SUNSTARTV
Sleep Paralysis: ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ଶାନ୍ତିରେ ଟିକେ ଶୋଇବା ପାଇଁ ଏବଂ ଶରୀରକୁ ବିଶ୍ରାମ ଦେବା ପାଇଁ ସମସ୍ତେ ଚାହାଁନ୍ତି । କାରଣ ଏକ ସୁସ୍ଥ ଶରୀର ପାଇଁ ନିଦ ଏକାନ୍ତ ଆବଶ୍ୟକ । କିନ୍ତୁ ବେଳେ ବେଳେ ଶୋଇବା ସମୟରେ ଏମିତି କିଛି ଅନୁଭବ ହୁଏ, ଯାହାଫଳରେ ହଠାତ ନିଦ ଭାଙ୍ଗି ଯାଏ ଏବଂ କିଛି ସମୟ ପାଇଁ ଶରୀର ଅଚଳ ହୋଇଯାଏ । ବେଳେ ବେଳେ ଏପରି ବି ଅନୁଭବ ହୁଏ କି ଛାତି ଉପରେ କୌଣସି ଏକ ଭୂତ ବସି ରହିଛି ଏବଂ ଛାତି ଉପରେ କିଛି ଓଜନିଆ ଜିନିଷ ରଖି ଦେଇଛି । ଆପଣ ଯେତେ ଚିତ୍କାର କଲେ ମଧ୍ୟ ଆପଣଙ୍କୁ ମୁହିଁ କୌଣସି ଶବ୍ଦ ବାହାରୁ ନାହିଁ । ଆପଣ ସବିକିଛି ଦେଖିବାରୁଛନ୍ତି ,ଜାଣିପାରୁନ୍ତି କିନ୍ତୁ କିଛି କରିପାରୁ ନାହାଁନ୍ତି । ତେବେ ଅନେକଙ୍କ ମନରେ ଏପ୍ରଶ୍ନ ଆସୁଥିବା ଏମିତି କାହିଁକି ହୁଏ ।
ସତରେ କଣ କୌଣସି ନକରାତ୍ମକ ଶକ୍ତି ଶରୀର ଉପରେ ଭାରି ହୋଇପଡେ ନା ଆଉ କିଛି ।
ତେବେ ଏହିସବୁ ଘଟଣା ହେବା ହେଉଛି ଏକ ପ୍ରକାର ରୋଗ । ଯାହାର ନାମ ହେଉଛି ସ୍ଲିପ ପାରାଲାଇଜ । ତେବେ କଣ ଏହି ସ୍ଲିପ ପାରାଲାଇଜ ? ଏହାର କଣ ରହିଛି ଲକ୍ଷଣ ? କେମିିତି କରିବେ ଏହାର ନିରାକରଣ ? ଯାହା ବିଷୟରେ ଆମେ ଆଜି ଆପଣଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଯାଉଛୁ । ଆସନ୍ତୁ ଜାଣିବା ଏହି ସ୍ଲିପ ପାରାଲାଇଜ ବିଷୟରେ ।
ସ୍ଲିପ ପାରାଲାଇଜ କଣ?
ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ସ୍ଲିପ ପାରାଲାଇଜ ହେଉଛି ଏମିତି ଏକ ରୋଗ ଯାହା ସାଧାରଣତଃ ବ୍ୟକ୍ତି ଶୋଇବା ଓ ଚେଇଁବା ସମୟ ମଧ୍ୟରେ ହିଁ ହଇଥାଏ । ଏହାକୁ ସହଜ ଭାଷାରେ କହିବାକୁ ଗଲେ ଯେତେବେଳେ କୌଣସି ବ୍ୟକ୍ତି କଞ୍ଚା ନିଦରେ ଶୋଇଥାନ୍ତି ସେହି ସମୟରେ ତାଙ୍କର ମସ୍ତିଷ୍କ ଚେଇଁଥାଏ କିନ୍ତୁ ଶରୀର ଶୋଇଥାଏ । ଫଳରେ ବ୍ୟକ୍ତି ତା ଆଖ ପାଖରେ ଘଟୁଥିବା ଘଟଣାକୁ ଶୁଣିପାରେ ଏବଂ ଅନୁଭବ ମଧ୍ୟ କରିପରେ । କିନ୍ତୁ ସେହି ସମୟରେ ସେ କିଛି କହିପରନ୍ତି ନାହିଁ କିମ୍ବା ଶରୀରରକୁ ହଲାଇପାରେ ନାହିଁ । ଯାହାକୁ ସ୍ଲିପ ପାରାଲାଇଜ ବୋଲି କୁହାଯାଏ । ଏହା କିଛି ସେକେଣ୍ଡରୁ ଆରମ୍ଭ ହୋଇ କିଛି ମିନିଟ୍ ପର୍ଯ୍ୟନ୍ତ ଅନୁଭବ ହୋଇଥାଏ ଏବଂ ବହୁତ ଭୟଙ୍କର ଅନୁଭୁତି ମଧ୍ୟ ଦେଇଥାଏ ।
