Sunstar TV
ଭୁବନେଶ୍ୱର : ରାଜ୍ୟରେ ତାପମାତ୍ରାରେ ବୃଦ୍ଧି ଯୋଗୁଁ ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲା ଆଜି ପ୍ରଥମ ଥର ପାଇଁ ଗ୍ରୀଷ୍ମ ପ୍ରବାହ ସ୍ଥିତି ରେକର୍ଡ କରାଯାଇଥିଲା । ତେବେ ସର୍ବାଧିକ ତାପମାତ୍ରା ବାରିପଦାରେ ୪୧.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ରାଜଧାନୀ ଭୁବନେଶ୍ବର ଓ ନୂଆପଡ଼ା ଜିଲ୍ଲାରେ ମଧ୍ୟ ତାପମାତ୍ରା ୪୧ ଡିଗ୍ରୀ ପାର୍ କରିଥିଲା । କେବଳ ଏହି ଦୁଇଟି ସ୍ଥାନ ନୁହେଁ ୧୯ଟି ସହରରେ ତାପମାତ୍ରା ୪୧ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ଆଗାମୀ ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳରେ ଥିବା କିଛି ଜିଲ୍ଲାରେ ଉଷ୍ମ ଆର୍ଦ୍ର ଓ ଜଳବାୟୁ ନିୟାମକ ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏପ୍ରିଲ ୧୮ ଓ ୧୯ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଚରମ ସୀମାରେ ରହିବ । ଏହି ସମୟରେ କେତେକ ଜିଲ୍ଲାରେ ୪୩ରୁ ୪୫ ଡିଗ୍ରୀ ସେଲସିୟସ ଛୁଇଁପାରେ । ଏପ୍ରିଲ ୧୯ ତାରିଖ ଯାଏଁ ପାଗ ମୁଖ୍ୟତଃ ଭାବରେ ଶୁଖିଲା ରହିବ । ଏହାପରେ ଏପ୍ରିଲ୍ ୨୦ ତାରିଖରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏପ୍ରିଲ୍ ୨୧ ଓ ୨୨ ତାରିଖରେ ଉତ୍ତର ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ମୟୂରଭଞ୍ଜ, ଆଦି ଜିଲ୍ଲାର କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏହାପୂର୍ବରୁ ଏପ୍ରିଲ୍ ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ଏକ ପଶ୍ଚିମାଝଡ଼ ରାଜ୍ୟ ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଏଣୁ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।