SUNSTARTV
ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ନିର୍ବାଚନ ଲଢିବାକୁ ନେଇ ଚିତ୍ର ସ୍ପଷ୍ଟ ହେଲାଣି । ଓଡିଶାର ପ୍ରମୁଖ ଦଳ ଘୋଷଣା କରିସାରିଲେଣି ପ୍ରାର୍ଥୀଙ୍କ ନାମ । ଲୋକସଭା କ୍ଷେତ୍ରକୁ ନେଇ ଜାତିୟ ସ୍ତରରେ ଆରମ୍ଭ ହେଲାଣି ନୂଆ ରେସ୍ ଓ ଭିନ୍ନ ଏକ ସମୀକରଣ । ଯେଉଁ ରେସରେ ଆଗରେ ରହିଛି ଓଡିଶା । ବିଜେଡି ,ବିଜେପି ନା କଂଗ୍ରେସ କାହା ଖାତାକୁ ଯିବ ଲୋକସଭା କ୍ଷେତ୍ର । ତାକୁ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି ରାଜନୈତିକ ଦଳ । କିନ୍ତୁ ଏହିସବୁ ମଧ୍ୟରେ ହଟ ସିଟରେ ଥିବା ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀକୁ ନେଇ ଆରମ୍ଭ ହେଲାଣି ଅଙ୍କ କଷା ।
ଭିଓ ୧- ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ଶର୍ମିଷ୍ଠା ସେଠିଙ୍କୁ ଲେକସଭା ପ୍ରାର୍ଥୀ କରିଥିବା ବେଳେ ବିଜେପି ଡ. ରବିନ୍ଦ୍ର ନାରାୟଣ ବେହେରାଙ୍କୁ ପ୍ରାର୍ଥୀ କରିଛି ।ସେହିପରି କଂଗ୍ରେସ ମଧ୍ୟ ତାର ଲୋକସଭା ପ୍ରାର୍ଥୀ ଭାବେ ଅଂଚଳ ଦାଶଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ଯାହାଫଳରେ ଏହି ସଂସଦୀୟ କ୍ଷେତ୍ରରେ ଏବେ ତ୍ରୀମୁଖୀ ଲଢେଇ ହେବାକୁ ଯାଉଛି । ତେବେ ଶିଳ୍ପ ସମୃଦ୍ଧ ଯାଜପୁର ସହର ରାଜ୍ୟ ରାଜନୀତିରେ ଅନେକ ଗୁରୁତ୍ୱ ବହନ କରିଛି । ଦିନେ କଂଗ୍ରେସର ଗଡ ଥିବା ଯାଜପୁର ବର୍ତ୍ତମାନ ବିଜେଡିର ଦୁର୍ଗ ପାଲଟିଛି । ୧୯୯୯ ମସିହାରୁ ଏଯାବତ ବିଜୁ ଜନତ ଦଳ ହିଁ ଏଠାରେ ନିଜର ଲୋକପ୍ରିୟତା ବଜାୟ ରଖିଛି । ଲୋକଙ୍କ ମୌଳିକ ସୁବିଧା ସହ ଯାଜପୁରର ନକ୍ସା ବଦଳାଇ ଦେଇଛି ବିଜେଡି । ପ୍ରବାଦ ପୁରୁଷ ବିଜୁବାବୁଙ୍କ ଆଦର୍ଶ ଏବଂ ଲୋକପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ସାଧାରଣ ଜନତାଙ୍କୁ ବିଜେଡି ପ୍ରତି ଆକୃଷ୍ଟ କରୁଛି । ଯାହାର ଫଳ ସ୍ୱରୁପ ଯାଜପୁର ସଂସଦୀୟ କ୍ଷେତ୍ର ବିଜେଡିର ଦୁର୍ଗ ସାଜିଛି । ତେବେ ଚଳିତ ଥର ବିଜେପି ସାଂସଦ ପ୍ରାର୍ଥୀ ପାଇଁ ନୂଆ ଚେହେରା ଦେଇଥିବା ବେଳେ ବିଜେଡି କିନ୍ତୁ ପୁଣି ଶର୍ମିଷ୍ଠା ସେଠୀଙ୍କ ଉପରେ ଭରସା କରିଛି । ଯିଏ କି ୨୦୧୯ ସାଧାରଣ ନିର୍ବାଚନରେ ୫ ଲକ୍ଷ ୪୪ ହଜାର ୨୦ ଭୋଟରେ ବିଜୟ ତିଳକ ପିନ୍ଧିଥିଲେ ।
