SUNSTARTV
ପାଖେଇ ସାଉଛି ନିର୍ବାଚନ ମୁହୂର୍ତ୍ତ । ଏନେଇ ରାଜ୍ୟର ପ୍ରମୁଖ ଦଳ ପୁରା ପ୍ରସ୍ତୁତ ଅଛନ୍ତି ।ତେବେ ନିକଟରେ ବିଜେଡି ଚଳିତ ନିର୍ବାଚନକୁ ନେଇ ଇସ୍ତାହାର କମିଟି ଗଠନ କରିଥିବା ବେଳେ ଆଗକୁ ପ୍ରକାଶ ପାଇବ ଶାସକ ଦଳର ନିର୍ବାଚନୀ ଇସ୍ତାହାର । କିନ୍ତୁ ଏହାପୂର୍ବରୁ ଏକ ଭିଡିଓ ବର୍ତ୍ତମାନ ଭାଇରଲ ହେବାର ଲାଗିଛି।
ସେହି ଭିଡିଓରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଲୋକଙ୍କ ମତାମତ ମାଗୁଥିବା ଦେଖିବାକୁ ମିଳିଛି । ସେ ଭିଡିଓରେ କହିଛନ୍ତି ଯେ “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଗୁରୁତ୍ବ ଦିଅନ୍ତି। ଏନେଇ ଚଳିତଥର ଲୋକଙ୍କ ମତାମତ ଅନୁସାରେ ବିଜେଡି ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ହେବ।” ତେଣୁ ରାଜ୍ୟବାସୀ [email protected]ରେ ମତାମତ ଅପିଲ କରିଛନ୍ତି ଦେବାକୁ ୫-ଟି ଅଧ୍ୟକ୍ଷ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡିଶା ସରକାର ହେଉଛିନ୍ତି ଲୋକମାନଙ୍କ ସରକାର ।ତେଣୁ ଜନତାଙ୍କ ମତାମତକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ଗ୍ରହଣ କରିବେ। ଏପରିକି ଓଡ଼ିଶାବାସୀ ଯାହା ଚାହିଁବେ ସେହି ଅନୁସାରେ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ହେବ ବୋଲି କହିଛନ୍ତି ପାଣ୍ଡିଆନ ।