Sunstar Tv
Heat Wave: ରାଜ୍ୟରେ ଅସମ୍ଭାଳ ତାତି ଜାରି ରହିଛି। ଅଗ୍ନିବର୍ଷୀ ଖରାରେ ସମଗ୍ର ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ଖରାର କର୍ଫ୍ୟୁ। ଦିନ ୧୧ରୁ ତାପମାତ୍ରା ୪୦ ଡିଗ୍ରୀ ଡେଉଁଛି।
ବୁଧବାର ରାଜ୍ୟର ୩୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ପହଞ୍ଚିଥିବା ବେଳେ ଆଜି ତାହା ମଧ୍ୟ ଟପିଯିବ ବୋଲି ଆଶଙ୍କା କରାଯାଉଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି।
ସେହିପରି ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ, ବାଲେଶ୍ୱରରେ ୪୨.୨, ସମ୍ବଲପୁରରେ ୪୧.୭, ହୀରାକୁଦରେ ୪୧.୪, ଚାନ୍ଦବାଲିରେ ୪୧.୨, କେନ୍ଦୁଝର ୪୦.୯ ଓ ରାଉରକେଲାରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଏହି ସ୍ଥିତି ଆଗକୁ ଆହୁରି ସମ୍ବେଦନଶୀଳ ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିବା ସହ ୪ ଦିନ ପର୍ଯ୍ୟନ୍ତ ତାତିରୁ ମୁକ୍ତି ମିଳିବ ନାହିଁ ବୋଲି କେନ୍ଦ୍ର କହିଛି।
ବିଶେଷ କରି ଗୁରୁବାର ଓ ଶୁକ୍ରବାର ତାତି ସବୁଠୁ ଶୀର୍ଷରେ ରହିବା ସହ ଏହି ସମୟରେ ଅନେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ପାଣିପାଗ କେନ୍ଦ୍ର କହିଛି।
ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ଗ୍ରୀଷ୍ମ ପ୍ରବାହ (ସିଭିୟର ହିଟ୍ୱେଭ୍) ସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରି ଦୁଇ ଦିନ ପାଇଁ ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି।
ପାଣିପାଗ କେନ୍ଦ୍ରର ଆକଳନକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏସ୍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦିନ ୧୧ ଟାରୁ ଅପରାହ୍ଣ ୩ ଟା ଯାଏଁ ଖରାର ସର୍ବାଧିକ ପ୍ରକୋପ ରହୁଥିବାରୁ ଏହି ସମୟରେ ଜରୁରୀ କାମ ନ ଥିଲେ ବାହାରକୁ ନ ଯିବା ପାଇଁ ଏସ୍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଏହାସହିତ ସମସ୍ତ ପରିସ୍ଥିତି ଉପରେ ନଜର ରଖିବା ସହ କୌଣସି ଅଘଟଣ ଘଟିଲେ ତୁରନ୍ତ ଏହାର ରିପୋର୍ଟ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
୨୧ ପରେ ବର୍ଷା। ୨୧ ତାରିଖ ଅପରାହ୍ନ ପରେ ଦକ୍ଷିଣ ଓଡ଼ିଶାରେ ବର୍ଷା ! କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆରମ୍ଭ ହୋଇଛି ଗୁଳୁଗୁଳି ସହ ତାତି । ପ୍ରବଳ ଗରମରେ ଅସମ୍ଭାଳ ହୋଇଯାଇଛନ୍ତି ଲୋକେ ।
ପ୍ରବଳ ଛେଚିବ କାଳବୈଶାଖୀ ବର୍ଷା । ୨୧ ତାରିଖ ଅପରାହ୍ନ ପରେ ଦକ୍ଷିଣ ଓଡ଼ିଶାରେ ବର୍ଷା। କିଛି ସ୍ଥାନରେ ପ୍ରବଳ ଗରମରୁ ସାମାନ୍ୟ ଆଶ୍ୱସ୍ତି ଆଣିପାରେ କାଳବୈଶାଖୀ ବର୍ଷା। ୨୧ ତାରିଖ ଅପରାହ୍ନ ପରେ ଦକ୍ଷିଣ ଓଡ଼ିଶାରେ ବର୍ଷା କରାଇବ।