Sunstar TV
ଭୁବନେଶ୍ୱର : ଓଡିଶା ରାଜନୀତିରେ ସବୁବେଳେ ଦୁଇଟି ସାଂସଦୀୟ କ୍ଷେତ୍ର ଅତି ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରେ ତନ୍ମଧ୍ୟରୁ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ଅନ୍ୟତମ । କେନ୍ଦ୍ରାପଡା ସାଂସଦୀୟ କ୍ଷେତ୍ରରେ ଦୁଇ ଦଳ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ବିଜେଡି ଦଳ ତରଫରୁ ପୂର୍ବତନ ବିଧାୟକ ରାଜନଗର ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ଅଂଶୁମାନ ମହାନ୍ତିଙ୍କ ଶିକ୍ଷାଗତ ଓ ରାଜନୈତିକ ଅଭିଜ୍ଞତା ବିଷୟରେ ଯଦି ଆଲୋଚନା କରିବା ସେ ଜଣେ ଉଚ୍ଚଶିକ୍ଷିତ, ରାଜନୈତିକ ପରିବାରରୁ ତାଙ୍କର ଜନ୍ମ ,ତା’ ସହିତ ସେ କଂଗ୍ରେସ ଦଳର କେନ୍ଦ୍ରାପଡା ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରି ଆସୁଥିଲେ, କଂଗ୍ରେସ ଦଳ ତାଙ୍କୁ ଅଣଦେଖା କରିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ରେ ଯୋଗ ଦେଇଛନ୍ତି ବିଜେଡି ଦଳ ତାଙ୍କ ସଂଗଠନ ଓ ରାଜନୈତିକ ଅଭିଜ୍ଞତାକୁ ଦେଖି ସାଂସଦ ଭାବେ ପ୍ରାର୍ଥୀ କରିଛି । ବିଜେଡି ଦଳକୁ କେନ୍ଦ୍ରାପଡାରେ ମଜବୁତ କରିବା ପାଇଁ ଅନେକ କଂଗ୍ରେସ ଓ ବିଜେପି ନେତା ବିଜେଡି ରେ ଯୋଗ ଦେଇଛନ୍ତି , ଯାହା ପ୍ରତିକ୍ରିୟା ରଖିଛନ୍ତି ଜନସାଧାରଣ । କେନ୍ଦ୍ରାପଡାରେ ଅନେକ ସ୍ଥାନରେ ବିଜେଡି ବିଧାୟକ ଏବଂ ସାଂସଦ ପ୍ରାର୍ଥୀ ଜୟ ଯୁକ୍ତ କରିବେ ବୋଲି ମତ ରଖିଛନ୍ତି । ଅନ୍ୟପଟେ ବିଜେପି ଦଳ ତରଫରୁ ସାଂସଦ ପ୍ରାର୍ଥୀ ଭାବେ ବୈଜୟନ୍ତ ପଣ୍ଡାଙ୍କୁ ପୁନର୍ବାର ଟିକେଟ ମିଳିଛି । ଶ୍ରୀ ପଣ୍ଡାଙ୍କ ଶିକ୍ଷା ଓ ରାଜନୈତିକ କ୍ୟାରୀୟର ବିଷୟରେ ଯଦି ଅନୁଧ୍ୟାନ କରାଯାଏ , ଉଚ୍ଚ ଶିକ୍ଷିତ ସହ ଜଣେ ବରିଷ୍ଠ ରାଜନୀତିଜ୍ଞ୍ୟ ଊସ୍ଛାହିତ କେନ୍ଦ୍ରାପଡା ବାସୀ ତାଙ୍କ ଉପରେ ଭରଷା କରି ୨୦୦୯ ଓ ୨୦୧୪ ନିର୍ବାଚନରେ ତାଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଜୟଯୁକ୍ତ କରିଥିଲେ। ଦୀର୍ଘ ଦଶବର୍ଷ ଅର୍ଥାତ ୨୦୦୯ ରୁ ୨୦୧୯ ପର୍ଯ୍ୟନ୍ତ ସାଂସଦ ଭାବେ ଶ୍ରୀ ପଣ୍ଡା ଦାୟିତ୍ୱ ତୁଲାଇଛନ୍ତି । ସେତେବେଳେ ସେ ବିଜେଡି ଦଳର ପ୍ରାର୍ଥୀ ହୋଇଥିଲେ କିନ୍ତୁ ୨୦୧୯ ମସିହାରେ ବିଜେପି ଦଳ ତରଫରୁ ସାଂସଦ ପ୍ରାର୍ଥୀ ହୋଇ ବିଜେଡି ଦଳର ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ପାଖରୁ ଅନେକ ଭୋଟ ବ୍ୟବଧାନରେ ପରାଜୟ ବରଣ କରିଥିଲେ । ଏଥିରୁ ଅନୁମାନ କରାଯାଇପାରେ ଯେ, କେଉଁଠି ନା କେଉଁଠି ବୈଜୟନ୍ତଙ୍କ ଲୋକପ୍ରିୟତା କମିବାରେ ଲାଗିଛି । କେନ୍ଦ୍ରାପଡା ବାସୀ ସାଧାରଣ ସମସ୍ୟାକୁ ପୂରଣ କରିପାରୁଥିବା ଦଳକୁ ଅଧିକ ଗୁରୁତ୍ୱ ଦିଅନ୍ତି । ଅପର ପକ୍ଷେ କଂଗ୍ରେସ ଦଳ ପକ୍ଷରୁ ସାଂସଦ ପ୍ରାର୍ଥୀଭାବେ ସିଦ୍ଧାର୍ଥ ସ୍ୱରୂପ ଦାସଙ୍କୁ ଟିକେଟ ମିଳିଛି ତାଙ୍କର ଶିକ୍ଷା ଓ ରାଜନୀତିକ କ୍ୟାରିଅର ବିଷୟରେ ଯଦି ବିଶ୍ଳେଷଣ କରିବା ସେ ଜଣେ ଉଚ୍ଚ ଶିକ୍ଷିତ ଓ ସଫଳ ବ୍ୟବସାୟୀ କିନ୍ତୁ ତାଙ୍କ ରାଜନୈତିକ ଅଭିଜ୍ଞତା ଅଳ୍ପ ଦିନର । କେନ୍ଦ୍ରାପଡା ବାସୀ କାହାଉପରେ ଆସ୍ଥା ପ୍ରକଟ କରି ସାଂସଦ ଭାବେ ଜିତାଉଛନ୍ତି ତାହା ଦେଖିବା ବାକି ରହିଲା ।