ଯାଜପୁର ଲୋକସଭା ଆସନକୁ ବିଜେଡି ହାତରୁ ଛଡାଇ ନେବାପାଇଁ ବିରୋଧୀ ଯେତେ ଚେଷ୍ଟା କଲେ ମଧ୍ୟ ବିଫଳ ହୋଇଛନ୍ତି । ପ୍ରତିଥର ବିରୋଧୀଙ୍କୁ ମାତ ଦେଇ ବିଜୟର ଧ୍ୱଜା ଉଡାଇଛି ଶାସକ ଦଳ । ଚଳିତ ବର୍ଷ ମଧ୍ୟ ବିଜେଡିର ଭୋଟବ୍ୟାଙ୍କକୁ ପ୍ରଭାବିତ କରିବା ପାଇଁ ବିଜେପି ଓ କଂଗ୍ରେସ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ଗୋଟିଏ ଦଳ ପ୍ରଧାନମନ୍ତ୍ରୀଙ୍କ ଯୋଜନାମାନ ଭୋଟରଙ୍କ ନିକଟରେ ପହଞ୍ଚାଉଥିବା ବେଳେ ଅନ୍ୟ ଦଳ ବିଜେଡି ଓ ଭାଜପା ଏକାଠି ମିଶି କାମ କରୁଛନ୍ତି କହି ଭଟରଙ୍କୁ ଭୁଲାଉଛନ୍ତି ।ଏଥିସହିତ ଭୋଟରଙ୍କୁ ନିଜ ଆଡ଼କୁ ନେବାପାଇଁ କଂଗ୍ରେସର ଲୋକସଭା ପ୍ରାର୍ଥୀ ଅଂଚଳ ଦାସ ନିଜର ପ୍ରଚାର ଆରମ୍ଭ କରିଛନ୍ତି ।
ଅପର ପକ୍ଷେ ଲୋକଙ୍କ ବିକାଶ ପାଇଁ ଯେଉଁ ଦଳ କାମ କରିଛି ସେହି ଦଳକୁ ପ୍ରଥମ ପସନ୍ଦ ଭାବେ ବାଛି ନେଇଛନ୍ତି ସାଧାରଣ ଜନତା । ଲୋକଙ୍କ ସମସ୍ୟା ଠାରୁ ଆରମ୍ଭ କରି ଗମନାଗମନ ସ୍ୱାସ୍ଥ୍ୟ ଶିକ୍ଷା ସବୁ କ୍ଷେତ୍ରରେ ଆସିଛି ପରିବର୍ତ୍ତନ । ଖାସ କରି ୨୦୦୯ରୁ ୨୦୧୦ ମଧ୍ୟରେ ତ୍ୱରାନ୍ୱିତ ହୋଇଛି ବିକାଶ କାର୍ଯ୍ୟ ।ଯାଜପୁର ଏକମାତ୍ର ଲୋକସଭା ନିର୍ବାଚନ ମଣ୍ଡଳୀ ଯାହା ଗୋଟିଏ ଜିଲ୍ଲାକୁ ନେଇ ଗଠିତ । ଏହି ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଛି ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ । ତେବେ ବିଞ୍ଝାରପୁର କୁ ଛାଡିଦେଲେ କୋରେଇ , ବରୀ, ସୁକିନ୍ଦା, ବଡଚଣା, ଧର୍ମଶାଳା, ଓ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ଅସଂରକ୍ଷିତ ।
ତେବେ ୧୯୫୨ ମସିହାରେ ଗଠିତ ହୋଇଥିଲା ଏହି ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀ ।ଯେଉଁଠୁ ପ୍ରଥମ ଥର ପାଇଁ ସାସଂଦ ଭାବେ ନିର୍ବାଚିତ ହୋଇଥିଲେ ଅଖିଳ ଭାରତ କଂଗ୍ରେସ ପ୍ରାର୍ଥୀ ଭୂବାନନ୍ଦ ଦାଶ । ଏହାପରେ କଂଗ୍ରେସ ୬ ଥର ଏହି ନିର୍ବାଚନ ମଣ୍ଡଳୀରେ ବାଜିମାତ କରିଥିଲା । କିନ୍ତୁ ୧୯୯୯ ପରଠାରୁ ବିଜେଡି ହିଁ ଏହି କ୍ଷେତ୍ରରେ ବିଜୟ ମୁକୁଟ ପିନ୍ଧୁଛି । ତେବେ ଚଳିତ ବର୍ଷ ବି ବିଜେଡି ହିଁ ଏହି ସାସଂଦିୟ କ୍ଷେତ୍ରକୁ ନିଜ ଖାତାକୁ ଆଣିବ ବୋଲି ସାଧାରଣରେ ଆଲୋଚନା ହେଉଛି ।