SUNSTARTV
ନୂଆଦିଲ୍ଲୀ: ୫ ଟିକିଆ ଟି-୨୦ ଖେଳିବା ଲାଗି ନେପାଳରେ ପହଞ୍ଚିଛି ଓ୍ୱେଷ୍ଟଇଣ୍ଡିଜ୍ ‘ଏ’ ଟିମ୍। ତେବେ ସେଠାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରିବା ବଦଳରେ କରାଯାଇଥିଲା କିଛି ଏମିତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କହିବାକୁ ଗଲେ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଅତି ଦୟନୀୟ ଅବସ୍ଥାରେ କରାଯାଇଥିଲା ସ୍ୱାଗତ ।
ବିମାନବନ୍ଦର ବାହାରେ ଖେଳାଳିମାନେ ନିଜ ନିଜର କିଟ୍ ଏବଂ ଜିନିଷପତ୍ର ବାହାରେ ଛିଡା ହୋଇଥିବା ଡାଲା ଅଟୋ ପାଖକୁ ଯାଉଛନ୍ତି । ଖାଲି ଗାଡି ନିକଟକୁ ଯାଉନାହାଁନ୍ତି ତ ଗାଡିରେ ନିଜର ସାମାନ ବି ରଖୁଛନ୍ତି । ଗାଡିରେ ଥିବା ଜଣେ ବ୍ୟକ୍ତିଙ୍କୁ ଗୋଟିଏ ପରେ ଗୋଟିଏ ଜିନିଷ ବଢାଉଛନ୍ତି ଖେଳାଳି । ଏହା ପରେ ବ୍ୟକ୍ତି ଜଣଙ୍କ ସବୁ ଟ୍ରଲିକୁ ସାଇଜ୍ କରି ରଖୁଛନ୍ତି । କିଟ୍ ଦେବାପରେ ଇଣ୍ଡିଜ୍ ଖେଳାଳିମାନେ ବସ୍ ନିକଟକୁ ଆସୁଛନ୍ତି । ବସ୍ରେ ଲେଖାହୋଇଛି ଟୁରିଷ୍ଟ ବସ୍ । ହେଲେ ତାହା ମନେ ହେଉଛି କୌଣସି ସାଧାରଣ ବସ୍ ଭଳି । ସୂଚନା ଥାଉକି, ନେପାଳ ଓ୍ୱେଷ୍ଟଇଣ୍ଡିଜ୍ ‘ଏ’ ଟିମ୍ ମଧ୍ୟରେ ଆସନ୍ତା ୨୭ ରୁ ଖେଳାଯିବ ସିରିଜ୍ । ପରବର୍ତ୍ତୀ ମ୍ୟାଚ୍ ୨୮, ମେ ୧, ୨ ଓ ୪ ତାରିଖରେ ଖେଳାଯିବ ।
The way Nepal welcomed West Indies team. 🤨 pic.twitter.com/8JBKNOu01T
— Nibraz Ramzan (@nibraz88cricket) April 24, 2024