Sunstar Tv
Horoscope: ଆଜି ଗୁରୁବାର ଅର୍ଥାତ୍ ଏପ୍ରିଲ ୧୮ ତାରିଖ। ତେବେ ଆଜି କେଉଁମାନଙ୍କ ପାଇଁ ଦିନଟି ଭଲ ରହିବ ଜାଣନ୍ତୁ। ପଢ଼ନ୍ତୁ ଆପଣଙ୍କ ରାଶିଫଳ…
ମେଷ- ଚକ୍ଷୁ ପାଇଁ କଷ୍ଟ ପାଇପାରନ୍ତି। ଆର୍ଥିକସ୍ଥିତିରେ ସୁଧାର ଆସିବ। ମହିଳାମାନେ ଆଳସ୍ୟତା ଅନୁଭବ କରିବେ। ନୂତନ ନିବେଶରୁ କ୍ଷତିଗ୍ରସ୍ତ ହୋଇପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।
ବୃଷ- ବିଭିନ୍ନ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଦକ୍ଷତା ପ୍ରମାଣିତ ହେବ । ଆୟ ବୃଦ୍ଧି ହେତୁ ଉତ୍ସାହିତ ହେବେ। ପରିବାରର ସହାୟତା ପାଇବେ। ଦିନଟି ହସଖୁସିରେ ବିତିବ।
ମିଥୁନ- ଆଜିର ଗ୍ରହସ୍ଥିତି ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା ଓ ବିବାଦୀୟ କ୍ଷେତ୍ର ପାଇଁ ପ୍ରତିକୂଳତା ସୃଷ୍ଟି କରିବ। ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରି କୈଫିୟତ୍ ଦେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ସମସ୍ୟା କମିଯିବା ସହ ମିତ୍ରତା ସୃଷ୍ଟି କରିପାରନ୍ତି। ଭୁଲ୍ ବୁଝାମଣାଜନିତ ଅବୁଝା ବନ୍ଧୁଙ୍କୁ ବୁଝାଇ ମନାଇବା କଷ୍ଟକର ହୋଇପଡ଼ିବ।
କର୍କଟ- ଆଜି ଚତୁର୍ଥେଶ ରାହୁଯୁକ୍ତ ହେତୁ ପାରିବାରିକ ବିଷୟ ନେଇ ଡିପ୍ରେସନ ଲାଗିରହିବ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବନ୍ଧୁଗହଣରେ ଆଲୋଚନାକୁ କେନ୍ଦ୍ରକରି ଭାବପ୍ରବଣତା ବଢ଼ିପାରେ। ବାଣିଜ୍ୟ, ଶିଳ୍ପ, ହୋଟେଲ ବ୍ୟବସାୟ କିମ୍ବା ପରିବହନରେ କ୍ଷତିରେ ହିଁ ପଡ଼ିପାରନ୍ତି।
ସିଂହ- ଦ୍ବନ୍ଦ୍ବରେ ପଡ଼ି ପାରନ୍ତି। ବ୍ୟବସାୟରେ ସଫଳତା ପାଇବେ। ଦୂରଯାତ୍ରା ପାଇଁ ସୁଯୋଗ ପାଇପାରନ୍ତି। ମାନସିକ ସ୍ତରରେ ଚାପଗ୍ରସ୍ତ ରହିବେ। ଅତ୍ୟଧିକ ପରିଶ୍ରମ କରି ଥକ୍କା ଅନୁଭବ କରିବେ।
କନ୍ୟା- ବିଦ୍ୟାର୍ଥୀମାନେ କ୍ୟାରିୟର ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଉଚ୍ଚଅଧିକାରୀଙ୍କ ସହଯୋଗରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପୂରଣ ହେବ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ରହିବ।
ତୁଳା- ପରିବାରରେ ସୁଖଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯନତ୍ କଲେ ବିଫଳ ହେବନି। ଅସୁସ୍ଥ ମାନସିକତା କାରଣରୁ ମନୋରଞ୍ଜନ କାର୍ଯ୍ୟକ୍ରମରେ ବିବାଦୀୟ ସ୍ଥିତି ଉପୁଜିପାରେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ। ରଚନାମତ୍କ କାମ, କଳା ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ର ଏବଂ ଚୁକ୍ତିପତ୍ର କରିବାରେ ସଫଳ ହେବେ।
ବିଛା- ଅର୍ଥନୈତିକ ଉନ୍ନତି, ସାମାଜିକ ପ୍ରଗତି, ଆନୁଷ୍ଠାନିକ କ୍ଷେତ୍ରରେ ସଫଳତାରୁ ଖୁସି ରହିବେ। ବନ୍ଧୁମିଳନ, ନୂତନ ସମ୍ପର୍କ, ପ୍ରୀତିପ୍ରଦ ଆଲୋଚନାର ସୁଯୋଗ ପାଇପାରନ୍ତି। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟରେ ସୁନାମ ଅର୍ଜନ କରିବେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ଦେଖାସାକ୍ଷାତ୍ରୁ ଉପକୃତ ହେବେ।
ଧନୁ- ପାରିବାରିକ ସମ୍ପର୍କରେ ମଜଭୁତ ହେବ। ଆର୍ଥିକ ଲାଭ ପାରନ୍ତି। ଜୀବନସାଥୀଙ୍କ ପରାମର୍ଶକ୍ରମେ କାର୍ଯ୍ୟ କରିବେ। ନୂଆ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଦିନଟି ଉତ୍ତମ ରହିବ।
ମକର- ପରିବାର ପାଇଁ ଅଧିକ ସମୟ ବିତାଇବେ। ଅପ୍ରିୟ ସତ କହି ସମସ୍ୟାରେ ପଡ଼ିପାରନ୍ତି। କଳା ପ୍ରତି ରୁଚି ବଢ଼ିବ। ଯେକୌଣସି ପରିସ୍ଥିତିରେ ଧୈର୍ଯ୍ୟ ହରାନ୍ତୁନି। ବ୍ୟବସାୟରେ କ୍ଷତି ସହିପାରନ୍ତି।
କୁମ୍ଭ- ଶୁକ୍ରଙ୍କ ସୁପ୍ରଭାବରୁ କଳା, ସାହିତ୍ୟ, ସଙ୍ଗୀତ ପ୍ରଭୃତିରୁ ସମ୍ମାନିତ ହେବେ। ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ବୁଝାମଣା ଠିକ୍ ରହିବା ଯୋଗୁ ପରିବାର ଓ କର୍ମକ୍ଷେତ୍ରରେ ସମସ୍ୟାମୁକ୍ତ ରହିବେ। କଚେରି ମାମଲା, ଜମିଜମା ବିବାଦଜନିତ ସମସ୍ୟା ସମାଧାନ ହୋଇଯିବ।
ମୀନ- କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସମ୍ପନ୍ନ ହେବାରେ ବିଶେଷ ଅସୁବିଧା ହେବନାହିଁ। ଭଲ ସମ୍ପର୍କ ଥିବା ପଡ଼ୋଶୀଙ୍କ ଭୁଲ୍ ବୁଝାମଣାରୁ ମନାନ୍ତର ଘଟିବା ଆଶଙ୍କା ରହିଛି। ସମସ୍ୟା କମି କମି ଯିବାରୁ ଯାତ୍ରା, ବିବାଦ, ସଭାସମିତି ପ୍ରଭୃତିରୁ ଆଶ୍ୱସ୍ତି ଲାଭ କରିବେ। ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ କାମରେ ବନ୍ଧୁମିଳନ ହେତୁ ମନ ଖୁସି ରହିବ।