SUNSTARTV
ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ କାରଗୁଡିକର ମାଲିକମାନଙ୍କ ପାଇଁ ଆସିଛି ଖୁସି ଖବର । ଚାର୍ଜିଂ ଷ୍ଟେସନ୍ ଖୋଜିବା ପାଇଁ ଆଉ ସେମାନଙ୍କୁ ଅସୁବିଧା ହେବ ନାହିଁ । ଗୁଗଲ୍ ମ୍ୟାପ୍ ବର୍ତ୍ତମାନ ଲୋକଙ୍କ ଏହି ସମସ୍ୟାର ସମାଧାନ ଆଣିବାକୁ ଯାଉଛି । ବର୍ତ୍ତମାନ ଗୁଗଲ୍ ମ୍ୟାପ୍ ରେ ଏକ ନୂଆ ଫିଚର ଆଡ୍ କରାଯାଉଛି । ଯାହା ଦ୍ୱାରା ଇଲେକ୍ଟ୍ରିକ୍ କାର୍ ଚାର୍ଜ କରିବା ପାଇଁ ଷ୍ଟେସନ୍ ଖୋଜିବା ସହଜ ହେବ ।ଗୁଗଲ୍ ମ୍ୟାପ୍ ରେ ଏକ ନୂଆ ଅପଡେଟ୍ କରାଯାଉଛି, ଯେଉଁ ଆପ୍ଲିକେସନରେ ଇଭି ଚାର୍ଜିଂ ଷ୍ଟେସନ୍ ବିଷୟରେ ସୂଚନା ଦିଆଯିବ । ଏହି ଫିଚର ଆଗାମୀ ସମୟରେ ଗୁଗଲ୍ ମ୍ୟାପ୍ ରେ ଅପଡେଟ୍ କରାଯିବ ।
ଦେଶରେ ଇଲେକ୍ଟ୍ରିକ୍ କାରର ଚାହିଦା ବଢ଼ିବା ଦ୍ୱାରା ଚାର୍ଜିଂ ଷ୍ଟେସନ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଆଜିକାଲି ଇଲେକ୍ଟ୍ରିକ୍ କାର ପାଇଁ ଚାର୍ଜିଂ ଷ୍ଟେସନ୍ ଖୋଜିବା ଏକ ବଡ ସମସ୍ୟା ହୋଇଯାଇଛି । ଇଲେକ୍ଟ୍ରିକ୍ କାର୍ ମାଲିକମାନଙ୍କୁ ଚାର୍ଜିଂ ଷ୍ଟେସନ୍ ଖୋଜିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଗୁଗଲ୍ ମ୍ୟାପ୍ ରେ ଆଗାମୀ ଅପଡେଟ୍ ଲୋକଙ୍କ ଏହି ସମସ୍ୟାକୁ କମ୍ କରିପାରେ । ଗୁଗଲ୍ ମ୍ୟାପ୍ ଦ୍ୱାରା ଚାର୍ଜିଂ ଷ୍ଟେସନକୁ ଖୋଜିବା ପେଟ୍ରୋଲ୍ ପମ୍ପ ଖୋଜିବା ଭଳି ସହଜ ହେବ ।ଗୁଗଲ୍ ମ୍ୟାପ୍ ଦାବି କରିଛି ଯେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେ ୟୁଜର୍ସମାନେ ଇଭି ଚାର୍ଜ ଷ୍ଟେସନକୁ ମ୍ୟାପରେ ସହଜରେ ଦେଖି ପାରିବେ । ଏହି ଫିଚର ଦ୍ୱାରା ଗୁଗଲ୍ ମ୍ୟାପ୍ ର ଅନ୍ୟ ୟୁଜରମାନଙ୍କୁ ଚାର୍ଜିଂ ଷ୍ଟେସନକୁ ରାସ୍ତା ଦେଖାଯିବ । ଚାର୍ଜିଂ ଷ୍ଟେସନରେ ଲଗାଯାଇଥିବା ଚାର୍ଜିଂ ପ୍ଲଗ୍ ଏବଂ ଚାର୍ଜିଂ ଲାଇନରେ ନିଆଯାଇଥିବା ସମୟ ବିଷୟରେ ୟୁଜରଙ୍କ ଠାରୁ ରିଭ୍ୟୁ ନିଆଯିବ ।
ଗୁଗଲ୍ ମ୍ୟାପ୍ ଆରମ୍ଭରେ ବିଲ୍ଟ-ଇନ୍ ଗାଡ଼ିଗୁଡିକ ପାଇଁ ଏହି ସୁବିଧା ଯୋଗାଇବାକୁ ଯାଉଛି ଏବଂ ଏହି ଇଲେକ୍ଟ୍ରିକ୍ କାରଗୁଡ଼ିକରେ ବ୍ୟାଟେରୀ ଲେଭଲ୍ କମ୍ ହେବା ମାତ୍ରେ କାରର ଡିସପ୍ଲେରେ ଇଭି ଚାର୍ଜିଂ ଷ୍ଟେସନ୍ ବିଷୟରେ ସୂଚନା ଦେଖାଯିବ । ଗୁଗଲ୍ ମ୍ୟାପ୍ ପ୍ରଥମେ ଆମେରିକାରେ ଏହି ସୁବିଧା ଯୋଗାଇବାକୁ ଯାଉଛି । ଏହା ପରେ, ଏହି ଫିଚର ଭାରତ ସମେତ ବିଶ୍ୱର ଅନ୍ୟ ଦେଶରେ ଆସିପାରେ ।