Sunstar TV
ଭୁବନେଶ୍ୱର : ନନ୍ଦନକାନନରେ ଧଳା ବାଘୁଣୀର ମୃତ୍ୟୁ ହୋଇଛି । ମୃତ ବାଘୁଣୀର ନାଁ ଥିଲା ସ୍ନେହା । ସୂଚନା ମିଳିଛି ଯେ, ଚିକିତ୍ସାଧୀନ ଅବସ୍ଥାରେ ବାଘୁଣୀ ସ୍ନେହାର ମୃତ୍ୟୁ ହୋଇଛି । ନନ୍ଦନକାନନର ପ୍ରାଣୀ ଉଦ୍ୟାନରେ ବାଘୁଣୀ ଚିକିତ୍ସାଧୀନ ଥିଲା ।ଗତକାଲି ଅସୁସ୍ଥ ହେବାରୁ ସାଲାଇନ୍ ଲଗାଇ ଚିକିତ୍ସା କରାଯାଉଥିଲା । ତେବେ ବାଘୁଣୀ ସ୍ନେହାର ବୟସ ୧୪ ବର୍ଷ ହୋଇଥିଲା । ସୂଚନା ଯୋଗ୍ୟ ଯେ, ୨୦୧୦ ମସିହାରେ ନାଲି ରଙ୍ଗର ମହାବଳ ବାଘ ନିଶାନ ଓ ଧଳା ରଙ୍ଗର ବାଘୁଣୀ କୁସୁମଙ୍କ ମିଳନରୁ ବାଘୁଣୀ ସ୍ନେହା ଜନ୍ମଲାଭ କରିଥିଲା । ସ୍ନେହ ମଧ୍ୟ ତିନି ଥର ଗର୍ଭ ପ୍ରସବ କରି ମୋଟ ୮ଟି ଶାବକର ଜନନୀ ହୋଇପାରିଛି ।