SunStarTV
ମାଲେସିଆରେ ବିମାନ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଲୁମୁଟ ନାଭାଲ ବେସ୍ ଅଞ୍ଚଳରେ ଦୁଇ ବିମାନ ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ, ନୌସେନା ପରେଡ୍ ପାଇଁ ଅଭ୍ୟାସ କରୁଥିଲେ। ଏହି ସମୟରେ ଲୁମୁଟ ନାଭାଲ ବେସର ମଝି ଆକାଶରେ ଦୁଇଟି ବିମାନ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ବିମାନରେ ଥିବା ସମସ୍ତ ୧୦ ଜଣଙ୍କର ମୃତ୍ୟୁ ଘଟିଛି।
ଧକ୍କା ପରେ ଗୋଟିଏ ହେଲିକପ୍ଟର ନୌସେନା ଘାଟିର ଟ୍ରାକ୍ରେ ଖସିପଡ଼ିଥିବାବେଳେ ଅନ୍ୟଟି ଏକ ସୁଇମିଂ ପୁଲ୍ରେ ଖସିପଡ଼ିଥିଲା। ଦୁଇଟି ଯାକ ହେଲିକପ୍ଟରରେ ମୋଟ ୧୦ ଜଣ ଯବାନ ରହିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।