SUNSTRATV
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ବର୍ଷର ଦ୍ଵିତୀୟ ମାସ ହେଉଛି ବୈଶାଖ ମାସ, ଯାହାକି ଅପ୍ରେଲ ୨୪ ତାରିଖ ଠାରୁ ଆରମ୍ଭ ହୋଇ ଯାଇଛି l ଏବଂ ବୈଶାଖ ମାସରେ ଗ୍ରୀଷ୍ମ ପ୍ରବାହ ଅତ୍ୟଧିକ ରହିଥାଏ l ଏହି କାରଣରୁ ଏହିଦିନ ଜଳଦାନର ବିଶେଷ ମହତ୍ୱ ରହିଛି l ଏହି ମାସରେ ଅକ୍ଷୟ ତୃତୀୟା ଓ ବୁଦ୍ଧପୂର୍ଣିମା ପାଳିତ ହୋଇଥାଏ l ବୈଶାଖ ମାସରେ ଘର ବାହାରେ ବା ଛାତ ଉପରେ ପକ୍ଷୀ ମାନଙ୍କ ପାଇଁ ଜଳ ପିଇବା ବ୍ୟବସ୍ଥା କରିବା ଶୁଭ ଅଟେ l
୧୨ ମାସ ମଧ୍ୟରେ ଶ୍ରେଷ୍ଠ ବୈଶାଖ ମାସ –
ଏହି ମାସରେ ଅଧିକାଂଶ ନଦୀ ଓ ପୋଖରୀ ସୁଖୀ ଯାଇଥାଏ l ଯେଉଁ କାରଣରୁ ପକ୍ଷୀ ମାନେ ପାଣି ପିଇବାକୁ ପାଇ ନଥାଆନ୍ତି l ଏହି ମାସରେ ସୂର୍ଯ୍ୟ ଦେବ ନିଜର ସମ୍ପୂର୍ଣ ପ୍ରଭାବ ଦେଖାଇ ଥାଆନ୍ତି l, ତେଣୁ ଚାରିଆଡେ ଗରମ ପ୍ରବାହ ଅଧିକ ରହିଥାଏ l ତେଣୁ ବୈଶାଖ ମାସରେ ଜଳ ଓ ଛାୟା ଦାନର ଅଧିକ ମହତ୍ୱ ରହିଛି l ଏହି ମାସରେ କରାଯାଇଥିବା ଜଳଦାନ ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ l ଅକ୍ଷୟ ପୁଣ୍ୟ ର ଅର୍ଥ ଏହି ପୁଣ୍ୟ ର ଶୁଭ ପ୍ରଭାବ ଜୀବନ ସାରା ଆପଣଙ୍କ ଉପରେ ରହିବ l ସ୍କନ୍ଦ ପୁରାଣ ଅନୁସାରେ ବୈଶାଖ ମାସ ଭଳି ଶ୍ରେଷ୍ଠ ମାସ ଆଉକିଛି ନାହିଁ, ସତ୍ୟଯୁଗ ସମାନ କୌଣସି ଯୁଗ ନାହିଁ l ବେଦ ସମାନ କୌଣସି ଶାସ୍ତ୍ର ନାହିଁ , ଏବଂ ଗଙ୍ଗାନଦୀ ସମାନ କୌଣସି ତୀର୍ଥ ନାହିଁ l ଏହି ମାସରେ କରାଯାଇଥିବା ଧର୍ମ କାର୍ଯ୍ୟ ଦ୍ୱାରା ଭକ୍ତ ମାନଙ୍କର ସମସ୍ତ ମନସ୍କାମନା ପୂର୍ଣ ହୋଇଥାଏ l ଏହି ମାସରେ ବୃକ୍ଷ କୁ ଜଳ ଦାନ କରିବା ଦ୍ୱାରା ଭଗବାନ ବିଷ୍ଣୁ ଓ ମହାଦେବ ଙ୍କ କୃପା ଲାଭ ହୋଇଥାଏ l
ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷ ଓ ନାରୀ ସଂଯମତା ପୂର୍ବକ ଏହି ମାସରେ ଧର୍ମ ପାଳନ କରନ୍ତି ଓ ଇନ୍ଦ୍ରିୟ ସୁଖ ରୁ ନିବୃତ ରୁହନ୍ତି ସେମାନଙ୍କ ଜୀବନ ର ସମସ୍ତ କଷ୍ଟ ଦୂର ହୋଇଥାଏ l ଶାସ୍ତ୍ର ଅନୁସାରେ ଯେଭଲି ନାରୀ ମାନଙ୍କ ମଧ୍ୟରେ ପାର୍ବତୀ, ଉତପ୍ତ ଜିନିଷ ମଧ୍ୟରେ ସୂର୍ଯ୍ୟ, ଲାଭ ମଧ୍ୟରେ ଆରୋଗ୍ୟ ଲାଭ, ମନୁଷ୍ୟ ମାନଙ୍କ ମଧ୍ୟରେ ବ୍ରାହ୍ମଣ, ପୁଣ୍ୟ ମଧ୍ୟରେ ପରୋଉପକର , ବିଦ୍ୟା ମଧ୍ୟରେ ବେଦ , ମନ୍ତ୍ର ମଧ୍ୟରେ ଆତ୍ମଚିନ୍ତନ, ତପସ୍ୟା ମଧ୍ୟରେ ସତ୍ୟ ପାଳନ, ସୁଧୀ ମଧ୍ୟରେ ଆତ୍ମ ସୁଧୀ, ଦାନ ମଧ୍ୟରେ ଅଭୟଦାନ ଏବଂ ଗୁଣ ମଧ୍ୟରେ ଲୋଭ ତ୍ୟାଗ କୁ ଶ୍ରେଷ୍ଠ ବୋଲି କୁହାଯାଇଛି ସେହିଭଳି ସମସ୍ତ ମାସ ମଧ୍ୟରେ ବୈଶାଖ ମାସ ଶ୍ରେଷ୍ଠ ଅଟେ l ସ୍କନ୍ଦ, ପଦ୍ମ, ବ୍ରହ୍ମବୈବର୍ତ ପୁରାଣ ଓ ମହାଭାରତରେ ବୈଶାଖ ମାସକୁ ଶ୍ରେଷ୍ଠ ମାସ ବୋଲି କୁହାଯାଇଛି l ଏହିସବୁ ପୁରାଣ ରେ କୁହାଯାଇଛି ଯେ ବୈଶାଖ ମାସରେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରନ୍ତୁ, ଏବଂ ଜଳଦାନ ମଧ୍ୟ କରନ୍ତୁ l ଏପରି କରିବା ଦ୍ୱାରା ୧୦୦ ଜନ୍ମ ର ସମସ୍ତ ପୁଣ୍ୟ ପ୍ରାପ୍ତି ହୋଇଥାଏ l
ଏହି ମାସରେ କରନ୍ତୁ ଏହିସବୁ କାର୍ଯ୍ୟ –
– ବୈଶାଖ ମାସରେ ତୁଳସୀରେ ଜଳ ଅର୍ପଣ କରନ୍ତୁ ଏବଂ ଦୀପଦାନ ମଧ୍ୟ କରନ୍ତୁ l ଭଗବାନ ବିଷ୍ଣୁଙ୍କ କୃପା ଲାଭ ହେବ l
– କୌଣସି ମନ୍ଦିର କୁ ଯାଇ ଜଳ ପୁର୍ଣ କରିଥିବା କଳସ ଦାନ କରନ୍ତୁ l
– ଏହି ମାସରେ ମହାଦେବ ଙ୍କୁ କଳା ରାଶି ଓ ଜଳ ଅର୍ପଣ କରନ୍ତୁ ଏବଂ ଶିବ ମନ୍ଦିର ରେ ୧୦୮ ଥର ରାମ ନାମ ଜପ କରନ୍ତୁ l
– ଏହି ମାସରେ ଜଳଛତ୍ର କରି ଜଳଦାନ କରନ୍ତୁ ନଚେତ କୌଣସି ମନ୍ଦିର ରେ ମଧ୍ୟ ଜଳଦାନ କରିପାରିବେ ଏହାଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ l