Sunstar Tv
Indian Railways: ରେଳ ଯାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର । ଭାରତୀୟ ରେଳ କ୍ୟାଟରିଂ ଏବଂ ଟୁରିଜିମ୍ କର୍ପୋରେସନ୍ ଭାରତୀୟ ରେଳ ସାଧାରଣ ଶ୍ରେଣୀ କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ ସ୍ୱଚ୍ଛତା ଖାଦ୍ୟ ଏବଂ ସ୍ନାକ୍ସ ପ୍ରଦାନ କରୁଛନ୍ତି । ଯାତ୍ରୀମାନେ ଟ୍ରେନ୍ ଏବଂ ରେଳ ଷ୍ଟେସନରେ ସୁସ୍ଥ ଏବଂ ସ୍ୱଚ୍ଛ ସୁଲଭ ଖାଦ୍ୟ କିଣି କରିପାରିବେ ।
ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଯାତ୍ରୀମାନଙ୍କୁ ବିଶେଷ କରି ଅଣସଂରକ୍ଷିତ କୋଚରେ ଥିବା ଯାତ୍ରୀମାନଙ୍କୁ ସ୍ବଳ୍ପମୂଲ୍ୟ ଭୋଜନ ସେବା ଯୋଗାଇବା ପାଇଁ ପଦକ୍ଷେପ ନେଇଛି।
ଏହି କାର୍ଯ୍ୟକ୍ରମ ଗ୍ରୀଷ୍ମ ମାସରେ ଯାତ୍ରୀମାନଙ୍କ ଯାତାୟାତରେ ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଉଅଛି। ଭାରତୀୟ ରେଳବାଇରେ ଅଣସଂରକ୍ଷିତ କମ୍ପାର୍ଟମେଣ୍ଟ (ଜେନେରାଲ୍ କ୍ଲାସ୍ କୋଚ୍) ରେ ଯାତ୍ରା କରୁଥିବା ବ୍ୟକ୍ତିମାନେ ବା ଯାତ୍ରୀମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକୁ ସ୍ୱୀକୃତି ଦେଇଛି, ଯେଉଁମାନେ ସର୍ବଦା ସୁବିଧାଜନକ ଏବଂ ବଜେଟ୍ ଅନୁକୂଳ ଭୋଜନ ବିକଳ୍ପ ପାଇପାରନ୍ତି ନାହିଁ।
ଏହି ପଦକ୍ଷେପ ଏକ ଦ୍ୱୈତ ଆଭିମୁଖ୍ୟ ପ୍ରଦାନ କରୁଛି
୧. ସ୍ବଳ୍ପମୂଲ୍ୟ ଭୋଜନ: ପକେଟ ଅନୁକୂଳ ମାତ୍ର ୨୦ ଟଙ୍କା ମୂଲ୍ୟରେ ଏହି ଭୋଜନ ଯାତ୍ରା ସମୟରେ ଯାତ୍ରୀମାନଙ୍କ ପାଇଁ ଏକ ସନ୍ତୋଷଜନକ ଏବଂ ସୁଲଭ ବିକଳ୍ପ ପ୍ରଦାନ କରୁଛି।
୨. ସ୍ନାକ୍ସ ଭୋଜନ: ଯେଉଁମାନେ ହାଲୁକା ଭୋଜନ ଯାତ୍ରା ସମୟରେ ଚାହୁଁଛନ୍ତି ସେମାନଙ୍କ ପାଇଁ ୫୦ ଟଙ୍କା ମୂଲ୍ୟରେ ସ୍ନାକ୍ସ ଭୋଜନ ମଧ୍ୟ ଉପଲବ୍ଧ।
ଏହି ସୁବିଧାକୁ ସହଜରେ ଯାତ୍ରୀମାନଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ଏହି ସ୍ବଳ୍ପ ମୂଲ୍ୟ ଭୋଜନ ଏବଂ ଜଳ ପ୍ଲାଟଫର୍ମରେ ସାଧାରଣ ଦ୍ୱିତୀୟ ଶ୍ରେଣୀ (ଜିଏସ୍) କୋଚ୍ ନିକଟରେ ସୁବିଧାଜନକ ଭାବରେ କାଉଣ୍ଟରରେ ଉପଲବ୍ଧ କରାଯାଉଅଛି।
ଯାତ୍ରୀମାନେ ଷ୍ଟେସନ ବାହାରେ ବିକ୍ରେତା କିମ୍ବା ଦୋକାନ ସନ୍ଧାନର ଆବଶ୍ୟକତାକୁ ଦୂର କରି ଏହି କାଉଣ୍ଟରରୁ ସିଧାସଳଖ ସେମାନଙ୍କ ପାଇଁ ସୁଲଭ ଓ ସ୍ବଳ୍ପମୂଲ୍ୟ ଭୋଜନ କ୍ରୟ କରିପାରିବେ।
ଗତ ବର୍ଷ ଭାରତୀୟ ରେଳବାଇର ପାଇଲଟ୍ ପ୍ରୋଜେକ୍ଟ ଭାବରେ ପ୍ରାୟ ୫୧ଟି ଷ୍ଟେସନରେ ଏହି ସେବା ସଫଳତାର ସହ ଉପଲବ୍ଧ କରାଯାଇପାରିଥିଲା।
ସେହି ସଫଳତା ଉପରେ ଆଧାର କରି ରେଳବାଇ ଏହି କାର୍ଯ୍ୟକ୍ରମକୁ ଯଥେଷ୍ଟ ବିସ୍ତାର କରିଛି ଯାହାକି ବର୍ତ୍ତମାନ ୧୦୦ରୁ ଅଧିକ ଷ୍ଟେସନରେ ସମୁଦାୟ ୧୫୦ କାଉଣ୍ଟର ମାନଙ୍କରେ କାର୍ଯ୍ୟକ୍ଷମ କରାଯାଇଅଛି।
ନିକଟ ଭବିଷ୍ୟତରେ ଆହୁରି ଅଧିକ ଷ୍ଟେସନକୁ ଏହି ଯୋଜନା ମଧ୍ୟରେ ଅନ୍ତର୍ଭୁକ୍ତ କରି ଏହି ପଦକ୍ଷେପ ଅଧିକ ଅଭିବୃଦ୍ଧି ପାଇଁ ଯୋଜନା କରାଯାଇଛି।
ଏହି ସ୍ବଳ୍ପମୂଲ୍ୟ ଭୋଜନ ଉପଲବ୍ଧତା କାର୍ଯ୍ୟକ୍ରମ ଯାତ୍ରୀମାନଙ୍କ ପାଇଁ ଏକ ବିଶେଷ ଲାଭ ପ୍ରଦାନ କରିଥାଏ, ବିଶେଷକରି ଯେଉଁମାନେ ଜେନେରାଲ୍ କ୍ଲାସ୍ କୋଚ୍ ରେ ଯାତ୍ରା କରନ୍ତି।
ଏହା ସହଜରେ ଯାତ୍ରୀମାନଙ୍କୁ ଉପଲବ୍ଧ, ସୁଲଭ ଭୋଜନ ଏବଂ ସ୍ନାକ୍ସ ସୁନିଶ୍ଚିତ କରୁଛି ଯାହାକି ଯାତ୍ରୀମାନେ ସେମାନଙ୍କର ଯାତ୍ରା ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ନହୋଇ ସୁବିଧାରେ ସ୍ବଳ୍ପ ମୂଲ୍ୟ ଭୋଜନ ପାଇପାରିବେ।
ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ୱାରା ଖୋର୍ଦ୍ଧା ରୋଡ଼ ଓ ପଲାସା ରେଳ ଷ୍ଟେସନ; ସମ୍ବଲପୁର ରେଳମଣ୍ଡଳ ଦ୍ୱାରା ସମ୍ବଲପୁର, ଟିଟିଲାଗଡ, ବଲାଙ୍ଗୀର ଓ କଣ୍ଟାବାଞ୍ଜୀ ଷ୍ଟେସନ ଠାରେ ଏବଂ ୱାଲଟିୟର ରେଳ ମଣ୍ଡଳ ଦ୍ୱାରା ବିଶାଖାପାଟନମ, ବିଜୟନଗରମ ଏବଂ ଶ୍ରୀକାକୁଲମ ରେଳ ଷ୍ଟେସନ ଭଳି ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ ଯାତ୍ରୀମାନଙ୍କୁ ସ୍ବଳ୍ପମୂଲ୍ୟ ଭୋଜନ ଯୋଗାଇ ଦିଆଯାଉଛି।