Sunstar TV
ଭୁବନେଶ୍ୱର : ଇମତିଆଜ ଅଲିଙ୍କ ‘ଅମର ସିଂ ଚମକିଲା’ ଏବେ ବହୁ ଚର୍ଚ୍ଚିତ । ଉଭୟ ଦିଲଜିତ ଦୋସାଞ୍ଜ ଏବଂ ପରିନୀତି ଚୋପ୍ରାଙ୍କ କାର୍ଯ୍ୟକୁ ବହୁତ ପ୍ରଶଂସା କରାଯାଉଛି । ଏହି ସମୟରେ, ପରିନୀତି ଚୋପ୍ରା ସେହି ସବୁ ଜିନିଷ ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ଯେଉଁଥିପାଇଁ ସେ ବାରମ୍ବାର ଚର୍ଚାର ବିଷୟ ପାଲଟିଥିଲେ । ଗର୍ଭାବସ୍ଥା ଗୁଜବ ଠାରୁ ଆରମ୍ଭ କରି ପ୍ଲାଷ୍ଟିକ୍ ସର୍ଜରୀ ପର୍ଯ୍ୟନ୍ତ ସବୁକିଛି ଉପରେ ନିରବତା ଭାଙ୍ଗିଛନ୍ତି ନୀରବତା । ସେ ଏହା ମଧ୍ୟ କହିଛନ୍ତି ଯେ ‘ଅମର ସିଂ ଚମକିଲା’ର ସୁଟିଂ ଏବଂ ଅନ୍ୟ ସମସ୍ତ କାର୍ଯ୍ୟ ପ୍ରାୟ ଦୁଇ ବର୍ଷ ଧରି ଚାଲିଥିଲା । ଏଭଳି ମିଥ୍ୟା ଖବର ଏବଂ ଓଜନ ହେତୁ ସେ ଅନେକ କାମ ହରାଇଲେ ।
ପରିନୀତି ଚୋପ୍ରା କହିଛନ୍ତି ଯେ ‘ଅମର ସିଂ ଚମକିଲା’ରେ ଅମରଜୋତ ଭୂମିକା ପାଇଁ ସେ ପ୍ରାୟ 15 kg ଓଜନ ଲାଭ କରିଛନ୍ତି । ସେ ବିଦ୍ୟାବାଲନଙ୍କଠାରୁ ପ୍ରେରଣା ପାଇଥିଲେ। ଓଜନ ବୃଦ୍ଧି ହେତୁ ତାଙ୍କୁ ଅନେକ କାମରୁ ଓହରିଯିବାକୁ ପଡିଲା । କିନ୍ତୁ ସେ ଅମରଜୋତ ପାଇଁ କଠିନ ପରିଶ୍ରମ କରିଥିଲେ ଏବଂ ପରିଶ୍ରମର ଫଳ ମିଳିସାରିଛି ଲୋକମାନେ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରନ୍ତି ।
‘ଅମର ସିଂ ଚମକିଲା’ର ପରିନୀତି…
‘ବଲିଉଡ ହଙ୍ଗାମା’କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ପରିନୀତି ଚୋପ୍ରା କହିଛନ୍ତି,’ ଇମତିଆଜ ସାର୍ ଓଜନ 15kg ବଢାଇବାକୁ କହିଥିଲେ । ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ମୋ ମୁହଁରେ କୌଣସି ମେକ୍ଅପ୍ ବ୍ୟବହାର ହେବ ନାହିଁ । ତାଙ୍କ କହିବାନୁସାରେ ଫିଲ୍ମରେ ପରିନୀତି ଚରିତ୍ର ନିଭାଇଥିଲେ। ଏହା ମଧ୍ୟ କହିଛନ୍ତି ଯେ, ସେ ବିଦ୍ୟାବାଲନଙ୍କୁ ଦେଖି ଏପରି ଚ୍ୟାଲେଞ୍ଜ ନେବା ଶିଖିଛନ୍ତି। ‘ଦି ଡର୍ଟି’ ଫିଲ୍ମରେ ବିଦ୍ୟାବାଲନଙ୍କ ଆଶ୍ଚର୍ଯ୍ୟଜନକ ଅଭିନୟ ହିଁ ତାଙ୍କୁ ଅନୁପ୍ରାଣିତ କରିଛି । ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ଓଜନ ବୃଦ୍ଧି ହେତୁ ଲୋକମାନେ ତାଙ୍କୁ ଗର୍ଭବତୀ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ଭଳି ଅନେକ ଟ୍ୟାଗ୍ ଦେବା ଆରମ୍ଭ କରି ଦେଇଛନ୍ତି । କିନ୍ତୁ ତାହା ସମ୍ପୂର୍ଣ୍ଣ ଗୁଜବ ‘ଅମର ସିଂ ଚମକିଲା’ର ଟ୍ରେଲର ଲଞ୍ଚରେ ଅଭିନେତ୍ରୀଙ୍କୁ ଅନେକ ସମୟରେ ଲୁଜ କଷ୍ଟ୍ୟୁମ ଏବଂ କାଫତାନରେ ନଜର ଆସିଥିଲେ । ତା’ପରେ କିଛି ଲୋକ ଅନୁମାନ କରିଥିଲେ ଯେ, ପରିନୀତି ଚୋପ୍ରା ଗର୍ଭବତୀ ଅଟନ୍ତି । କିନ୍ତୁ ଅଭିନେତ୍ରୀ କେବଳ ଏସବୁକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଲୁଜ କଷ୍ଟ୍ୟୁମ ବ୍ୟବହାର କରିବାର ଅର୍ଥ ନୁହେଁ ଯେ ସେ ଗର୍ଭବତୀ ଅଟନ୍ତି ।
ପରିନୀତି ଚୋପ୍ରା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଅମରଜୋତଙ୍କ ଭୂମିକା ହେତୁ ତାଙ୍କ ଓଜନ ଏବଂ ଚେହେରା ସମ୍ପୂର୍ଣ୍ଣ ବଦଳି ଯାଇଛି । ଏଭଳି ପରିସ୍ଥିତିରେ ସେ ସର୍ବସାଧାରଣରେ ଉପସ୍ଥିତ ହେବାକୁ ମଧ୍ୟ ଲଜ୍ଜିତ ହେଉଥିଲେ। ସେ କ୍ୱଚିତ୍ ରେଡ କାର୍ପେଟ ଏବଂ ଇଭେଣ୍ଟଗୁଡିକର ଏକ ଅଂଶ ଥିଲେ । କିନ୍ତୁ ସେ ‘ଅମର ସିଂ ଚମକିଲା’ ପରି ଏକ ସୁନ୍ଦର ଚଳଚ୍ଚିତ୍ର କରିଥିବାରୁ ସେ ବହୁତ ଖୁସି । ସେ ଏପରି ଭୂମିକା ପାଇଁ ଅନେକ ବଳିଦାନ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ।