SunstarTV
ବିବାହର ତିନି ବର୍ଷ ପରେ ୟାମି ଗୌତମ ମା ହେବାକୁ ଯାଉଛନ୍ତି। ଏହି ଅଭିନେତ୍ରୀଙ୍କ ଗର୍ଭଧାରଣର ସମୟରେ ସେ କଣ କରୁଛନ୍ତି ତାହା ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି।
ୟାମି କହିଛନ୍ତି ମୋ ସ୍ୱାମୀ ମୋର ବହୁତ ଯତ୍ନ ନେଉଛନ୍ତି। ହିନ୍ଦୁସ୍ତାନ ଟାଇମ୍ସ ସହ କଥା ହେବା ବେଳେ ସେ କହିଛନ୍ତି ବର୍ତ୍ତମାନ ମୁଁ ଗର୍ଭଧାରଣର ଅନ୍ତିମ ମାସରେ ଅଛି । ସ୍ୱାମୀ ଆଦିତ୍ୟ ତାଙ୍କୁ ରାମାୟଣ ଏବଂ ଅମର ଚିତ୍ର କଥା ପଢ଼ିବାକୁ ଦେଇଛନ୍ତି। ତାଙ୍କ ମା ମଧ୍ୟ ଏହି ସମୟରେ ଏହାକୁ ଅଧ୍ୟୟନ କରୁଥିଲେ ବୋଲି କହିଛନ୍ତି । ଏହା ବ୍ୟତୀତ ସେ ଏମଏସ ସୁବୁଲକ୍ଷ୍ମୀଙ୍କ ସଙ୍ଗୀତ ମଧ୍ୟ ଶୁଣୁଛନ୍ତି। ଏହା ଶୁଣିବା ପରେ ସେମାନେ ଆରାମ ଅନୁଭବ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି ।
ଖୁବ୍ ଶୀଘ୍ର ମା ହେବାକୁ ଯାଉଥିବା ୟାମି କହିଛନ୍ତି, ‘ମୁଁ ମୋ ଜୀବନର ଏହି ପର୍ଯ୍ୟାୟରେ ବହୁତ ଉତ୍ସାହିତ ଅଛି। ମୁଁ ମଧ୍ୟ ଅନେକ ଚ୍ୟାଲେଞ୍ଜ ଦେଇ ଗତି କରୁଛି।ଆଦିତ୍ୟ ମୋର ବହୁତ ଯତ୍ନ ନେଉଛନ୍ତି। ସବୁବେଳେ ପଚାରୁଛି ମୁଁ ଠିକ ଅଛି କି ନାହିଁ। କ’ଣ ଖାଇବାକୁ ଭଲ ଲାଗୁଛି ? ବର୍ତ୍ତମାନ ମୋ ପରିବାର ମୁମ୍ବାଇରେ ଅଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ଅଭିନେତ୍ରୀ କହିଛନ୍ତି ଯେ ଏବେ ତାଙ୍କ ଘରେ ଶିଶୁ ପାଇଁ ନର୍ସରୀ ତିଆରି କରିବାର କୌଣସି ଧାରଣା ନାହିଁ।
ସୂଚନା ମୁତାବକ , ଚଳଚ୍ଚିତ୍ର ‘ଧାରା 370’ ର ଟ୍ରେଲର ଲଞ୍ଚ ସମୟରେ ୟାମି ଗୌତମ ତାଙ୍କ ଗର୍ଭଧାରଣ ବିଷୟରେ ଘୋଷଣା କରିଥିଲେ। ଗର୍ଭବତୀ ହେବା ପୂର୍ବରୁ ଏହା ଅଭିନେତ୍ରୀଙ୍କ ଶେଷ ଚଳଚ୍ଚିତ୍ର ଥିଲା । ବିଶେଷ କଥା ହେଉଛି ୟାମି ଗର୍ଭଧାରଣ ସମୟରେ ଏହି ଚଳଚ୍ଚିତ୍ରର ସୁଟିଂ କରିଥିଲେ।