନ କରି ଆପଣମାନେ ବି କାଳରୁ କରାଳରୁ ମୁକ୍ତ ହୋଇ ସୌଭାଗ୍ୟ ଶାଳୀ ହୁଅନ୍ତୁ ।