SUNSTARTV
ମୁମ୍ବାଇ: ଆଜି କାଲି କଳାକାର ଜଗତକୁ ମାଡି ଆସିଛି ବିପଦ । ଗୋଟିଏ ପରେ ଗୋଟିଏ ଘଟଣା ବର୍ତ୍ତମାନ ବି ଟାଉନରେ ଚାଞ୍ଚଲ୍ୟ ସୃଷ୍ଟି କରୁଛି । ଯାହାକୁ ନେଇ ଏବେ ଚିନ୍ତାରେ ଫ୍ୟାନ୍ସ । ତେବେ ଗତକାଲି ଦବଙ୍ଗ ହିରୋ ସଲମାନ ଖାନଙ୍କ ଘର ଆଗରେ ଗୁଳି ଚାଳନା ହୋଇଥିବା ବେଳେ ଏବେ ପୁଣି ଏକ ଖବର ସାମ୍ନାକୁ ଆସିଛି । ଯାହା ଜଣାପଡିବା ପରେ ଫ୍ୟାନ୍ସଙ୍କ ମନରେ ଆଘାତ ଲାଗିଛି ।
ମିଳିଥିବା ସୂଚନା ଅନୁଯାୟୀ, “ଏ ରିସ୍ତା କିୟା କେହେଲାତାହୈ”ର ହିରୋଇନ୍ “ଅକ୍ସରା” ଓରଫ ” ହିନାଖାନ” ବର୍ତ୍ତମାନ ଅସୁସ୍ଥ ହୋଇ ପଡିଛନ୍ତି । ସେ ତାଙ୍କର ନୂଆ ପ୍ରୋଯେକ୍ଟ ପାଇଁ ଦୀର୍ଘ ୧୬ ଘଣ୍ଟା ପର୍ଯ୍ୟନ୍ତ ସୁଟିଙ୍ଗ କରୁଥିଲେ ।ଯାହାଫଳରେ ତାଙ୍କର ଏପରି ଅବସ୍ଥା ହୋଇଥିବା ଜଣାପଡିଛି । ତେବେ ଅଭିନେତ୍ରୀ ହିନା ଖାନ୍ ସୋସିଆଲ ମିଡିଆ ଆପ୍ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି । ସେ ତାଙ୍କ ଆକାଉଣ୍ଟରେ ୨ ଟି ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋରେ ହିନା ମାସ୍କ ପିନ୍ଧିଥିବା ବେଳେ ଅନ୍ୟଟିରେ ସେ କିଛି ମେଡିସନର ଫଟୋ ସେୟାର କରିଛନ୍ତି । ଏଥିସହିତ ସେ ତାଙ୍କ କ୍ୟାପସନରେ ଲେଖିଛନ୍ତି “୧୬ ଘଣ୍ଟାର ସୁଟିଂ ବାସ ଆଉ କିଛି ନୁହେଁ ।” ଯାହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ବ୍ୟସ୍ତ ହୋଇ ପଡିଛନ୍ତି ।
ସେହିପରି ଅଭିନେତ୍ରୀ ହିନା ଆଉ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, କାମ ସମୟରେ ଗୋଟିଏ ଟାଇମ୍ ବି ଶାନ୍ତିରେ ଖାଇ ହୁଏନି । ନିକଟରେ ଏହି ରମଜାନରେ ହିନା ଖାନ ତାଙ୍କର ତୃତୀୟ ଉମ୍ରା କରିଥିଲେ। ଏହି ଉମ୍ରା ରେ ଅଭିନେତ୍ରୀ ସୋସିଆଲ ମିଡିଆରେ ଅନେକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ହିଜାବ ପିନ୍ଧିଥିବାର ନଜର ଆସିଥିଲେ।
ହିନାଙ୍କ କାମ ବିଷୟରେ ଯଦି କୁହାଯାଏ ତାହାଲେ କିଛି ସମୟ ପୂର୍ବରୁ ମୁନାୱାର ଫାରୁକିଙ୍କ ସହ ଏକ ମ୍ୟୁଜିକ୍ ଭିଡିଓରେ ସେ ନଜର ଆସିଥିଲେ। ଏଥିରେ ପ୍ରଶଂସକମାନେ ହିନାଙ୍କ ବଙ୍ଗାଳୀ ଲୁକ ସହିତ ତାଙ୍କ ଗୀତକୁ ମଧ୍ୟ ଖୁବ ପସନ୍ଦ କରିଥିଲେ। ଏହା ବ୍ୟତୀତ ହିନା ଟିଭି ଶୋ, ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ରେ ନିଜର ସୁନ୍ଦର ଅଭିନୟ ଜାରୀ ରଖିଛନ୍ତି ଯାହାକି ଦର୍ଶକଙ୍କ ମନରେ ଏକ ନିଆରା ଛାପ ଛାଡିଛି ।