SUNSTARTV
Artificial Sweetener: ଛୋଟ ପିଲାଠାରୁ ଆରମ୍ଭ କରି ସମସ୍ତ ବର୍ଗର ଲୋକେ କେକ୍ ଖାଇବାକୁ ପସନ୍ଦ କରନ୍ତି । ଆଜିକାଲି ବାହାଘର, ବାର୍ଥଡେ. ଅଫିସ ପୋଗ୍ରାମ ଆଦି ସମସ୍ତ କାର୍ଯ୍ୟରେ କେକ୍ କାଟିବା ଏକ ସାଧାରଣ କଥା ହୋଇଗଲାଣି । କିନ୍ତୁ ଆପଣ ମାନେ ଜାଣିଛନ୍ତି କି ଏହି କେକ୍ ପାଇଁ ଆପଣଙ୍କ ଜୀବନ ମଧ୍ୟ ଯାଇପାରେ । ନିକଟରେ ପଞ୍ଜାବ ପଟିଆଲାର ଏକ ୧୦ ବର୍ଷ ଝିଅର ମୃତ୍ୟୁ ଏହି କେକ ପାଇଁ ହିଁ ହୋଇଥିଲା । ଯାହାକି ଆଜି ବି ଲୋକଙ୍କ ମନରୁ ଲିଭିନାହିଁ । ତେବେ ଡାକ୍ତର ମୃତ୍ୟୁର ପ୍ରକୃତ କାରଣ ଖୋଜିବା ପରେ ଜଣାପଡିଲା ଯେ କେକରେ ଥିବା ଆର୍ଟିଫିସିଆଲ ସୁଇଟ୍ ବା ସାକାରିନ୍ ହିଁ ସେ ଝିଅ ମୃତ୍ୟୁର କାରଣ । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା କଣ ଏହି ସାକାରିନ୍ ଏବଂ ଏହା ଆମ ଶରୀରରେ କଣ କ୍ଷତି କରାଇଥାଏ । ତେବେ ଆମେ ଆଜି ଆପଣଙ୍କୁ ଏହି ବଷୟରେ ଜଣାଇବାକୁ ଯାଉଛୁ ।
ଏକ ରିପୋର୍ଟରୁ ଜଣାପଡିଛି ଯେ କେକକୁ ଅଧିକ ମିଠା କରିବା ପାଇଁ ଏବଂ ମିଠା ସ୍ୱାଦ ଦେବା ପାଇଁ କେକରେ ସାକାରିନ୍ ବ୍ୟବହାର କରାଯାଇଥାଏ । ଯାହାକି ଏକ ସିନ୍ଥେଟିକ୍ କମ୍ପାଉଣ୍ଡ । ସାଧାରଣତଃ ଖାଦ୍ୟ ପେୟ ଦ୍ରବ୍ୟରେ ଅଳ୍ପ ମାତ୍ରାରେ ଏହି ସାକାରିନ୍ ବ୍ୟବହାର କରାଯାଇଥାଏ । କିନ୍ତୁ ଏହାର ଅଧିକ ମାତ୍ରା ଶରୀରରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ । ଏଥିସହିତ ଶରୀରରେ ବ୍ଲଡ ସୁଗାର ସ୍ତରକୁ ମଧ୍ୟ ବୃଦ୍ଧି କରିଥାଏ ।
ସାକାରିନ୍ କଣ: ସାକାରିନ୍ ହେଉଛି ଏକ ସିନ୍ଥେଟିକ୍ ମିଠା ଯାହା 1879 ମସିହାରେ ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିବା ରସାୟନ ବିଜ୍ଞାନୀ କନଷ୍ଟାଣ୍ଟିନ ଫାଲବର୍ଗଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା । ଏହା ସୁକ୍ରୋଜ୍ (ଟେବୁଲ୍ ଚିନି) ଠାରୁ ପ୍ରାୟ 300 ରୁ 400 ଗୁଣ ଅଧିକ ମିଠା, କିନ୍ତୁ ଏଥିରେ କୌଣସି କ୍ୟାଲୋରୀ ନାହିଁ । ଯେଉଁଥିପାଇଁ ଏହା ବିଭିନ୍ନ ଖାଦ୍ୟ ଏବଂ ପାନୀୟରେ ଚିନି ବଦଳ ଭାବରେ ବ୍ୟବହାର କରାଯାଉଛି । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଚିନି ଅଭାବ ସମୟରେ ସାକାରିନ୍ ବହୁଳ ଭାବରେ ବ୍ୟବହୃତ ହୋଇଥିଲା ଏବଂ ଡାଏଟ୍ ସୋଡା, ଟାବଲେଟ୍ ମିଠା ଏବଂ ଅନ୍ୟାନ୍ୟ କମ୍ କ୍ୟାଲୋରୀ ଉତ୍ପାଦରେ ଏକ ସାଧାରଣ ଉପାଦାନ ହୋଇଗଲା ।
ବ୍ଲଡ଼ କ୍ୟାନ୍ସର ସହ ରହିଛି ସାକାରିନର ଲିଙ୍କ: ଯଦିଓ ଅନେକ ଦେଶରେ ଖାଦ୍ୟରେ ମିଠା ସ୍ୱାଦ ଆଣିବା ପାଇଁ ସାକାରିନ୍ ବ୍ୟବହାର କରାଯାଇଥିଏ ,କିନ୍ତୁ ଶରୀର ଉପରେ ଏହାର ସମ୍ଭାବ୍ୟ କ୍ଷତିକାରକ ପ୍ରଭାବକୁ ନେଇ ବର୍ତ୍ତମାନ ଚିନ୍ତା ବଢିଛି । ବିଶେଷ କରି ବ୍ଲଡ଼ କ୍ୟାନ୍ସର ସହିତ ଏହାର ସଂଯୋଗ ଥିବା ମୁଖ୍ୟ ଚିନ୍ତା । କେତେକ ଅଧ୍ୟୟନରୁ ଜଣାପଡିଛି ଯେ ଅଧିକ ପରିମାଣର ସାକାରିନ୍ ବ୍ୟବହାର ବ୍ଲଡ଼ କ୍ୟାନ୍ସର ହେବାର ଆଶଙ୍କା ମଧ୍ୟରେ ଏକ ବିଶେଷ ଲିଙ୍କ୍ ଅଛି । ବିଶେଷ କରି ଯେଉଁମାନେ ଦୀର୍ଘ ସମୟ ଧରି ଏହି ସାକାରିନ୍ ଅଧିକ ପରିମାଣରେ ଖାଇଥା’ନ୍ତି ସେମାନଙ୍କ ଠାରେ ବ୍ଲଡ଼ କ୍ୟାନ୍ସର ହେବାର ସଂଭାନ ଥାଏ ।
ହଜମ ପ୍ରକ୍ରିୟା ଖରାପ ହୁଏ: ଏହା ବ୍ୟତୀତ, ସାକାରିନ୍ ମଧ୍ୟ ଅନ୍ତନଳୀ ବ୍ୟାକ୍ଟେରିଆର ସନ୍ତୁଳନକୁ ବିଗାଡି ଦେଇଥାଏ। ଯାହା ହଜମ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ । କେତେକ ଅନୁସନ୍ଧାନରୁ ଜଣାପଡିଛି ଯେ ସାକାରିନ୍ ପରି ସିନ୍ଥେଟିକ୍ ମିଠା ଅନ୍ତସ୍ଥ ମାଇକ୍ରୋବୋଏଟା ରଚନାକୁ ବଦଳାଇପାରେ । ଫଳରେ ମେଦବହୁଳତା ଏବଂ ମଧୁମେୟ ପରି ସମସ୍ୟା ମଧ୍ୟ ଦେଖା ଯାଇଥାଏ ।