SunStarTV
ଜାତୀୟ ପରୀକ୍ଷା ଏଜେନ୍ସି (NTA) ବୁଧବାର ଇଞ୍ଜିନିୟରିଂ ଆଡମିଶନ ପାଇଁ ଜେଇଇ ମେନ୍ (JEE-Mains) ପରୀକ୍ଷାର ଫଳାଫଳ ପ୍ରକାଶ କରିଛି।ଚଳିତବର୍ଷ ପ୍ରାୟ ୧୦ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଜାନୁଆରୀ ଏବଂ ଏପ୍ରିଲରେ ଦୁଇଟି ରାଉଣ୍ଡରେ ଅନୁଷ୍ଠିତ ଅନୁଷ୍ଠିତ ପରୀକ୍ଷା ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ସେମାନଙ୍କର ରେଜଲ୍ଟ ଏବଂ ମେରିଟ ଲିଷ୍ଟ ତାଲିକା ପାଇପାରିବେ। jeemain.nta.ac.in ଅଫିସିଆଲ ୱେବସାଇଟ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ। ଆପ୍ଲିକେସନ ନମ୍ବର, ପାସୱାର୍ଡ ଏବଂ ସିକ୍ୟୁରିଟି ପିନ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ।
ସୂଚନା ମୁତାବକ ପରୀକ୍ଷାର ପ୍ରଥମ ସଂସ୍କରଣ ଜାନୁଆରୀ-ଫେବୃଆରୀରେ ହୋଇଥିବାବେଳେ ଦ୍ୱିତୀୟ ସଂସ୍କରଣ ଏପ୍ରିଲରେ କରାଯାଇଥିଲା। ଜେଇଇ ମେନ୍ର ଫଳାଫଳ ଆଧାରରେ, ଜେଇଇ ଆଡଭାନ୍ସଡ ପରୀକ୍ଷା ପାଇଁ ପ୍ରାର୍ଥୀମାନେ ସର୍ଟଲିଷ୍ଟ ହୋଇଛନ୍ତି। ୨୩ଟି ଆଗଧାଡି ଭାରତୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରେ ଆଡମିଶନ ପାଇଁ JEE- ଆଡଭାନ୍ସଡ୍ ହେଉଛି ଅନ୍ୟତମ ପରୀକ୍ଷା। ଏହି ପରୀକ୍ଷା ଆସାମ, ବଙ୍ଗାଳୀ, ଇଂରାଜୀ, ଗୁଜରାଟୀ, ହିନ୍ଦୀ, କନ୍ନଡ, ମାଲାୟାଲମ୍, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁରେ କରାଯାଇଥିଲା।
JEE Main ୨୦୨୪ରେ ୫୬ ଜଣ ଛାତ୍ରୀଛାତ୍ର ୧୦୦ ପ୍ରତିଶତ ପାଇଛନ୍ତି। ଶତପ୍ରତିଶତ ପାଇଥିବା ପ୍ରାର୍ଥୀ ତାଲିକାରେ ଦୁଇ ଝିଅ ମଧ୍ୟ ସମଲ ଅଛନ୍ତି। ସେମାନେ ହେଉଛନ୍ତି ଦିଲ୍ଲୀର ଶାୟନା ସିହ୍ନା ଏବଂ କର୍ନାଟକର ସାନଭି ଜୈନ। ଏହା ବ୍ୟତୀତ ପଶ୍ଚିମବଙ୍ଗର ଭୁମିକା ସାହା ଥାର୍ଡଜେଣ୍ଡର ବର୍ଗରେ ୫୬.୬୭୮୪୮୨୦ ପ୍ରତିଶତ ହାସଲ କରିଛନ୍ତି। ଏହା ସହିତ ପରୀକ୍ଷାରେ ଶତପ୍ରତିଶତ ସ୍କୋର କରିଥିବା ଛାତ୍ରମାନଙ୍କ ମଧ୍ୟରେ ୧୫ ଜଣ ତେଲେଙ୍ଗାନାର, ୭ ଜଣ ଆନ୍ଧ୍ରପ୍ରଦେଶ, ୭ ଜଣ ମହାରାଷ୍ଟ୍ରର ଏବଂ ଦିଲ୍ଲୀରୁ ୬ ଜଣ ସଫଳ ହୋଇଛନ୍ତି।