SunstarTV
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ନେଟ୍ ପରୀକ୍ଷା ପାଇଁ ଆବେଦନ ରବିବାର ଠାରୁ ଆରମ୍ଭ ହୋଇଛି । ଆସନ୍ତା ମେ ୧୦ ତାରିଖ ପର୍ଯ୍ୟନ୍ତ ଏଥିନିମନ୍ତେ ଆବେଦନ କରାଯାଇ ପାରିବ । ଜୁନ୍ ୧୬ ତାରିଖରେ ନେଟ୍ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ନେଟ୍ରେ ଉର୍ତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜୁନିଅର ରିସର୍ଚ୍ଚ ଫେଲୋସିପ (ଜେଆର୍ଏଫ୍) ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଏହାସହ ପ୍ରଥମଥର ପାଇଁ ନେଟ୍ ପରୀକ୍ଷା ମାଧ୍ୟମରେ ପିଏଚ୍ଡି ପଢ଼଼ିବାକୁ ମଧ୍ୟ ଛାତ୍ରଛାତ୍ରୀମାନେ ଯୋଗ୍ୟତା ଅର୍ଜନ କରିବେ ।
କଣ ଯୋଗ୍ୟତା :
ଏହି ପରୀକ୍ଷା ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ନିର୍ଦ୍ଦିଷ୍ଟ ବିଷୟରେ ପୋଷ୍ଟ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ।
ସେମାନେ ପୋଷ୍ଟ ଗ୍ରାଜୁଏସନରେ ଅତିକମରେ ୫୫ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ ।
ପୂର୍ବରୁ ଏହି ପରୀକ୍ଷା ଅନ୍ଲାଇନ୍ରେ କରାଯାଉଥିବାବେଳେ ଚଳିତ ଥର ଏହା ଅଫ୍ଲାଇନ୍ ବା କାଗଜ କଲମରେ ହେବ ବୋଲି ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି।
ଜୁନିୟର ରିସର୍ଚ୍ଚ ଫେଲୋଶିପ୍ (ଜେଆର୍ଏଫ୍) ସହ କିମ୍ବା ଏହା ବିନା ପିଏଚ୍ଡି କରିବାକୁ ହେଲେ ଛାତ୍ରୀଛାତ୍ରଙ୍କୁ ସର୍ମନିମ୍ନ ୭୫ ପ୍ରତିଶତ ମାର୍କ ଅଥବା ସେମାନଙ୍କ ୪ ବର୍ଷର ଅଣ୍ଡରଗ୍ରାଜୁଏଟ୍ ପାଠ୍ୟକ୍ରମରେ ତତୁଲ୍ୟ ଗ୍ରେଡ୍ ରଖିଥିବା ଆବଶ୍ୟକ ।
ଜୁନ୍ ୧୬ରେ ସମସ୍ତ ବିଷୟରେ ପରୀକ୍ଷା କରାଯିବ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି ।