Sunstar Tv
Vitamin D-3: ସୁସ୍ଥ ଶରୀର ପାଇଁ ସୁସ୍ଥ ଖାଦ୍ୟ ଏକାନ୍ତ ଆବଶ୍ୟକ। ଆମ ଶରୀରରେ ପ୍ରତ୍ୟେକ ଭିଟାମିନର ନିଜସ୍ୱ ଗୁରୁତ୍ୱ ରହିଛି । ଏଭଳି ପରିସ୍ଥିତିରେ ଭିଟାମିନ୍ ଡି-୩ ର ଅଭାବକୁ ଅଣଦେଖା କରାଯାଇପାରିବ ନାହିଁ । ଭିଟାମିନ୍ ଡି-୩ ଆମ ଶରୀରକୁ ସୁସ୍ଥ ରଖିବାରେ ବହୁତ୍ ସାହାର୍ଯ୍ୟ କରେ।
ଏହା ମାନସିକ ଏବଂ ଶାରୀରିକ ଭାବେ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । କିନ୍ତୁ, ଯେତେବେଳେ ଶରୀରରେ ଭିଟାମିନ୍ ଡି-୩ର ଅଭାବ ଦେଖାଦିଏ।
ସେତେବେଳେ ମଣିଷର ବିଭିନ୍ନ ଅଙ୍ଗରେ ଏହା ପରିଲକ୍ଷିତ ହୁଏ।
ଭିଟାମିନ୍ ଡି-୩ର ଅଭାବ ଯୋଗୁଁ ଶରୀରରେ ଆମର ଚିନ୍ତାଧାରା, ମସ୍ତିଷ୍କ କାର୍ଯ୍ୟ, ହରମୋନ୍ ସ୍ୱାସ୍ଥ୍ୟ ଏବଂ ଶାରୀରିକ ସମସ୍ୟାରେ ସମସ୍ୟା ସୃଷ୍ଟି କରିପାରେ। ଏହା ବ୍ୟତୀତ ଶରୀରରେ ଭିଟାମିନ୍ ଡି-୩ ର ଅଭାବ ହେତୁ ଅନେକ ରୋଗ ମଧ୍ୟ ଦେଖାଦେଇଥାଏ।
ଥକ୍କା ଅନୁଭବ ହେବା :
ଭିଟାମିନ୍ ଡି-୩ର ଅଭାବ ଆପଣଙ୍କ ଶରୀରରେ ଶକ୍ତି ମେଟାବୋଲିଜିମ୍ ସହିତ ସିଧାସଳଖ ଜଡିତ। ସେଥିପାଇଁ ଶରୀରର ଅଧିକାଂଶ ସମୟରେ ଯନ୍ତ୍ରଣା ଅନୁଭବ ହେବା ସହ ଅଳ୍ପ ବାଟ ଚାଲିଲେ ମଧ୍ୟ ଆପଣଙ୍କୁ ଥକ୍କା ଲାଗେ।
ମାନସିକ ଅସୁସ୍ଥତା ବୃଦ୍ଧି :
ଶରୀରରେ ଭିଟାମିନ୍ ଡି-୩ର ଅଭାବ ଦେଖାଦେଲେ। ମଣିଷର ମାନସିକ ଅବସାଦରେ ରହିଥାଏ। ମନୋବଳ ଦୁର୍ବଳ ହୋଇଥାଏ । କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ। ଫଳରେ ମଣିଷ ଅଧିକ ଦିନ ଉଦାସିନ ରହିଲେ ଏହା ମସ୍ତିସ୍କ ଉପରେ ପ୍ରଭାବ ପକାଇ ଥାଏ।
ବାରମ୍ବାର ଅସୁସ୍ଥ ହେବା :
ସେହିପରି ଆପଣଙ୍କ ଶରୀରରେ ଭିଟାମିନ୍ ଡି-୩ର ଅଭାବ ଦେଖାଦେଲେ। ଆପଣ ବାରମ୍ବାର ରୋଗରେ ପଡିବେ। ଏବଂ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେବା ସହିତ ଆପଣ ବାରମ୍ବାର ସଂକ୍ରମଣର ଶିକାର ହୋଇପାରନ୍ତି । ଏହି କାରଣରୁ, ଆପଣ ଦିର୍ଘ ଦିନ ଅସୁସ୍ଥ ରହିବେ।
ଏହି ସବୁ ଖାଦ୍ୟ ଭିଟାମିନ୍ ଡି-୩ର ଅଭାବକୁ ଦୂର କରିବ:
ଶରୀରରକୁ ସୁସ୍ଥ ଓ ମଜବୁତ ରଖିବା ପାଇଁ ଆପଣଙ୍କୁ ସନ୍ତୁଳିତ ଖାଦ୍ୟ ଖାଇବାକୁ ପଡିବ। ଅଣ୍ଡା, ମାଛ, କ୍ଷୀର, କଦଳୀ, ବଟର ଏବଂ ଅନ୍ୟାନ୍ୟ ଖାଦ୍ୟ ଖାଇଲେ ଭିଟାମିନ୍ ଡି-୩ର ଅଭାବ ଦୂର ହୋଇପାରିବ। ଏବଂ ଏହା ସହିତ ଆପଣ ସକାଳ ସମୟ କଅଁଳ ଖରାରେ ବସିବା ଦ୍ବାର ଭିଟାମିନ ଡି ମିଳିଥାଏ। ଯାହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ।
ମାଂସପେଶୀରେ ଦୁର୍ବଳତା ଅନୁଭବ ହେବା : ସେହିପରି ଶରୀରରେ ଭିଟାମିନ୍ ଡି-୩ର ଅଭାବ ଦେଖାଦେଲେ। ମାଂସପେଶୀରେ ମଧ୍ୟ ଦୁର୍ବଳ ହୋଇଥାଏ। ଏହା ସହିତ ଚର୍ମରେ ବିଭିନ୍ନ ପ୍ରକାର କୁଞ୍ଚନ ମଧ୍ୟ ଆସିଥାଏ। କେବଳ ସେତିକି ନୁହେଁ, ଶରୀରରେ ବିଭିନ୍ନ ପ୍ରକାରର ଘାଆ ମଧ୍ୟ ହୋଇଥାଏ।