SUNSTARTV
ଅନୁଗୁଳ: ଅନୁଗୁଳ ଚଳିତ ସାଧାରଣ ନିର୍ବାଚନ ପାଇଁ ସମ୍ବଲପୁର ଲୋକସଭା ଓ ଆଠମଲ୍ଲିକ ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ନିର୍ବାଚନୀ ରୋଡମ୍ୟାପ ଦଳ ପକ୍ଷରୁ ପ୍ରସ୍ତୁତ କରାଯାଇଛି | ଅନୁଗୁଳ ବ୍ଲକ ୧ନଂ ଜୋନରେ ବିଜୁ ଜନତା ଦଳ ତାର ଶକ୍ତି ପ୍ରଦର୍ଶନ କରିଛି । ଏଥିସହିତ ଚଳିତ ନିର୍ବାଚନ ପାଇଁ ପ୍ରସ୍ତୁତ କରୁଛି ରଣନୀତି । ୧ନଂ ଜୋନରେ ପଥପ୍ରାନ୍ତ ସଭା ଓ ବାଇକ ଶୋଭାଯାତ୍ରା କରି ପ୍ରଚାର କାର୍ଯ୍ୟକୁ ଜୋରଦାର ସହ ଆରମ୍ଭ କରିଛି । ଏହି ପରିପେକ୍ଷୀରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ୩୦୦ରୁ ଉର୍ଦ୍ଧ୍ବ କର୍ମୀ ବିଜେଡିରେ ଯୋଗଦେଇଛନ୍ତି ।
୧ନଂ ଜୋନରେ ସମ୍ବଲପୁର ଲୋକସଭା ଆସନ ପାଇଁ ସାଂସଦ ପ୍ରାର୍ଥୀ ଶ୍ରୀ ପ୍ରଣବ ପ୍ରକାଶ ଦାସ ଓ ଆଠମଲ୍ଲିକ ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ପ୍ରାର୍ଥୀ ଇଂ ନଳିନୀକାନ୍ତ ପ୍ରଧାନ ମିଳିତ ଭାବେ ବିଶାଳ ଶୋଭଯାତ୍ରା, ସାଧାରଣ ସଭା ଓ ମିଶ୍ରଣ ପର୍ବ କରିଛନ୍ତି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ଭାବେ ମୁଖ୍ୟମନ୍ତ୍ରୀ ପଦରେ ଆସିନ କରିବା ପାଇଁ ଜନସାଧାରଣ ଓ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ । ମୁଣ୍ଡାସାହି ଛକ ଠାରୁ ବାଇକ୍ ଶୋଭାଯାତ୍ରାରେ ଆସି ଅନ୍ତୁଳିଆ ଛକ ଠାରେ ବିଜୁ ଜନତା ଦଳର କାର୍ଯ୍ୟାଳୟ ଉଦ୍ଘାଟନ କରିବା ପରେ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ସାଧାରଣ ସଭାରେ ଯୋଗଦେଇ ଆର୍ଶୀବାଦ ଭିକ୍ଷା କରିବା ସହ ୩୦୦ରୁ ଉର୍ଦ୍ଧ୍ବ ଅନ୍ୟ ଦଳର କର୍ମୀ ମାନଙ୍କୁ ଦଳରେ ଉତ୍ତରୀୟ ଦେଇ ସାମିଲ କରାଯାଇଛି । ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଆଜି ଯେଉଁ ବିକାଶ ଘଟିଛି ଏବଂ ଯେଉଁ ସବୁ ନବୀକରଣ କାର୍ଯ୍ୟ ସମ୍ପନ୍ନ ହୋଇଛି ତାହା କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ତଥା ନିର୍ମଳ ଶାସନ ଦ୍ଵାରା ସମ୍ଭବ ହୋଇପାରୁଛି ।
ଆଗାମୀ ଦିନରେ ଆମ ନିର୍ବାଚନ ମଣ୍ଡଳୀରେ ବିକାଶର କାର୍ଯ୍ୟକୁ ଆହୁରି ତ୍ବରାନ୍ବିତ କରିବାକୁ ବିଜୁ ଜନତା ଦଳ ଏକମାତ୍ର ବିଶ୍ୱାସ ଯୋଗ୍ୟ ଦଳ ବୋଲି ସାଂସଦ ପ୍ରାର୍ଥୀ ଶ୍ରୀ ପ୍ରଣବ ପ୍ରକାଶ ଦାସ କହିବା ସହ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଆହୁରି ଟାଣ କରିବାକୁ ନିବେଦନ କରିଛନ୍ତି ବିଧାୟକ ପ୍ରାର୍ଥୀ ଈଂ ନଳିନୀକାନ୍ତ ପ୍ରଧାନ। ସାଧାରଣ ସଭାରେ ୮୦୦୦ ରୁ ଉର୍ଦ୍ଧ୍ବ ଜନ ସାଧାରଣ, ଦଳୀୟ କର୍ମୀ ଓ ଦଳୀୟ ବହୁ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।