ସ୍ଲିପ ପାରାଲାଇଜର ଲକ୍ଷଣ:
ହେଲ୍ଥଲାଇନ ୱେବସାଇଟ୍ ଅନୁସାରେ ସ୍ଲିପ ପାରାଲାଇଜର କିଛି ଲକ୍ଷଣ ବହୁତ ସଧାରଣ ହୋଇଥାଏ । ଯେପରିକି ଶୋଇଥିବା ସମୟରେ ହଠାତ ଉଠି ପଡିବା , ନିଶ୍ୱାସ ନେବାରେ ଅସୁବିଧା ହେବା ବା ଅଣନିଶ୍ୱାସି ଲାଗିବା, ଛାତିରେ ଚାପ ଅନୁଭବ ହେବା, ନକରାତ୍ମକ କିମ୍ବା ଭୟଙ୍କର ସ୍ୱପ୍ନ ଦେଖି ଡରିବା, ଅଜବ ଶବ୍ଦ ଶୁଣାଯିବା ଇତ୍ୟାଦି ଏହି ସ୍ଲିପ ପାରାଲାଇଜ ରୋଗର ଲକ୍ଷଣ ହୋଇଥାଏ ।
ସ୍ଲିପ ପାରାଲାଇଜର କାରଣ:
ସ୍ଲିପ ପାରାଲାଇଜ ରୋଗର କିଛି କାରଣ ରହିଛି । ଯାହା ଫଳରେ ଏହି ରୋଗ ଦେଖା ଦେଇଥାଏ । ତେବେ ସେହି କାରଣଗୁଡିକ ହେଉଛି ଯଥା, କମ ନିଦ, ମାନସିକ ଦୁଃଚିନ୍ତା, ସଠିକ୍ ସମୟରେ ନ ଶୋଇବା, ମାନସିକ ରୋଗ ,ଏବଂ କିଛି ଔଷଧର ପାଶ୍ୱର୍ ପ୍ରତିକ୍ରୀୟା ଇତ୍ୟାଦି । ଯାହାଫଳରେ ଏହି ରୋଗ ହେବାର ସମ୍ଭାବନା ରହିଥାଏ ।
ସ୍ଲିପ ପାରାଲାଇଜରୁ ରକ୍ଷା:
ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଏହି ରୋଗକୁ ସ୍ୱପୂର୍ଣ୍ଣ ଭାବରେ ରୋକିବା ଟିକେ କଷ୍ଟକର ହୋଇଥାଏ । କିନ୍ତୁ ଯଦି କୌଣସି ବ୍ୟକ୍ତି ଏହି ସ୍ଲିପ ପାରାଲାଇଜ ରୋଗରୁ ନିଜକୁ ରକ୍ଷା କରିବାକୁ ଚାହିଁବ ତାହାଲେ କିଛିମାତ୍ରାରେ ଏହାକୁ ମଧ୍ୟ ରୋକାଯାଇ ପାରିବ । ଏଥିପାଇଁ କିଛି ପରାମର୍ଶକୁ ଅନୁସରଣ କରିବାକୁ ହେବ ।ତେବେ ସେହି ପରାମର୍ଶଗୁଡିକ ହେଉଛି
୧.ପର୍ଯ୍ୟାପ୍ତ ପରିମାଣରେ ଶୋଇବା (୭ ରୁ ୮ ଘଣ୍ଟା)
୨. ଚିନ୍ତା କମ କରିବା
୩. ନିୟମିତ ବାୟାମ କରିବା
୪. ଶୋଇବା ଏବଂ ଉଠିବା ସମୟ ସ୍ଥିର କରିବା
୫. ସନ୍ତୁଳିତ ଖାଦ୍ୟ ଖାଇବା
୬. ଶୋଇବା ପୂର୍ବରୁ ପ୍ରତ୍ୟେକ ଦିନ ଯୋଗ କରିବା ।
ତେବେ ଏପରି କରିବା ଦ୍ୱାରା ଏହି ସ୍ଲିପ ପାରାଲାଇଜ ରୋଗକୁ କିଛି ମାତ୍ରାରେ ରୋକି ପାରିବା ।