Sunstar Tv
PM Kisan Yojana: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଏକ କେନ୍ଦ୍ରୀୟ ଯୋଜନା l ଯେଉଁ ଯୋଜନା ଦ୍ୱାରା ଅନେକ ଚାଷୀ ଉପକୃତ ହେଉଛନ୍ତି ।
ଏହି ଯୋଜନାରେ କିସ୍ତି ଅନୁଯାୟୀ ଟଙ୍କା ପ୍ରଦାନ କରାଯାଇଥାଏ ଚାଷୀଙ୍କୁ l ଏ ପର୍ଯ୍ୟନ୍ତ ଚାଷୀ ୧୬ତମ କିସ୍ତି ପାଇ ସାରିଛନ୍ତି । ଖୁବଶୀଘ୍ର ୧୭ତମ କିସ୍ତି ପାଇବାକୁ ଯାଉଛନ୍ତି ଚାଷୀ ଏହି ଯୋଜନାରେ ।
ଏକ ରିପୋର୍ଟ ମୁତାବକ ଏପ୍ରିଲ୍ ମାସ ଶେଷ ସୁଦ୍ଧା ବ୍ୟାଙ୍କ୍ ଆକାଉଣ୍ଟକୁ ଏହି ଯୋଜନା ଟଙ୍କା ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ବର୍ଷକୁ ମୋଟ ୩ଥର ଦୁଇ ହଜାର ଟଙ୍କା ଆକାଉଣ୍ଟକୁ ଆସିଥାଏ ଚାଷୀଙ୍କର । ଯେଉଁ ଚାଷୀମାନଙ୍କ KYC ବାକି ଅଛି ସେମାନଙ୍କୁ ତୁରନ୍ତ ଏହା କରିବାକୁ ପରାମର୍ଶ ଦିଆଯାଇଛି ।
ତେବେ ଚଳିତ ମାସ ଶେଷ ସୁଦ୍ଧା E-KYC କରାଇ ନେବାକୁ ପରାମର୍ଶ ରହିଛି । ସେହିପରି e-KYC ପୂରଣ ନକଲେ ଚାଷୀମାନେ ଏହି ଯୋଜନାରେ ଲାଭ ମିଳିବ ନାହିଁ । ମୋବାଇଲ ମାଧ୍ୟମରେ ଅତି ସହଜରେ ଜଣେ ଚାଷୀ e-KYC କରାଇ ପାରିବେ ନିଜର ।
ସେହିଭଳି ଚାଷୀଙ୍କୁ ଜମି ବାବଦରେ ମଧ୍ୟ ପଞ୍ଜୀକରଣ କରିବାକୁ ପଡ଼ିବ । ଯଦି ଏହା କରି ନଥିବେ କୃଷି କାର୍ଯ୍ୟାଳୟକୁ ଯାଇ ପଞ୍ଜୀକରଣ କରିବାକୁ ପଡ଼ିବ ।
ସବୁଠାରୁ ବଡ଼ ଆଲୋଚ୍ୟ ବିଷୟ ଅଧିକାଂଶ ଚାଷୀ ବର୍ତ୍ତମାନ ସୁଦ୍ଧା ନିଜ ଜମି ପଞ୍ଜୀକରଣ କରାଇନଥିବାରୁ କିସ୍ତି ଟଙ୍କା ବିଳମ୍ବ ହୋଇଛି ।
ଏଣୁ ଏଥିପାଇଁ କୃଷି କାର୍ଯ୍ୟାଳୟ ପକ୍ଷରୁ ଜମି ପଞ୍ଜୀକରଣ କରିବା ପାଇଁ ଅପିଲ୍ କରାଯାଇଛି । ଯଦି ଆପଣ କିସାନ ଅଧୀନରେ ଆବଶ୍ୟକ ପ୍ରକ୍ରିୟା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନକରନ୍ତି , ତେବେ ଏହାର ଲାଭ ପାଇବାକୁ ଆପଣ ସମର୍ଥ ନୁହନ୍ତି ।
ଆସନ୍ତା କିଛି ଦିନ ମଧ୍ୟରେ କୃଷକଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି କିସ୍ତି ଟଙ୍କା । ତେବେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ଏଥିପାଇଁ ପ୍ରକାଶ କରିନାହାଁନ୍ତି । କିସ୍ତି ଟଙ୍କା ପାଇବା ପୂର୍ବରୁ ଯଦି ଜଣେ ଆପଣ ଜଣେ ଚାଷୀ ତେବେ PM Kisan ଯୋଜନାରେ ଆପଣଙ୍କ ହିତାଧିକାରୀ ସ୍ଥିତି ଆଜି ହିଁ ଯାଞ୍ଚ କରନ୍ତୁ l
ସର୍ବପ୍ରଥମେ ଆପଣ ସରକାରୀ ୱେବସାଇଟ୍ – https://pmkisan.gov.in/ ଲଗ୍ ଇନ୍ କରନ୍ତୁ । ଏହାପରେ, ପିଏମ କିସାନ ଯୋଜନାର ଅନଲାଇନ୍ ପୋର୍ଟାଲ୍ ରେ ଆପଣ ଏ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଅନଲାଇନରେ କରିପାରିବେ ।
ସେଠାରେ ଉପଲବ୍ଧ ଥିବା ନୂଆ ଲିଷ୍ଟ ଉପରେ କ୍ଲିକ୍ କରି ତାଲିକା ଯାଞ୍ଚ୍ କରି ପାରିବେ । ତାଲିକାରେ ନାମ ନ ଥିଲେ ଆପଣ ଏହି କିସ୍ତିରୁ ବାଦ ପଡିପାରନ୍ତି l