Sunstar TV
ଭୁବନେଶ୍ୱର : ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ପବିତ୍ର ଶ୍ରୀରାମ ନବମୀରେ ଆରମ୍ଭ ହୋଇଛି ରଥକାଠ ଚିରା… କଟକ ଖପୂରିଆ ଠାରେ ଥିବା ସରକାରୀ କରତ କଳରେ ରଥ ନିର୍ମାଣ ପାଇଁ ରଥକାଠ ଚିରା ହେବା କାର୍ଯ୍ୟର ଅନୁକୂଳ କରାଯାଇଛି । ଏଥପାଇଁ ପୁରୀରୁ ମହାରଣା , ସେବାୟତ, ମନ୍ଦିର ପ୍ରଶାସନ ଓ ସେବାୟତ ଦଳ ଆଜ୍ଞା ମାଳ ନେଇ ଆସି ସରକାରୀ କରତ କଳରେ ପହଞ୍ଚି ଯାଇଥିଲେ। କଟକ ସହରରେ ଆଜ୍ଞାମାଳକୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବା ସହ ଘଣ୍ଟ ଘଣ୍ଟା ବାଦ୍ୟରେ କୀର୍ତ୍ତନ କରି ପାଛୋଟି ନିଆଯାଇଥିଲା। ଏହାପରେ ପୂର୍ବ ନିର୍ଦ୍ଧାରିତ ପୂଜାର୍ଚ୍ଚନା କରାଯିବା ସହ କାଠ ଗଣ୍ଡି ଚିରା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ରଥ ନିର୍ମାଣ ପାଇଁ ଧୌରା, ଅସନ, ଫାଶୀ କାଠ ଲାଗୁଥିବା ବେଳେ ପାଖାପାଖି ୯ ହଜାର ସିଫ୍ଟ କାଠ ଲାଗିବ । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ କାଠକୁ ପୁରୀ ପହଞ୍ଚାଇବା ସମସ୍ତେ ଲକ୍ଷ୍ୟ ରଖିଛନ୍ତି ।