Sunstar Tv
ମେଷ: ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି ଜନିତ ଭାଇ, ବନ୍ଧୁ, ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ମତାନ୍ତର କାରଣ ହୋଇପାରନ୍ତି। ମନରେ ଅସ୍ଥିରତାଜନିତ ଅନ୍ୟମାନଙ୍କ କଥାଗୁଡ଼ିକ ଠିକ୍ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ।
ବୃଷ: ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ଆର୍ଥିକ ସମସ୍ୟା ଦେଇ ଗତି କରିପାରନ୍ତି। ବ୍ୟବହାରରେ ସଂଯମତା ରକ୍ଷା କରିବେ। ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ।
ମିଥୁନ: ଅଫିସ୍ରେ କାର୍ଯ୍ୟଦକ୍ଷତା ଦେଖାଇବାର ସୁଯୋଗ ପାଇବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ ହେବ। ନୂଆ କାମ ଆରମ୍ଭ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
କର୍କଟ: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପରିବାରରେ ଭୁଲ ବୁଝାମଣା ଦେଖା ଦେବ। ଜୀବନସାଥୀଙ୍କ ସହ ବୁଲିବାକୁ ଯିବେ। ବ୍ୟବସାୟରେ ଲାଭ ହେବ। ଆୟ ଓ ବ୍ୟୟ ସମାନ ରହିବ।
ସିଂହ: ସମାଜରେ ମାନ, ପ୍ରତିଷ୍ଠା ବଜାୟ ରହିବ। ସମ୍ପର୍କୀୟଙ୍କଠାରୁ ଆର୍ଥିକ ସହଯୋଗ ଲୋଡ଼ିବେ। ବ୍ୟବସାୟକୁ ନେଇ ବଡ଼ ନିଷ୍ପତ୍ତି ନେବେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ।
କନ୍ୟା: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବେ। ଅଫିସରେ ପଦୋନ୍ନତି ସମ୍ଭାବନା ଅଛି। ପରିବାର ସଦସ୍ୟଙ୍କ ସହ ମତଭେଦ ଦେଖା ଦେବ। ଅତିଥି ସତ୍କାର କରିପାରନ୍ତି।
ତୁଳା: ପରିବାର ସହିତ ଦୂର ସ୍ଥାନକୁ ଯାତ୍ରା କରିବେ। ପେଟଜନିତ ସମସ୍ୟା ପାଇଁ ଚିନ୍ତାରେ ରହିବେ। ଧାରକରଜରୁ ଦୂରେଇ ରହିବେ। ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ ଜରୁରି।
ବିଛା: ଦିନଟିରେ କର୍ମଚଞ୍ଚଳ ରହିବେ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବେ। ବ୍ୟବସାୟ ବୃଦ୍ଧି ଲାଗି ନୂଆ ଯୋଜନା କରିବେ। ନିଜ ଲୋକଙ୍କୁ ଉପହାର ପ୍ରଦାନ କରନ୍ତୁ।
ଧନୁ: ଅଫିସ୍ରେ କାର୍ଯ୍ୟଭାର ବୃଦ୍ଧି ପାଇବ। ଅଯଥା କାମରୁ ଦୂରେଇ ରହିବେ। ବୈବାହିକ ଜୀବନ ସୁଖମୟ ହେବ। ପ୍ରେମ ସମ୍ପର୍କ ମଜଭୁତ୍ ହେବ। ନିଯୁକ୍ତି ସୁଯୋଗ ପାଇବେ। କଠିନ ପରିଶ୍ରମ କରିବେ।
ମକର: ଅଫିସ୍ରେ ନୂଆ ଦାୟିତ୍ବ ଗ୍ରହଣ କରିବେ। କାର୍ଯ୍ୟରେ ବ୍ୟସ୍ତ ରହିବେ। ବନ୍ଧୁଙ୍କୁ ମନକଥା କହିବେ। ଆର୍ଥିକ ସ୍ତିତିରେ ସୁଧାର ଆସିବ। ପରିବାରରେ ହସଖୁସି ଲାଗି ରହିବ।
କୁମ୍ଭ: ଦିନଟି ହସଖୁସିରେ ଅତିବାହିତ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ସାମିଲ ହେବେ। ସାମାଜିକ ଓ ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ।
ମୀନ: ସହକର୍ମୀଙ୍କ ସହଯୋଗରେ ଅଫିସ୍ କାର୍ଯ୍ୟ ପୂରା କରିବେ। ପରିବାର ସଦସ୍ୟଙ୍କ ସହ ହସଖୁସିରେ ଦିନ କାଟିବେ। ଅପେକ୍ଷା କରିବାର ଫଳ ମିଳିବ। ରାଜନୀତିରେ ସକ୍ରିୟ ହୋଇପାରନ୍ତି।