Sunstar TV
ଭୁବନେଶ୍ୱର : ଦୁନିଆରେ ଏପରି କେହି ନଥିବେ ଯିଏ ରାତିରେ ଶୋଉନଥିବେ। ମଣିଷର ଦୈନନ୍ଦିନ କାର୍ଯ୍ୟ ଏପରି ଯେ ସେ ଦିନରେ ତାଙ୍କର ସମସ୍ତ କାର୍ଯ୍ୟ ସମାପ୍ତ କରି ରାତିରେ ବିଶ୍ରାମ କରନ୍ତି । ତଥାପି, ଯଦି ଆମେ ଆପଣଙ୍କୁ କହିବୁ ଯେ ଭାରତରେ କେବଳ ଗୋଟିଏ ଗାଁ ଅଛି ଯେଉଁଠାରେ ଲୋକମାନେ ୧୨ ବର୍ଷ ଧରି ରାତିରେ ଶୋଇ ନାହାଁନ୍ତି, ଏହି ଗାଁ ମଧ୍ୟପ୍ରଦେଶର ଖରଗୋନରେ ଅବସ୍ଥିତ। ଖରଗୋନଠାରୁ ପ୍ରାୟ ୪୮ କିଲୋମିଟର ଦୂରରେ ଥିବା ନର୍ମଦା ନଦୀ କୂଳରେ ଅବସ୍ଥିତ ଏହି ଗାଁର ନାମ ହେଉଛି ମାକଡଖେଡା । ଏଠାରେ ରାତି ହେବା ମାତ୍ରେ ଲୋକମାନେ ସତର୍କ ହୋଇ ରାତିସାରା ଅନିଦ୍ରା ରହିବାକୁ ପ୍ରସ୍ତୁତ ହୁଅନ୍ତି।
ହେଲେ ଲୋକମାନେ କାହିଁକି ଅନିଦ୍ରା ରୁହନ୍ତି?
ଏଠାକାର ଲୋକମାନେ କୁହନ୍ତି ଯେ ଏହି ଗାଁର ଚୋରି ଘଟଣା ବହୁତ ବୃଦ୍ଧି ପାଇବାରେ ଲାଗିଥିଲା । ଗାଁର ଲୋକମାନେ ସ୍ଥିର କଲେ ଯେ, ସେମାନେ ରାତିରେ ଜଗି ରହି ଚୋରଙ୍କୁ ଧରିବେ । ଜଣେ ବ୍ୟକ୍ତି ଏହି ଗାଁର ପ୍ରତ୍ୟେକ ଘରକୁ ପ୍ରତିଦିନ ରାତି ୧୦ ଟାରୁ ଭୋର ୪ଟା ପର୍ଯ୍ୟନ୍ତ ଜଗି ରୁହନ୍ତି । ପ୍ରତ୍ୟେକ ଘରୁ ୮ ଦିନରେ ଥରେ କେହି ନା କେହି ଗାଁ ଜଗିବାକୁ ରାତିରେ ଯାଆନ୍ତି । ସେହିଭଳି ପ୍ରତ୍ୟେକ ଘରର ଲୋକମାନେ ଗାଁକୁ ଜଗି ରହିବାକୁ ଅନିଦ୍ରା ରୁହନ୍ତି।
ସବୁଠୁ ବଡ଼ କଥା ହେଉଛି ଥରେ ଗାଁର ଜଗିବା ବନ୍ଦ କରିଦେଇଥିଲେ ଲୋକ, ଯାହା ପରେ ଚୋରି ଘଟଣା ପୁଣି ବଢ଼ିଥିଲା । ଏଠାକାର ଲୋକମାନେ କୁହନ୍ତି ଯେ, ଯେତେବେଳେ ନାଇଟ ଗାର୍ଡକୁ ବନ୍ଦ କରାଯାଇଥିଲା, ଏକ ସପ୍ତାହ ମଧ୍ୟରେ ପାଞ୍ଚଟି ଚୋରି ଘଟଣା ଘଟିଥିଲା। ଏହା ପରେ ପାଟ୍ରୋଲିଂ ଆରମ୍ଭ ହୋଇଥିଲା।
ସେହିପରି ରାଜସ୍ଥାନରେ ଏମିତି ଏକ ଗାଁ ଅଛି, ଯେଉଁଠୁ ରାତାରାତି ଗାଏବ ହୋଇଯାଇଥିଲେ ଲୋକ । ଏହି ଗାଁକୁ ଅଭିଶପ୍ତ ଗାଁ ମଧ୍ୟ କୁହାଯାଏ । ଏହି ଅଜବ ଗାଁଟି ରାଜସ୍ଥାନରେ ଅବସ୍ଥିତ । ଜୈସଲମେରଠାରୁ ପ୍ରାୟ ୧୭ କିଲୋମିଟର ପଶ୍ଚିମରେ ଏକ ଧ୍ୱଂସାବଶେଷ ଗାଁ ରହିଛି । ଏଠାରେ ଭଙ୍ଗା ଘର ଏବଂ କାନ୍ଥ ଦେଖିବାକୁ ମିଳେ କିନ୍ତୁ ଲୋକମାନେ ଏଠାରେ ଦେଖାଯାଆନ୍ତି ନାହିଁ ।