Sunstar Tv
Naxal Encounter: ସାମ୍ନାକୁ ଆସିଲା ବଡ଼ ଖବର। ସାଧାରଣ ନିର୍ବାଚନ ପାଇଁ ମତଦାନ ପୂର୍ବରୁ ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ବଡ଼ ଧରଣର ଏନ୍କାଉଣ୍ଟର ହୋଇଛି। କାଙ୍କେର ଜିଲ୍ଲା ଛୋଟେବେଟିଆ ଥାନା କଲପର ଜଙ୍ଗଲରେ ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି।
ଏହି ଏନ୍କାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ନକ୍ସଲ ନେତା ଶଭଙ୍କର ରାଓଙ୍କ ସମେତ ୧୨ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।
ହେଲେ ଏହି ଏନ୍କାଉଣ୍ଟରରେ ୧୮ ଜଣ ନକ୍ସଲ ନିହତ ହୋଇଛନ୍ତି ବୋଲି ସୂଚନା ମିଳିଛି। ଘଟଣାସ୍ଥଳରୁ ଏକେ ୪୭ ଓ ଇନସାସ୍ ବନ୍ଧୁକ ଜବତ ହୋଇଛି।
ତେବେ ଗୁଳି ବିନିମୟରେ ଜଣେ ବିଏସ୍ଏଫ୍ ଇନ୍ସପେକ୍ଟର ସମେତ ୩ ଯବାନ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଅପରେସନ୍ ଜାରି ରହିଛି।
ବିଶେଷ ସୂତ୍ରରୁ ଖବର ପାଇ ବିଏସଏଫ ଏବଂ ଡିଆରଜି ଯବାନ ହାପାଟୋଲା ଜଂଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ନକ୍ସଲ ସେଠାରେ କ୍ୟାମ୍ପ କରି ନିର୍ବାଚନ ଭଣ୍ଡୁର ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ। ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲା।
ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ଏକେ-୪୭ ବନ୍ଧୁକ,୩ ଏଲଏମଜି ସହ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରାଯାଇଛି। ଜଂଗଲରୁ ଯବାନ ଫେରିବା ପରେ ହିଁ କେତେ ନକ୍ସଲ ମୃତ୍ୟୁବରଣ କରିଛନ୍ତି ତାହା ସ୍ପଷ୍ଟ ହେବ ବୋଲି କୁହାଯାଇଛି।