SUNSTARTV
ପଶ୍ଚିମବଙ୍ଗ: ୫ ବର୍ଷର ମହାପର୍ବ ନିର୍ବାଚନ ପାଇଁ ବାଜି ସାରିଲାଣି ବିଗୁଲ । ଆରମ୍ଭ ହେଲାଣି ଜନତାଙ୍କ ମତଦାନ । ପ୍ରଥମ ପର୍ଯ୍ୟାୟ ଭୋଟ ମଧ୍ୟ ଦେଇସାରିଲେଣି ଭୋଟର । କିନ୍ତୁ ନିର୍ବାଚନର ଏହି ଶେଷ ସମୟରେ ଅଢୁଆରେ ପଡିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।
ତେବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ବର୍ତ୍ତମାନ ଲାଗିଛି ଶକ୍ତ ଝଟକା ।ଶିକ୍ଷକ ନି ଯୁକ୍ତିରେ ଦୁର୍ନୀତିମାମଲାକୁ ନେଇ ଆସିଛି ହାଇକୋର୍ଟଙ୍କ ନିଷ୍ପତ୍ତି । ଯାହାପରେ ଅଡୁଆରେ ପଡିଛନ୍ତି ପଞ୍ଚିବବଙ୍ଗ ସରକାର । ପଶ୍ଚିମବଙ୍ଗର ସରକାରୀ ପ୍ରାୟୋଜିତ ତଥା ସହାୟକ ବିଦ୍ୟାଳୟରେ ୨୦୧୬ ରାଜ୍ୟସ୍ତରୀୟ ଶିକ୍ଷକ ତଥା ଅଣ ଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତିକୁ ବାଦିଲ କରିଛନ୍ତି । ଫଳରେ ୨୫ ହଜାରରୁ ଉର୍ଦ୍ଧ ଶିକ୍ଷକ ସେମାନଙ୍କ ନିଯୁକ୍ତି ହରାଇବାକୁ ଯାଉଛନ୍ତି । ଯେଉଁଥିପାଇଁ କେବଳ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ ୨୦୧୬ ମସିହାରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଦେଖିବା ମିଳିଥିଲା । ଫଳରେ ଏହାକୁ ନେଇ କୋର୍ଟ ମାମଲର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲା । ତେବେ ଏହି ଘଟଣାରେ ପୂବରୁ ପଶ୍ଚମବଙ୍ଗର ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ଟିଏମସିର ଅନ୍ୟ ଶିକ୍ଷାବିଭାଗର ଏକାଧିକ ଅଧିକାରୀମାନେ ବର୍ତ୍ତମାନ ଶୁଦ୍ଧା ଜେଲରେ ଅଛନ୍ତି । ଏହି ଘଟଣାରେ ରାଜ୍ୟର ପ୍ରାୟ ୨୫,୭୩୫ ଜଣ ଶିକ୍ଷକଙ୍କ ଚାକିରୀ ଯାଇଛି । ଏହା ବ୍ୟତୀତ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଦରମା ସପ୍ତାହ ମଧ୍ୟରେ ଫେରସ୍ତ କରିବାକୁ କୋର୍ଟ ମମତା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଚିନ୍ତାରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।