Sunstar Tv
Delhi CM Arvind Kejriwal: ସୁପ୍ରିମକୋର୍ଟରେ ହୋଇପାରିଲାନି ତୁରନ୍ତ ଶୁଣାଣି। ଜେଲରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଆଜି ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣିରେ ମଧ୍ୟ କେଜ୍ରିୱାଲଙ୍କୁ ନିରାଶ ହେବାକୁ ପଡିଛି।
ମାମଲାର ଶୁଣାଣି ଏପ୍ରିଲ ୨୯ ରେ ହେବ ବୋଲି କୋର୍ଟ କହିଛନ୍ତି। ଏହାପରେ ରାଉଜ ଆଭିନ୍ୟୁ କୋର୍ଟ ତାଙ୍କ ନ୍ୟାୟିକ ହେପାଜତର ଅବଧିକୁ ଏପ୍ରିଲ ୨୩ ଯାଏ ବୃଦ୍ଧି କରିଛନ୍ତି।
ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲ୍ ମାର୍ଚ୍ଚ ୨୧ ତାରିଖରେ ଗିରଫ ହେବାପରେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ଆବେଦନ କରିଥିଲେ ।
ହେଲେ ଏପ୍ରିଲ ୯ ତାରିଖରେ ହାଇକୋର୍ଟରୁ ନିରାଶ ହେବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯାହାର ଶୁଣାଣି ଆଜି ଥିଲା । ହେଲେ ସୁପ୍ରିମକୋର୍ଟ ଏପ୍ରିଲ ୨୯ ଯାଏଁ ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି । ଆଉ ଜେଲରେ କେଜ୍ରିଓ୍ବାଲଙ୍କ ରହଣୀ ଅବଧିକୁ ଏପ୍ରିଲ ୨୩ ଯାଏଁ ବୃଦ୍ଧି କରିଛନ୍ତି।