SUNSTARTV
ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ସୁନା ନିଜର ଅଲ୍ ଟାଇମ୍ ହାଇ ସ୍ତରରେ ପହଞ୍ଚିଛି । ଭାରତୀୟ ବୁଲିଅନ୍ ବଜାରରେ ଖୁବ ଶୀଘ୍ର ୧ ଲକ୍ଷ ଟଙ୍କାରେ ପହଞ୍ଚିବ ବୋଲି ଆଶା କରାଯାଉଛି ।ସୁନା ଓ ରୂପାର ଆକାଶଛୁଆଁ ମୂଲ୍ୟ ଲୋକଙ୍କ ମନରୁ ହସ ଛଡ଼ାଇ ନେଇଛି । ସୁନାର ବଢୁଥିବା ଦର ଦେଖି ଚିନ୍ତାରେ ଲୋକେ ବାହାଘର ବି ଘୁଂଚେଇ ଦେଲେଣି। କେତେକ ଯାଗାରେ ବାହାଘର ଭାଙ୍ଗିବି ଯାଉଛି। ଲୋକେ ଏବେ ସୁନା ଦୋକାନ ଆଡେ ଦେଖିଲେ ସେମାନଙ୍କ ମୁଁହ ବି ସୁଖି ଯାଉଛି। ବଜାର ସ୍ଥିତି ଅନୁସାରେ ଆଜି ୨୨ କ୍ୟାରେଟ୍ ସୁନା ଗୋଟେ ଗ୍ରାମ୍ ପ୍ରତି ୬୭୦୫ ଟଙ୍କା ଏବଂ ୨୪ କ୍ୟାରେଟ୍ ୭୩୯୨୦ ଟଙ୍କା ରହିଛି ।
ବିଶେଷଜ୍ଞମାନେ କହିଛନ୍ତି ଯେ, ସମଗ୍ର ବିଶ୍ୱରେ ସାମ୍ପ୍ରତିକ ପରିସ୍ଥିତି ହେତୁ ସୁନା ମୂଲ୍ୟର ଶୀଘ୍ର ହ୍ରାସ ହେବାର କୌଣସି ସଙ୍କେତ ନାହିଁ । ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ଯୋଗୁଁ ସୁନା ଦର ଆହୁରି ବଢ଼ିପାରେ । ଗ୍ଲୋବାଲ୍ ଫାର୍ମ ଗୋଲ୍ଡମ୍ୟାନ୍ ସାକ୍ସ ଆକଳନ କରିଛନ୍ତି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ସୁନା ଆନ୍ସ ପ୍ରତି ୨,୭୦୦ ଡଲାର ଅତିକ୍ରମ କରିପାରେ । ପୂର୍ବରୁ ଏହି ଆକଳନ ୨,୩୦୦ ଡଲାର ଥିଲା । ଅନ୍ୟପଟେ ଅନ୍ୟ ସଂସ୍ଥାଗୁଡ଼ିକ ୩୦୦୦ ଆକଳନ କରୁଛନ୍ତି ।ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଯଦି ଆନ୍ତର୍ଜାତୀୟ ସ୍ତର ଆହୁରି ବଢ଼େ, ତେବେ ଆସନ୍ତା ବର୍ଷର ପ୍ରାରମ୍ଭରେ ଘରୋଇ ବଜାରରେ ୧୦ ଗ୍ରାମ ପ୍ରତି ସୁନା ୧ ଲକ୍ଷ ଟଙ୍କା ସ୍ତରରେ ପହଞ୍ଚିପାରେ । ରୂପା ମଧ୍ୟ କିଲୋଗ୍ରାମ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ ।