ମୁମ୍ବାଇ: ବଲିଉଡ ଜଗତକୁ ନେଇ ଆସିଛି ଏକ ବଡ ଖବର । ଯାହାକୁ ନେଇ ବର୍ତ୍ତମାନ ଚାଲିଛି ସବୁଠି ଚର୍ଚ୍ଚା । ଅଭିନେତ୍ରୀ ମୌନିରାୟଙ୍କ ବିଷୟରେ ହୋଇଛି ଏକ ଚାଞ୍ଜଲ୍ୟକର ଖୋଲାସା । ଯାହାଫଳରେ ବି ଟଉନରେ ସୃଷ୍ଟି ହୋଇଛି ଚହଳ । ତେବେ ଫିଲ୍ମ ନିର୍ଦ୍ଦେଶକ ସନ୍ଦୀପ ସିଂହ ମୌନିରାୟକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ମୌନି ଏବଂ ସେ ଭଲ ବନ୍ଧୁଥିଲେ । କିନ୍ତୁ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁପରେ ବିବାଦକୁ ଆସିଥିଲେ ନିର୍ଦ୍ଦେଶକ ସନ୍ଦିପ ସିଂହ । ଏହାପରେ ମୌନି ସନ୍ଦୀପଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ ।
ତେବେ ଟାଇମ୍ସ ନିୟୁର ଏକ ସାକ୍ଷାତକାରରେ ସନ୍ଦୀପ ମୌନି ରାୟଙ୍କ ବିଷୟରେ ଅନେକ କିଛି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ମୌନି ମତେ ଗଭୀର ଆଘାତ ଦେଇଛନ୍ତି । ସେ ମୋର ଘନିଷ୍ଠ ବନ୍ଧୁ ଥିଲେ । କିନ୍ତୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁପରେ ବଦଳିଯାଇଥିଲା ବନ୍ଧୁ ମୌନି ରାୟଙ୍କ ବ୍ୟବହାର । ତେବ ପୂର୍ବରୁ ମୌନି ଏକଂ ସନ୍ଦୀପ ଘନିଷ୍ଠ ବନ୍ଧୁ ସହ ଇନଷ୍ଟାଗ୍ରମରେ ମଧ୍ୟ ଉଭୟ ପରସ୍ପରକୁ ଫଲୋ କରୁଥିଲେ ।ଏହା ବ୍ୟତୀତ ଉଭୟ ଏକାଠି ମିଶି ଲଞ୍ଜ ଡିନର କରୁଥିବା ସହ ବୁଲାବୁଲି ମଧ୍ୟ କରୁଥିଲେ । ଏଥିସହିତ ଅଭିନେତ୍ରୀ ମୌନି ଯେତେବେଳେ ବି କୌଣସି ବଡ ଫିଲ୍ମ ନିର୍ମାତାଙ୍କୁ ଦେଖା କରିବାକୁ ଯାଉଥିଲେ ତାଙ୍କ ସହ ସନ୍ଦୀପ ଯାଉଥିବା ସେ ସାକ୍ଷାତକାରରେ କହିଛନ୍ତି । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ବିବାହର ବହୁ ପୂର୍ବରୁ ମୁଁ ତାଙ୍କ ସ୍ୱାମୀ ସୋରାଜ ନାମ୍ବିଆରଙ୍କୁ ମଧ୍ୟ ଭେଟିଥିଲି । କିନ୍ତୁ ଯେତେବେଳେ ସୁଶାନ୍ତ ସିଂ ରାଜପୁତ ବିବାଦ ଆରମ୍ଭ ହେଲା, ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ମୋତେ ପଛରେ ପକାଇ ଦେଇଥିଲେ।
ସନ୍ଦୀପ ସିଂ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ମୌନି ତାଙ୍କ ମେସେଜର ଉତ୍ତର ଦେବା ବନ୍ଦ କରି ଦେଇଛନ୍ତି ଏବଂ ତାଙ୍କୁ ତାଙ୍କ ବିବାହକୁ ନିମନ୍ତ୍ରଣ ମଧ୍ୟ କରିନାହାଁନ୍ତି। ସନ୍ଦୀପ କହିଛନ୍ତି, କିନ୍ତୁ ମୁଁ ମୌନିଙ୍କୁ କହିବାକୁ ଚାହେଁ ଯେ ଯଦି ତାଙ୍କ ସହ କେବେ କିଛି ଭୁଲ ହୋଇଯାଏ ତାହାଲେ ମୁଁ ତାଙ୍କ ନିକଟକୁ ପ୍ରଥମ ଭାବେ ବ୍ୟକ୍ତି ଯିବି । ତେବେ ଫିଲ୍ମ ନିର୍ଦ୍ଦେଶକ ସନ୍ଦୀପ ତାଙ୍କ ସାକ୍ଷାତକାରରେ ମୌନିଙ୍କୁ ନେଇ ଏପରି କିଛି କହିଛନ୍ତି ।