SUNSTARTV
ଭୁବନେଶ୍ୱର: ଚଳିତ ନିର୍ବାଚନର ମହାଯୁଦ୍ଧରେ ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି ବିଦେଜି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ଆସନ୍ତା ୨୪ ତାରିଖରେ ପ୍ରଚାର ମୈଦାନକୁ ଓହ୍ଲାଇବେ। ଯାହାକୁ ନେଇ ଏବେଠୁ ପ୍ରସ୍ତୁତ ହେଲାଣି ବିଜୁଜନତା ଦଳ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ହିଁ ପ୍ରଚାରର ମଙ୍ଗ ଧରିବେ । ଯେଉଁଠୁ ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ୧୯ ସାଧାରଣ ନିର୍ବାଚନରେ ମଧ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କର ପାରମ୍ପାରିକ ଆସନ ହିଞ୍ଜିଳିରୁ ହିଁ ପ୍ରାଚାର ଆରମ୍ଭ କରିଥିଲେ । ତେବେ ଚଳିତ ବର୍ଷ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିବ । ସେ ୨୪ରୁ ହିଞ୍ଜିଳି ରୁ ପ୍ରଚାର ଆରମ୍ଭ କରିବେ । ଏହାପରେ ୨୫ ତାରିଖରେ ସେ ରାୟଗଡାରେ ପ୍ରଚାର କରିବାର ସୂଚନା ରହିଛି । ତେବେ ନବୀନ ପଟ୍ଟନାୟକ ପୂର୍ବପରି ଚଳିତ ଥର ଦୁଇଟି ବିଧାନସାଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବେ । ସେ ତାଙ୍କର ପାରମ୍ପରିକ ନିର୍ବାଚନ ମଣ୍ଡଳି ହିଞ୍ଜିଳି ଓ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଚିରୁ ନିର୍ବାଚନ ଲଢିବେ ।
ଆଉ କିଛି ଦିନ ପରେ ଓଡିଶାରେ ଆରମ୍ଭ ହେବ ଗଣତନ୍ତ୍ରର ମହାପର୍ବ ନିର୍ବାଚନ । ଏନେଇ ରାଜ୍ୟର ପ୍ରମୁଖ ୩ ଦଳ ହୋଇସାରିଛନ୍ତି ପ୍ରସ୍ତୁତ । ନିର୍ବାଚନର ବୈତରଣୀ ପାର ହେବା ପାଇଁ ଭୋଟରଙ୍କ ଉପରେ ଭରଷା କରିଛନ୍ତି ନେତା । କିଏ ରାଜ୍ୟର ଉନ୍ନତି କଥା କହୁଛି ତ ଆଉ କିଏ ରାଜ୍ୟବାସୀଙ୍କ ପାଇଁ ସରକାର କିଛି କରିନାହାଁନ୍ତି ବୋଲି ଭୋଟରଙ୍କୁ ମତାଉଛନ୍ତି । କିନ୍ତୁ ଜନତା ସବୁ ଜାଣିଛନ୍ତି । ସେଥିପାଇଁ ତ ଦୀର୍ଘ ୨୫ ବର୍ଷ ହେବ ଓଡିଶାବାସୀ ବିଜୁ ଜନତା ଦଳ ଉପରେ ଭାରଷା କରିଛନ୍ତି । ଅନ୍ୟପଟେ ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ଅହରହ କାର୍ଯ୍ୟ କରୁଛନ୍ତି । ଶିଶୁ ଜନ୍ମ ଠାରୁ ଆରମ୍ଭ କରି ବ୍ୟକ୍ତିର ମୃତ୍ୟୁ ଯାଏଁ ବିଭିନ୍ନ ପ୍ରକାର ଯୋଜନାମାନ କରିଛନ୍ତି । ମହିଳାମାନଙ୍କ ଶସକ୍ତିକରଣ ଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ ଗମାନାଗମନ ସବୁକିଛିକୁ ନୂଆ ଏକ ରୂପ ଦେଇଛନ୍ତି ରାଜ୍ୟ ସରକାର । ତେବେ ଚଳିତ ନିର୍ବାଚନରେ ବିଜୟ ମୁକୁଟ ପିନ୍ଦିବ ବିଜୁଜନତା ଦଳ । ଓଡିଶଆରେ ପୁଣିଥରେ ବାଜିବ ଶୁଭଶଙ୍ଖ । ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି ।